ଟିଏମସି ବିଜୟର ସମସ୍ତ ଶ୍ରେୟ ମମତାଙ୍କର: କୈଳାସ ବିଜୟଭର୍ଗିଆ

ନୂଆଦିଲ୍ଲୀ: ରବିବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଟିଏମସିର ଚମତ୍କାର ପ୍ରଦର୍ଶନ କରିଛି। ଶାସକ ଦଳ ହାଓ୍ୱା ସତ୍ତ୍ୱେ ପୁଣିଥରେ ଦିଦି ତାଙ୍କର ମ୍ୟାଜିକ ଦେଖାଇଛନ୍ତି। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ନିର୍ବାଚନ ଦାୟିତ୍ୱରେ ଥିବା କୈଳାସ ବିଜୟଭର୍ଗିଆ ମମତା ବାନାର୍ଜୀଙ୍କୁ ଟିଏମସିର ବିଜୟ ପାଇଁ ସମସ୍ତ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ ମତଦାନ ଫଳାଫଳକୁ ଅନୁଧ୍ୟାନ କରିବ। ଏହାପୂର୍ବରୁ ସେ ଦାବି କରିଥିଲେ ଯେ ପ୍ରାରମ୍ଭିକ ମତଦାନ ଚୂଡ଼ାନ୍ତ ଫଳାଫଳ […]

kailash-vijay-bhargiya

Subhransu Sekhar
  • Published: Sunday, 02 May 2021
  • , Updated: 02 May 2021, 06:16 PM IST

ନୂଆଦିଲ୍ଲୀ: ରବିବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଟିଏମସିର ଚମତ୍କାର ପ୍ରଦର୍ଶନ କରିଛି। ଶାସକ ଦଳ ହାଓ୍ୱା ସତ୍ତ୍ୱେ ପୁଣିଥରେ ଦିଦି ତାଙ୍କର ମ୍ୟାଜିକ ଦେଖାଇଛନ୍ତି। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ନିର୍ବାଚନ ଦାୟିତ୍ୱରେ ଥିବା କୈଳାସ ବିଜୟଭର୍ଗିଆ ମମତା ବାନାର୍ଜୀଙ୍କୁ ଟିଏମସିର ବିଜୟ ପାଇଁ ସମସ୍ତ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ ମତଦାନ ଫଳାଫଳକୁ ଅନୁଧ୍ୟାନ କରିବ। ଏହାପୂର୍ବରୁ ସେ ଦାବି କରିଥିଲେ ଯେ ପ୍ରାରମ୍ଭିକ ମତଦାନ ଚୂଡ଼ାନ୍ତ ଫଳାଫଳ ନୁହେଁ। ତାଙ୍କ ଦଳ ନିର୍ବାଚନରେ ​​ଜିତିବ ବୋଲି ସେ ଆତ୍ମବିଶ୍ୱାସ ରଖିଥିବା କହିଥିଲେ।

ସେ ଆହୁରି କହିଛନ୍ତି ଯେ ଦଳ ଖରାପ ପ୍ରଦର୍ଶନ କରିଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟରୁ ତାଙ୍କୁ ପାଖକୁ ଏକ କଲ ଆସିଛି। ବିଜେପି ସାଂସଦ ବାବୁଲ ସୁପ୍ରିୟୋ, ଲକେଟ ଚାଟାର୍ଜୀଙ୍କ ଫଳାଫଳ ଦେଖି ସେ ଆଶ୍ଚର୍ଯ୍ୟ ହୋଇଛନ୍ତି ବୋଲି କହିଛନ୍ତି।

ଶ୍ରୀଯୁକ୍ତ ଭର୍ଗିଆ କହିଛନ୍ତି "ଟିଏମସିର ବିଜୟ ପଛରେ ମମତା। ମତଦାନରୁ ଜଣାପଡିଛି ଯେ ଲୋକମାନେ ଦିଦିଙ୍କୁ ଅଧିକ ପସନ୍ଦ କରନ୍ତି। ବିଜେପି ନିର୍ବାଚନରେ କ'ଣ ଭୁଲ୍ କରିଛି ସେ ବାବଦରେ ଅନୁଧ୍ୟାନ କରିବ। ଏହା ସାଂଗଠନିକ ପ୍ରସଙ୍ଗ ଯାହାକି ଦଳ ଭିତରେ ଆଲୋଚନା ହେବ।"

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଟିଏମସି ପୁଣିଥରେ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହେବାକୁ ଯାଉଛି। ବିଜେପି ୨୦୦ରୁ ଅଧିକ ଆସନରେ ବିଜୟୀ ହୋଇ ଜିତିବ ବୋଲି ଯେଉଁ ଆକଳନ କରୁଥିଲା ତାହା ଏକ ପ୍ରକାର ଫେଲ୍ ମାରିଛି। ହେଲେ ରାଜ୍ୟରେ ବିଜେପି ଏକ ଶକ୍ତିଶାଳୀ ଦଳ ଭାବରେ ଉଭା ହୋଇଛି।

୨୦୧୬ରେ ମାତ୍ର ୩ଟି ଆସନରେ ବିଜୟୀ ହୋଇଥିବା ବିଜେପି ଚଳିତଥର ୧୦୦ ପାଖାପାଖି ଆସନରେ ବିଜୟୀ ହେବ ବୋଲି ଜଣାପଡ଼ିଛି। ତେବେ ଟିଏମସି ଓ ବିଜେପି ଲଢ଼େଇରେ କଂଗ୍ରେସ ଏବଂ ବାମ ଦଳ ସଫା ହୋଇଯାଇଛି।

Related story