ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୫ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ କେବଳ ଗାନ୍ଧି ପରିବାର ଦାୟୀ ନୁହନ୍ତି ବରଂ ଦଳର ସବୁ ନେତା ଦାୟୀ। କଂଗ୍ରେସର ବରିଷ୍ଠ ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏହା କହିଛନ୍ତି। ୟୁପି ସମେତ ହୋଇଥିବା ୫ ରାଜ୍ୟର ନିର୍ବାଚନରେ ନୈରାଶ୍ୟଜନକ ଫଳାଫଳ ପାଇଁ କେବଳ ଶୀର୍ଷ ନେତାମାନେ ଦାୟୀ ନୁହନ୍ତି। ବରଂ ଦାୟିତ୍ୱରେ ଥିବା ସବୁ କଂଗ୍ରେସ ନେତା ଦାୟୀ ବୋଲି ଖାଡ଼ଗେ କହିଛନ୍ତି ।
ଆମେ କହିଛୁ କଂଗ୍ରେସର ବିପର୍ଯ୍ୟ ପାଇଁ ଏକା ସୋନିଆ ଗାନ୍ଧି ଦାୟୀ ନୁହନ୍ତି। ଏଥିପାଇଁ ସମ୍ପୃକ୍ତ ରାଜ୍ୟର ନେତା ଓ ଏମପିମାନେ ଦାୟୀ। କେବଳ ଗାନ୍ଧି ପରିବାରକୁ ଏକାକୀ ଦାୟୀ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି । ଆମେ ସୋନିଆଙ୍କ ଉପରେ ଭରସା ରଖିଛୁ ବୋଲି ସେ କହିଛନ୍ତି । ସମ୍ପ୍ରତି ୫ ରାଜ୍ୟ ତଥା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର, ଗୋଆରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ସବୁଠି ପରାଜିତ ହୋଇଛି।
ତେବେ ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ କରାଯାଇ ପରାଜୟର ସମୀକ୍ଷା କରାଯାଇଥିଲା । ଆମେ ବିଜେପି ଏବଂ ତାର ଆଦର୍ଶ ବିରୋଧରେ ଲଢ଼େଇ ଜାରି ରଖିବୁ। ଆମେ ଆମର ଆଦର୍ଶକୁ ପୁଣିଥରେ ଜାଗ୍ରତ କରି ଲୋକଙ୍କ ସମର୍ଥନ ଜିତିବୁ। ଆଗାମୀ ନିର୍ବାଚନରେ ଆମେ ଅଧିକ ଭଲ ପ୍ରଦର୍ଶନ କରିବୁ ବୋଲି ସେ କହିଛନ୍ତି।