ଧରାଇ ଦେଲା ସିସିଟିଭି; ଗାଈ ସହିତ ଅପ୍ରାକୃତିକ ଯୌନ ସଂପର୍କ ରଖି ଗିରଫ

ଭୋପାଳ: ଏକ ଗାଈ ସହିତ ଅପ୍ରାକୃତିକ ଯୌନ ସଂପର୍କ ରଖିବା ଅଭିଯୋଗରେ ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ୫୩ ବର୍ଷୀୟ ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ସେ ଜଣେ ଅଟୋ ଚାଳକ। ତାଙ୍କ ବିରୋଧରେ ଧାରା ୩୭୭ରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ, ଘଟଣାଟି ଘଟିଛି ଅଶୋକା ଗାର୍ଡେନ୍ ଥାନା ଅନ୍ତର୍ଗତ ସୁନ୍ଦର ନଗର ଅଞ୍ଚଳର ଏକ ଗୋ’ଶାଳାରେ। ଏହା ଜୁଲାଇ ୪ ତାରିଖର ଘଟଣା। ସେହି ଦିନ ଅପରାହ୍ନ ପ୍ରାୟ ସାଢ଼େ ୪ଟା […]

arrest

arrest

Jitendra Garnayak
  • Published: Wednesday, 08 July 2020
  • Updated: 08 July 2020, 02:24 PM IST

Sports

Latest News

ଭୋପାଳ: ଏକ ଗାଈ ସହିତ ଅପ୍ରାକୃତିକ ଯୌନ ସଂପର୍କ ରଖିବା ଅଭିଯୋଗରେ ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ୫୩ ବର୍ଷୀୟ ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ସେ ଜଣେ ଅଟୋ ଚାଳକ। ତାଙ୍କ ବିରୋଧରେ ଧାରା ୩୭୭ରେ ମାମଲା ରୁଜୁ କରାଯାଇଛି।

ଅଭିଯୋଗ ଅନୁଯାୟୀ, ଘଟଣାଟି ଘଟିଛି ଅଶୋକା ଗାର୍ଡେନ୍ ଥାନା ଅନ୍ତର୍ଗତ ସୁନ୍ଦର ନଗର ଅଞ୍ଚଳର ଏକ ଗୋ’ଶାଳାରେ। ଏହା ଜୁଲାଇ ୪ ତାରିଖର ଘଟଣା। ସେହି ଦିନ ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଗୋ’ଶାଳାରୁ କିଛି ଶବ୍ଦ ଶୁଣି ଏହାର ମାଲିକ ସେଠାକୁ ଯାଇଥିଲେ। ସେଠାରେ ପହଞ୍ଚି ସେ ଦେଖିଲେ ଜଣେ ବ୍ୟକ୍ତି ତାଙ୍କ ପୋଷାକ ପିନ୍ଧୁଛନ୍ତି। ପଚାରିବାରେ ସେ ଭୁଲ୍‌ରେ ସେଠାକୁ ଚାଲି ଆସିଥିଲେ ବୋଲି କହିଥିଲେ। ଏହା ପରେ ଗୋ’ଶାଳା ମାଲିକ ତାଙ୍କୁ କିଛି କହି ନଥିଲେ। କିନ୍ତୁ ତା’ପରଦିନ ସେ ସିସିଟିଭି ଫୁଟେଜ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଏକ ଗାଈ ସହିତ ଅପ୍ରାକୃତିକ ଯୌନ ସଂପର୍କ ରଖିଥିବା ସେ ଦେଖିଥିଲେ। ଏହା ପରେ ସେ ଏ ନେଇ ଥାନାରେ ଏଫ୍‌ଆଇଆର୍ ଦେଇଥିଲେ। ପୁଲିସ୍ ଅଭିଯୁକ୍ତକୁ ପଚରାଉଚରା କରି ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos