ମଲ୍ଲିକାର୍ଜୁନ ହେବେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ହେବେ ବିରୋଧୀ ଦଳ ନେତା । ରାଜ୍ୟସଭାରେ ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କଂଗ୍ରେସ ମଲ୍ଲିକାର୍ଜୁନ ଖଡଗେଙ୍କୁ ବିରୋଧୀ ଦଳର ନେତା ଭାବେ ଚୟନ କରିଛି। ଏନେଇ ସଙ୍ଗଠନ ମହାସଚିବ ବେଣୁ ଗୋପାଳ ସୂଚନା ଦେଇଛନ୍ତି। ଏହାସହ କଂଗ୍ରେସ ରାଜ୍ୟସଭା ସଭାପତି ଭେଙ୍କୟା ନାଇଡୁଙ୍କୁ ମଧ୍ୟ ଏନେଇ ଜଣାଇ ଦେଇଛନ୍ତି। ଗୁଲାମ ନବୀ ଆଜାଦ ଅବସର ନେବା ପରେ ଏବେ ଖଡଗେ ରାଜ୍ୟସଭାରେ ବିରୋଧୀ […]

Mallikarjun kharge

Mallikarjun kharge

Madhupriya Mistry
  • Published: Friday, 12 February 2021
  • Updated: 12 February 2021, 01:05 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ହେବେ ବିରୋଧୀ ଦଳ ନେତା । ରାଜ୍ୟସଭାରେ ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କଂଗ୍ରେସ ମଲ୍ଲିକାର୍ଜୁନ ଖଡଗେଙ୍କୁ ବିରୋଧୀ ଦଳର ନେତା ଭାବେ ଚୟନ କରିଛି। ଏନେଇ ସଙ୍ଗଠନ ମହାସଚିବ ବେଣୁ ଗୋପାଳ ସୂଚନା ଦେଇଛନ୍ତି। ଏହାସହ କଂଗ୍ରେସ ରାଜ୍ୟସଭା ସଭାପତି ଭେଙ୍କୟା ନାଇଡୁଙ୍କୁ ମଧ୍ୟ ଏନେଇ ଜଣାଇ ଦେଇଛନ୍ତି। ଗୁଲାମ ନବୀ ଆଜାଦ ଅବସର ନେବା ପରେ ଏବେ ଖଡଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ହେବେ ବୋଲି କଂଗ୍ରେସ କହିଛି।

ଖଡଗେ ୨୦୧୪ରୁ ୨୦୧୯ ଯାଏଁ ଲୋକସଭାରେ କଂଗ୍ରେସ ନେତା ରହିସାରିଛନ୍ତି। ବଡକଥା ହେଉଛି ଯେ, ୨୦୧୯ରେ ଖଡେଗ ଲୋକସଭା ନିର୍ବାଚନ ହାରି ଯାଇଥିଲା। ମଲ୍ଲିକାର୍ଜୁନ ଖଡଗେ  ରାହୁଲଙ୍କ ଅତି ଖାସ୍ ଅଟନ୍ତି । ୨୦୧୯ରେ ସେ ଲୋକସଭା ନିର୍ବାଚନରେ ପରାସ୍ତ ହେବା ପରେ ବି ତାଙ୍କୁ ରାଜ୍ୟସଭା ପାଇଁ ସୁଯୋଗ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ,  ରାଜ୍ୟସଭାରେ ଫେବ୍ରୁଆରୀ ୧୫ରୁ ଜମ୍ମୁ-କାଶ୍ମୀରର କୌଣସି ପ୍ରତିନିଧି ରହିବେ ନାହିଁ । ଏଠାରୁ ୪ଟି ରାଜ୍ୟସଭା ଆସନ ଥିଲା । କିନ୍ତୁ କେନ୍ଦ୍ରଶାସିତ ପ୍ରଦେଶ ହେବା ପରେ ଏଠାରେ ନିର୍ବାଚନ ହୋଇନାହିଁ । ଫଳରେ ରାଜ୍ୟସଭାରେ କୌଣସି ସଦସ୍ୟ ରହିବେ ନାହିଁ । ପିଡିପିର ୨ ସାଂସଦଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos