ଏନସିବି ବନାମ ଏନସିପି: ଦୀପାବଳି ପରେ ଗୁମର ଖୋଲିବେ ମନ୍ତ୍ରୀ

ମୁମ୍ବାଇ: ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଓ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକଙ୍କ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମେଗା ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିବା ଦିନଠାରୁ ମଲିକ ଆଟାକିଂ ମୁଡକୁ ଚାଲି ଆସିଛନ୍ତି। ବିଜେପି ଓ ଏନସିବି ମିଳିତ ଭାବେ ମହାରାଷ୍ଟ୍ରର ଛବିକୁ ବଦନାମ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି। ଏପରି କି ମହାରାଷ୍ଟ୍ରର ପୂର୍ବତନ […]

malik

Hemant Lenka
  • Published: Wednesday, 03 November 2021
  • , Updated: 03 November 2021, 07:14 PM IST

ମୁମ୍ବାଇ: ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଓ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକଙ୍କ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମେଗା ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିବା ଦିନଠାରୁ ମଲିକ ଆଟାକିଂ ମୁଡକୁ ଚାଲି ଆସିଛନ୍ତି। ବିଜେପି ଓ ଏନସିବି ମିଳିତ ଭାବେ ମହାରାଷ୍ଟ୍ରର ଛବିକୁ ବଦନାମ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି।

ଏପରି କି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀଙ୍କ ଲିଙ୍କ ଡ୍ରଗ ପେଡେଲରମାନଙ୍କ ସହ ରହିଥିବା ମଧ୍ୟ ନବାବ ମଲିକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିଜେପି ଓ ଏନସିପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି।

ଏସବୁ ଭିତରେ ଦୀପାବଳି ପରେ ମନ୍ତ୍ରୀ ମଲିକ ଆହୁରି ଗୁମର ସାର୍ବଜନୀନ କରିବେ ଆଜି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ସମସ୍ତଙ୍କୁ ଶୁଭ ଦୀପାବଳି। ଅନେକ ଗୁପ୍ତ ତଥ୍ୟ ହୋଟେଲ ଲଳିତ ଭିତରେ ଲୁଚାଇ ରଖାଯାଇଛି। ରବିବାର ଦେଖା ହେବା।” ମୁମ୍ବାଇରେ ଏହି ଅତ୍ୟାଧୁନିକ ହୋଟେଲ ଲଳିତ ରହିଛି।


ଏହାର ଅର୍ଥ ସମୀର ୱାଙ୍ଖଡେ ଓ ଫଡନାଭିସଙ୍କ ବିରୋଧରେ ସେ କିଛି ସାଂଘାତିକ ଅଭିଯୋଗ ରବିବାର ଆଣିବେ ବୋଲି ଆଜି ଠାରୁ ସଙ୍କେତ ଦେଇଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ନବାବ ମଲିକଙ୍କ ଅଣ୍ଡରୱାର୍ଲ୍ଡ ଲିଙ୍କ ସର୍ମ୍ପକରେ ମଧ୍ୟ ଫଡନାଭିସ ବଡ଼ ଗୁମର ଖୋଲିବେ ବୋଲି ଧମକ ଦେଇଛନ୍ତି। ସବୁ କିଛି ଦୀପାବଳି ପରେ ଦେଖିବାକୁ ମିଳିବ। ଫଡନାଭିସ କହିଛନ୍ତି, “ମୁଁ ଦୀପାବଳି ଅତିକ୍ରମ କରିବା ଯାଏ ଅପେକ୍ଷା କରିଛି। ମନ୍ତ୍ରୀ ନବାବ ମଲିକ ଦୀପାବଳି ପୂର୍ବରୁ ଛୋଟ ବାଣ ଫୁଟାଇଛନ୍ତି। କିନ୍ତୁ ଦୀପାବଳି ପରେ ମୁଁ ବଡ଼ ବାଣ ପକାଇବି। ଯେଉଁମାନେ ଅଣ୍ଡରୱାର୍ଲ୍ଡ ସହ ସମ୍ପର୍କ ରଖିଛନ୍ତି, ସେମାନେ ମୋ ବିଷୟରେ କହିବା ଠିକ ନୁହେଁ। ମୋ ପାଖରେ ଏହାର ପ୍ରମାଣ ରହିଛି।”

Related story