Advertisment

ମମତାଙ୍କ ସମେତ ୨୯୧ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଟିଏମସି

କୋଲକାତା: ତୃଣମୂଳ କଂଗ୍ରେସ ୨୯୪ ବିଧାନସଭା ଆସନରୁ ୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଯେଉଁଥିରେ ୪୨ ମୁସଲମାନ ପ୍ରାର୍ଥୀ, ଏସସି ୭୯ ଏବଂ ଏସଟି ଶ୍ରେଣୀର ୧୭ ପ୍ରାର୍ଥୀ ରହିଛନ୍ତି। ବାକି ତିନି ଆସନ କାଲିପାଙ୍ଗ, ଦାର୍ଜିଲିଂ ଏବଂ କାର୍ସିୟାଙ୍ଗ ଆସନ ପାଇଁ ନାଁ ଘୋଷଣା କରି ନାହାନ୍ତି ଟିଏମସି ସୁପ୍ରିମୋ। ତେବେ ପୂର୍ବତନ ମନ୍ତ୍ରୀ ଅମିତ ମିତ୍ରା ଏବଂ ମନ୍ତ୍ରୀ ପୁର୍ଣ୍ଣେନ୍ଦୁ ବସୁ ନିର୍ବାଚନ ଲଢ଼ିବେ ନାହିଁ। ବିଧାନସଭା ପରିଷଦ ଗଠନ ହେବ। […]

ଅଦ୍ୟତନ ହୋଇଛି
ମମତାଙ୍କ ସମେତ ୨୯୧ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଟିଏମସି

Mamata

Advertisment

କୋଲକାତା: ତୃଣମୂଳ କଂଗ୍ରେସ ୨୯୪ ବିଧାନସଭା ଆସନରୁ ୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଯେଉଁଥିରେ ୪୨ ମୁସଲମାନ ପ୍ରାର୍ଥୀ, ଏସସି ୭୯ ଏବଂ ଏସଟି ଶ୍ରେଣୀର ୧୭ ପ୍ରାର୍ଥୀ ରହିଛନ୍ତି। ବାକି ତିନି ଆସନ କାଲିପାଙ୍ଗ, ଦାର୍ଜିଲିଂ ଏବଂ କାର୍ସିୟାଙ୍ଗ ଆସନ ପାଇଁ ନାଁ ଘୋଷଣା କରି ନାହାନ୍ତି ଟିଏମସି ସୁପ୍ରିମୋ।

Advertisment

ତେବେ ପୂର୍ବତନ ମନ୍ତ୍ରୀ ଅମିତ ମିତ୍ରା ଏବଂ ମନ୍ତ୍ରୀ ପୁର୍ଣ୍ଣେନ୍ଦୁ ବସୁ ନିର୍ବାଚନ ଲଢ଼ିବେ ନାହିଁ। ବିଧାନସଭା ପରିଷଦ ଗଠନ ହେବ। ବିଧାନସଭା ପରିଷଦରେ ଏହି ଦୁଇ ନେତାଙ୍କୁ ଥଇଥାନ କରାଯିବ ବୋଲି ମମତା କହିଛନ୍ତି। ମୋଟ୍ ୨୮ଟି ବିଧାୟକଙ୍କ ଟିକେଟ୍ କାଟିଛନ୍ତି ଦିଦି।

ତେବେ ମମତା ନିଜ ପୂର୍ବ ଘୋଷଣା ଅନୁଯାୟୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ ହେବେ। ତାଙ୍କର ଏବେର ଆସନ ଭବାନୀପୁରରୁ ଚଳିତଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଏହି ଆସନରୁ ଶୋଭନ ଚୋଟ୍ଟୋପାଧ୍ୟାୟ ପ୍ରାର୍ଥୀ ହୋଇଛନ୍ତି।

Advertisment

ମମତା ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ବେଳେ ମନ୍ତ୍ରୀ ଫିରହାଦ ହାକିମ, ମନ୍ତ୍ରୀ ପାର୍ଥ ଚାଟାର୍ଜି, ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ପ୍ରମୁଖ ନେତା ଉପସ୍ଥିତ ଥିଲେ। ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ମମତା ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଥିଲେ। ଚଳିତଥର କିନ୍ତୁ ମମତା ବିଳମ୍ୱରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଏକାକୀ ନିର୍ବାଚନ ଲଢ଼ୁଛି। ୨୦୧୧ରେ ମମତା ବାମପନ୍ଥୀ ଦଳକୁ ହଟାଇ କ୍ଷମତାରେ ରହିଛନ୍ତି। ଏବେ ମମତା ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଟିଏମସିର ଚେହେରା ହୋଇଛନ୍ତି। ତେବେ ଚଳିତଥର ବିଜେପି ସହିତ ଟିଏମସିର ହାଇଭୋଲଟେଜ ମୁକାବିଲା ହେବାକୁ ଯାଉଛି।

ଆଜି ମଧ୍ୟ ବିଜେପି ୬୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିପାରେ। ନନ୍ଦିଗ୍ରାମରୁ ମମତାଙ୍କ ପୂର୍ବତନ ସହଯୋଗୀ ତଥା ଏବେର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଲଢ଼ିବେ ବୋଲି ସମ୍ଭାବନା ରହିଛି। ଶୁଭେନ୍ଦୁ ହେଉଛନ୍ତି ନନ୍ଦିଗ୍ରାମର ପୂର୍ବତନ ବିଧାୟକ। ବିଜେପିକୁ ଆସିବାରୁ ସେ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ମମତା ଏହି ଆସନରୁ ନିର୍ବାଚନ ଲଢ଼ିଲେ ୫୦ ହଜାରରୁ ଅଧିକ ଭୋଟରେ ମମତା ପରାସ୍ତ ହେବେ ବୋଲି ନିର୍ବାଚନୀ ରାଲିରେ କହିଥିଲେ ଶୁଭେନ୍ଦୁ ଅଧିକାରୀ।

West Bengal TMC West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe