ପୁଣି ଫେରିଲା ଲକଡାଉନ, ଶନିବାର ରାତି ୮ରୁ ସୋମବାର ସକାଳ ୭ ଯାଏ ଲାଗୁ ହେବ

ମୁମ୍ବାଇ: କିଛି ଦିନର ବ୍ୟବଧାନ ପରେ ପୁଣି ଭାରତକୁ ଫେରିଛି ଲକଡାଉନ। କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ ମହାରାଷ୍ଟ୍ରର ଅମରାବତୀରେ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ଶନିବାର ରାତି ୮ଟାରୁ ଲକଡାଉନ ନିୟମ ଲାଗୁ ହୋଇ ସୋମବାର ସକାଳ ୭ଟା ଯାଏ ବଳବତ୍ତର ରହିବ। ସେହିପରି ୨୧ ତାରିଖ ରବିବାର ଦିନ ସମସ୍ତ ଅଫିସ, ଦୋକାନ ବଜାର ଓ ମାର୍କେଟ ବନ୍ଦ ରହିବ। କେବଳ ଜରୁରୀ ସେବାରେ ନିୟୋଜିତ ଲୋକଙ୍କୁ ଯିବା […]

lockdown

Hemant Lenka
  • Published: Thursday, 18 February 2021
  • , Updated: 18 February 2021, 08:29 PM IST

ମୁମ୍ବାଇ: କିଛି ଦିନର ବ୍ୟବଧାନ ପରେ ପୁଣି ଭାରତକୁ ଫେରିଛି ଲକଡାଉନ। କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ ମହାରାଷ୍ଟ୍ରର ଅମରାବତୀରେ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ଶନିବାର ରାତି ୮ଟାରୁ ଲକଡାଉନ ନିୟମ ଲାଗୁ ହୋଇ ସୋମବାର ସକାଳ ୭ଟା ଯାଏ ବଳବତ୍ତର ରହିବ।

ସେହିପରି ୨୧ ତାରିଖ ରବିବାର ଦିନ ସମସ୍ତ ଅଫିସ, ଦୋକାନ ବଜାର ଓ ମାର୍କେଟ ବନ୍ଦ ରହିବ। କେବଳ ଜରୁରୀ ସେବାରେ ନିୟୋଜିତ ଲୋକଙ୍କୁ ଯିବା ଆସିବାକୁ ଅନୁମତି ମିଳିବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ଶୈଲେଶ ନଭାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।


ଅନ୍ୟପକ୍ଷରେ ଯବତମାଲ୍‌ର ଜିଲ୍ଲାପାଳ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ଏଠାରେ କଟକଣା ଲାଗୁ କରିଛନ୍ତି। ଏଠାରେ ସ୍କୁଲ ଓ କଲେଜ ଆସନ୍ତା ୨୮ ତାରିଖ ଯାଏ ବନ୍ଦ ରହିବ। ବାହାଘର ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ୫୦% ଲୋକଙ୍କୁ ନେଇ ଅନୁଷ୍ଠିତ ହେବ।

ଗୋଟିଏ ସମୟରେ ୫ରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ଜମା ହୋଇପାରିବେ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ଏହା ଲକଡାଉନ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କିଛି ଦିନ ତଳେ ମହାରାଷ୍ଟ୍ର ସରକାର କହିଥିଲେ ଯେ ଜିଲ୍ଲାପାଳମାନେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କ ଅଞ୍ଚଳରେ ଲକଡାଉନ ଲାଗୁ କରିପାରିବେ। ଏହି ଘୋଷଣା ପରେ ହିଁ ଅମରାବତୀରେ ଲକଡାଉନ ଓ ଯବତମାଲରେ କଟକଣା ଲାଗୁ କରାଯାଇଛି।

ମହାରାଷ୍ଟ୍ରର ଅମରାବତୀ, ଯବତମାଲ, ଅକୋଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଥିଲା।

Related story