କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଦାବି: ମାର୍ଚ୍ଚ ସୁଦ୍ଧା ବଦଳିବ ମହାରାଷ୍ଟ୍ର ସରକାର

ମୁମ୍ବାଇ: କେନ୍ଦ୍ର ଏମଏସ୍‌ଏମଇ କ୍ୟାବିନେଟ ମନ୍ତ୍ରୀ ନାରାୟଣ ରାଣେ ଆଜି ବଡ଼ ବୟାନ ଦେଇଛନ୍ତି। ମହାରାଷ୍ଟ୍ରରେ ଖୁବଶୀଘ୍ର ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ସେ କହିବା ପରେ ଏହାକୁ ନେଇ ହଟଚମଟ ଆରମ୍ଭ ହୋଇଯାଇଛି। ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଯାଇଥିବା କେନ୍ଦ୍ରମନ୍ତ୍ରୀ ରାଣେ କହିଛନ୍ତି, “ମହାରାଷ୍ଟ୍ରରେ ଖୁବଶୀଘ୍ର ପରିବର୍ତ୍ତନ ଦେଖିବାକୁ ମିଳିବ। ମାର୍ଚ୍ଚ ସୁଦ୍ଧା ଏହି ପରିବର୍ତ୍ତନ ହେବ। ସରକାର ଗଠନ କିମ୍ବା ସରକାର ଭାଙ୍ଗିବା ଘଟଣାକୁ ଗୁପ୍ତ ଭାବେ ରଖାଯିବା ଦରକାର।” ସେ ଆହୁରି […]

Union

Hemant Lenka
  • Published: Friday, 26 November 2021
  • , Updated: 26 November 2021, 05:53 PM IST

ମୁମ୍ବାଇ: କେନ୍ଦ୍ର ଏମଏସ୍‌ଏମଇ କ୍ୟାବିନେଟ ମନ୍ତ୍ରୀ ନାରାୟଣ ରାଣେ ଆଜି ବଡ଼ ବୟାନ ଦେଇଛନ୍ତି। ମହାରାଷ୍ଟ୍ରରେ ଖୁବଶୀଘ୍ର ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ସେ କହିବା ପରେ ଏହାକୁ ନେଇ ହଟଚମଟ ଆରମ୍ଭ ହୋଇଯାଇଛି। ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଯାଇଥିବା କେନ୍ଦ୍ରମନ୍ତ୍ରୀ ରାଣେ କହିଛନ୍ତି, “ମହାରାଷ୍ଟ୍ରରେ ଖୁବଶୀଘ୍ର ପରିବର୍ତ୍ତନ ଦେଖିବାକୁ ମିଳିବ। ମାର୍ଚ୍ଚ ସୁଦ୍ଧା ଏହି ପରିବର୍ତ୍ତନ ହେବ। ସରକାର ଗଠନ କିମ୍ବା ସରକାର ଭାଙ୍ଗିବା ଘଟଣାକୁ ଗୁପ୍ତ ଭାବେ ରଖାଯିବା ଦରକାର।”

ସେ ଆହୁରି କହିଛନ୍ତି, “ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବେ ଅସୁସ୍ଥ ଅଛନ୍ତି। ତେଣୁ ଆମ ଦଳର ସଭାପତି ଚନ୍ଦ୍ରକାନ୍ତ ପାଟିଲ ତାଙ୍କ ବିଷୟରେ କିଛି ନ କହିବାକୁ ଆମକୁ କହିଛନ୍ତି। କିନ୍ତୁ ୩ଟି ଦଳକୁ ନେଇ ଗଠିତ ମହା ବିକାଶ ଅଘାଡ଼ି ସରକାର ମହାରାଷ୍ଟ୍ରରେ ବେଶୀ ଦିନ ତିଷ୍ଟିବନି। ପରିବର୍ତ୍ତନ ଖୁବଶୀଘ୍ର ହେବ।”

କଂଗ୍ରେସ ଓ ଶିବସେନା ସହ କାମ କରିବା ପରେ ବିଜେପିରେ ମିଶି କେନ୍ଦ୍ରମନ୍ତ୍ରୀ ହୋଇଥିବା ରାଣେ ରାଜ୍ୟରେ ସରକାର ଭାଙ୍ଗି ବିଜେପି ନେତାଙ୍କ ପ୍ରବେଶ ପାଇଁ ପ୍ରକ୍ରିୟା ଜାରି ରହିଥିବା ମଧ୍ୟ କହିଛନ୍ତି।

୨ ସପ୍ତାହ ତଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇର ଏଚଏନ ରିଲାଏନ୍ସ ମେରୁଦଣ୍ଡ ଜନିତ ସମସ୍ୟାର ସଫଳ ଅସ୍ତ୍ରୋପଚାର କରାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଦ୍ଧବଙ୍କ ଅବସ୍ଥା ଭଲ ନଥିବା ଆଜି ରାଣେ କହିଛନ୍ତି। ଏଥିସହ ମହାରାଷ୍ଟ୍ର ସରକାର ମାର୍ଚ୍ଚ ସୁଦ୍ଧା ଭାଙ୍ଗିବ ଓ ଏଠାରେ ବିଜେପି କ୍ଷମତା ଦଖଲ କରିବ ବୋଲି ସେ ପରୋକ୍ଷରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୪ରୁ ୨୦୧୯ ଯାଏ ବିଜେପି ଓ ଶିବସେନା ଏକାଠି ସରକାର ଗଠନ କରିଥିଲେ। ୨୦୧୯ରେ ଉଭୟ ଏକାଠି ନିର୍ବାଚନ ମଧ୍ୟ ଲଢ଼ିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଶେଷରେ ବିଜେପି ଓ ଶିବସେନା ଅଲଗା ହୋଇଯାଇଥିଲେ। ବିଜେପିକୁ ଛାଡ଼ିବା ପରେ ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଛି।

Related story