ସିନେମା ଦେଖିବାକୁ ଆସି ହଲରେ ଯୁବକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଘଟଣାଟି ଯେତିକି ସମ୍ବେଦନଶୀଳ ସେତିକି ଚର୍ଚ୍ଚିତ। ସିନେମା ଦେଖିବାକୁ ଯାଇ ହଲରେ ଜୀବନ ହାରିଲେ ଯୁବକ।  ଏମିତି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ପଶ୍ଚିମ ଦିଲ୍ଲୀର ବିକାଶ ପୁରୀରେ ଥିବା ପିଭିଆର ସିନେମା ହଲରେ ଜଣେ ଦର୍ଶକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।  ପିଭିଆର ସିନେମା ହଲର ୱାସରୁମରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ପକେଟରେ ଥିବା ଅଧାରକାର୍ଡ଼ରୁ ତାଙ୍କ ପରିଚୟ ମିଳିଛି। ମୃତ ଯୁବକଙ୍କ ବୟସ ୪୪ ବର୍ଷ ହେବ। […]

cinema

Tapas Behera
  • Published: Friday, 08 July 2022
  • , Updated: 08 July 2022, 08:08 PM IST

ନୂଆଦିଲ୍ଲୀ: ଘଟଣାଟି ଯେତିକି ସମ୍ବେଦନଶୀଳ ସେତିକି ଚର୍ଚ୍ଚିତ। ସିନେମା ଦେଖିବାକୁ ଯାଇ ହଲରେ ଜୀବନ ହାରିଲେ ଯୁବକ।  ଏମିତି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ପଶ୍ଚିମ ଦିଲ୍ଲୀର ବିକାଶ ପୁରୀରେ ଥିବା ପିଭିଆର ସିନେମା ହଲରେ ଜଣେ ଦର୍ଶକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।  ପିଭିଆର ସିନେମା ହଲର ୱାସରୁମରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ପକେଟରେ ଥିବା ଅଧାରକାର୍ଡ଼ରୁ ତାଙ୍କ ପରିଚୟ ମିଳିଛି। ମୃତ ଯୁବକଙ୍କ ବୟସ ୪୪ ବର୍ଷ ହେବ। ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିପାର୍ଶିକ ଅବସ୍ଥାରୁ ବ୍ୟକ୍ତି ଜଣକ ନିଜକୁ  କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ପୁଲିସ କହିଛି। ତଥାପି ସବୁ ଦିଗକୁ ଦେଖି ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।

Related story