ମୁମ୍ବାଇ: କୋଟି କୋଟି ଟଙ୍କାର ହେରୋଇନ ଜବତ କଲା ମହାରାଷ୍ଟ୍ର ଏଟିଏସ। ପାଲଘର ଜିଲ୍ଲାରେ ଜୋତା ଭିତରୁ ମହାରାଷ୍ଟ୍ର ଏଟିଏସ ୨୫.୧୭ କୋଟି ଟଙ୍କାର ହେରୋଇନ୍ ଜବତ କରିଛି। ଏଟିଏସ ଜୁହୁ ୟୁନିଟି ଏବଂ ଥାଣେ ୟୁନିଟି ପକ୍ଷରୁ ମିଳତ ଭାବେ ଫେବୃଆରୀ ୪ ଓ ୫ରେ ଏହି ରେଡ୍ କରାଯାଇଥିଲା। ବିଳମ୍ବିତ ରାତିରେ ଆରମ୍ଭ ହୋଇଥିବା ଏହି ଅପରେସନରେ ୧୭୨୪ ଗ୍ରାମର ହେରୋଇନ୍ ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରର ମୂଲ୍ୟ ଅନୁଯାୟୀ ଏହାର ଦାମ ୨୫.୧୭ କୋଟି ଟଙ୍କା ହେବ।
ଏଥିସହ ୨.୬ ଲକ୍ଷ ଟଙ୍କାର କ୍ୟାସ ଜବତ କରାଯାଇଛି। ଏହି ଘଟଣାରେ ଏଡିପିଏସ ଆକ୍ଟ ୧୯୮୫ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅଲିମ ଏମଡି ଅକ୍ତର ଏବଂ ଛୋଟା ଏମଡି ନାସିରଙ୍କୁ ଗିରଫ କରଯାଇଛି। ଉଭୟଙ୍କ ଘର ଉତ୍ତରାଖଣ୍ଡର ହରିଦ୍ୱାରରେ। କୋର୍ଟରେ ହାଜର ପରେ ଅଭିଯୁକ୍ତମାନଙ୍କୁ ଫେବୃଆରୀ ୧୧ ପର୍ଯ୍ୟନ୍ତ ଏଟିଏସ ରିମାଣ୍ଡରେ ନେଇଛି। ମହରାଷ୍ଟ୍ର ଏଟିଏସ ମୁଖ୍ୟ ବିନିତ୍ ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ରେଡ୍ କରାଯାଥିଲା। ଅଭିଯୁକ୍ତମାନେ ଅଭିନଭ ଢଙ୍ଗରେ ହେରୋଇନ୍ ଚାଲାଣ କରୁଛନ୍ତି।
ମୁମ୍ବାଇରେ ବେଆଇନ୍ ନିଶା କାରବାର ବଢ଼ୁଥିବା ବେଳେ ଅନେକ ସମୟରେ ବ୍ୟାପକ ପରିମାଣରେ ଡ୍ରଗସ୍ ଜବତ ହେଉଛି। ବିଶେଷ କରି ଏହି ନିଶା କାରବାରେ ପ୍ରଭାବଶାଳୀ ବ୍ୟକ୍ତିମାମାନେ ସାମିଲ ହେଉଥିବା ବେଳେ ସେଲେବ୍ରେଟିମାନେ ମଧ୍ୟ ସମ୍ପକ୍ତ ରହୁଛନ୍ତି। ମୁମ୍ବାଇକୁ ନିଶାମୁକ୍ତ ଲକ୍ଷରେ ନାର୍କୋଟିକ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।