ନୂଆଦିଲ୍ଲୀ: ମହାରାଷ୍ଟ୍ର ପାଲଘର ଜିଲ୍ଲା ତାରାପୁର ଶିଳ୍ପାଞ୍ଚଳରେ ଥିବା ନନ୍ଦୋଲିଆ କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏଥିରେ ଆଉ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି।
ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ପାଖାପାଖି ୮ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣାଯାଇଥିଲା।
ବିସ୍ଫୋରଣ ବେଳେ ଫ୍ୟାକ୍ଟ୍ରିରେ ୧୪ ଜଣ ଶ୍ରମିକଙ୍କ ଥିଲେ। ବିସ୍ଫୋରଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି ବୋଲି ପାଲଘର ଜିଲ୍ଲାପାଳ କୈଳାସ ସିନ୍ଦେ କହିଛନ୍ତି।