ଭୋପାଳ: କଳଙ୍କିତ ପ୍ରେମରେ ରକ୍ତଛିଟା। ଚୋରାପିରତୀରୁ କରୁଣପରିଣତି । ବାପାର ପରକିୟାପ୍ରୀତି ପୁଅ ଧରିନେବା ପରେ ଘଟିଛି ଅଭାବନୀୟ ଘଟଣା। ପ୍ରତିଶୋଧ ନେବାକୁ ଯାଇ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି ବାପା । ଜଣେ ମହିଳାଙ୍କ ସହ ଅସଞ୍ଜତ ଅବସ୍ଥାରେ ବାପାକୁ ପୁଅ ଦେଖିବା ପରେ ମୁଣ୍ଡ ଗଡ଼ିଛି। ୧୫ ବର୍ଷୀୟ ପୁଅର ହାତ ହାଣିବା ପରେ ଗଳାଚିପି ହତ୍ୟା କରିଛି ବାପା। ଏମିତି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଦିୱାସ୍ ଜିଲ୍ଲାରେ ଘଟିଛି। ପୁଲିସ ହତ୍ୟା ଅଭିଯୋଗରେ ସମ୍ପୃକ୍ତ ଦମ୍ପତ୍ତିଙ୍କୁ ଗିରଫ କରିଛି। ୪୫ ବର୍ଷୀୟ ଅଭିଯୁକ୍ତ ବ୍ୟକ୍ତିଙ୍କର ଦୀର୍ଘ ଦିନ ଧରି ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିଲା। ଏହାକୁ ପରିବାର ପକ୍ଷରୁ ବିରୋଧ କରାଯାଇ ଆସୁଥିଲା।
ପୁଲିସର ସୂଚନାନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ବାଳକର ମୃତଦେହ ମିଳିଥିଲା ଏବଂ କଟା ହାତକୁ ଖୋଜାଖୋଜି କରାଯାଉଥିଲା । ପୋଷ୍ଟମର୍ଟମରୁ ନାବାଳକକୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ପୁଅର ବାପାଙ୍କୁ ପଚରାଉଚରା ପରେ ସେ ସବୁ କଥା ମାନିଥିଲେ।
ପ୍ରଥମେ ସେ ତାଙ୍କ ପୁଅର ହାତକାଟି ଏକ କୂଅକୁ ଫିଙ୍ଗିବା ପରେ ତାର ଗଳା ଚିପି ହତ୍ୟା କରିଥିଲା। ଏହି ମୃତ ଦେହକୁ ଏକ କ୍ଷେତ ନିକଟସ୍ଥ ଅଳିଆ ଗଦାରେ ଫିଙ୍ଗିଥିଲା। ସମ୍ପୃକ୍ତ ଅଭିଯୁକ୍ତଙ୍କ କହିବା ଅନୁସାରେ ପୁଲିସ କଟାହାତକୁ ଜବତ କରିଛି।