ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଇସ୍ତଫା

ମୁମ୍ବାଇ: ବିବାଦରେ ଫସିଥିବା ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହ ତାଙ୍କ ବିରୋଧରେ ୧୦୦ କୋଟିର ବଟି ଆଦାୟ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ରାଜ୍ୟର ରାଜନୀତି ସରଗରମ ହୋଇଥିଲା। ଆଜି ବମ୍ବେ ହାଇକୋର୍ଟ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶର ମାତ୍ର କିଛି ଘଣ୍ଟା ପରେ ଶ୍ରୀ ଦେଶମୁଖ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ […]

anil-deshmukh

Hemant Lenka
  • Published: Monday, 05 April 2021
  • , Updated: 05 April 2021, 03:06 PM IST

ମୁମ୍ବାଇ: ବିବାଦରେ ଫସିଥିବା ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହ ତାଙ୍କ ବିରୋଧରେ ୧୦୦ କୋଟିର ବଟି ଆଦାୟ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ରାଜ୍ୟର ରାଜନୀତି ସରଗରମ ହୋଇଥିଲା।

ଆଜି ବମ୍ବେ ହାଇକୋର୍ଟ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶର ମାତ୍ର କିଛି ଘଣ୍ଟା ପରେ ଶ୍ରୀ ଦେଶମୁଖ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିବେ।

ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ପରମବୀର ସିଂହ ନିକଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିଲେ। ଏହି ସମୟରେ ସେ ଗୃହମନ୍ତ୍ରୀ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଗାଡ଼ି ଜବତ ହେବା ଘଟଣାରେ ଗିରଫ ନିଲମ୍ବିତ ପୁଲିସ୍ ଅଧିକାରୀ ସଚିନ ବାଜେଙ୍କୁ ଶ୍ରୀ ଦେଶମୁଖ ମାସିକ ୧୦୦ କୋଟି ଟଙ୍କାର ବଟି ବିଭିନ୍ନ ଲୋକଙ୍କ ଠାରୁ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବା ପରମବୀର ଉକ୍ତ ଚିଠିରେ ଅଭିଯୋଗ କରିଥିଲେ।

ଏହାକୁ ନେଇ ଅନୀଲ ଦେଶମୁଖ ବିବାଦକୁ ଆସିଥିଲେ। ଏହାର ସିବିଆଇ ତଦନ୍ତ କରିବାକୁ ପରମବୀର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କହିଥିଲେ। ବମ୍ବେ ହାଇକୋର୍ଟ ଆଜି ଆବେଦନର ଶୁଣାଣି କରି ପ୍ରାଥମିକ ଭାବେ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story