ମୁମ୍ବାଇ: କାଳ ହେଲା ସେଲଫି। ଜୀବନ ନେଇଗଲା ଅଜବ ନିଶା। ମାଙ୍କଡ଼ ସହ ସେଲଫି ନେଉଥିବା ବେଳେ ଜଣେ ବ୍ୟକ୍ତି ୫୦୦ ଫୁଟ୍ ତଳକୁ ଖସି ମୃତ୍ୟୁ ବରଣ କରିଛନ୍ତି। ମହାରାଷ୍ଟ୍ରର ଭରନ୍ଦ ଘାଟି ରାସ୍ତାରେ ଏଭଳି ଅମାବନୀୟ ଘଟଣା ଘଟିଛି। ଭରନ୍ଦ ଘାଟ ରାସ୍ତାରେ ମାଙ୍କଡମାନଙ୍କ ସହ ସେଲଫି ନେବାବେଳେ ଜଣେ ୩୯ ବର୍ଷୀୟ ଯୁବକ ୫୦୦ ଫୁଟ ଗଭୀର ଘାଟିରେ ପଡ଼ି ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି।
ମୃତ ଯୁବକ ଜଣକ ହେଲେ ଅବଦୁଲ ଶେଖ। ବୁଧବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, ଅବଦୁଲ ଶେଖ ତାଙ୍କ କାରରେ କୋଣାର୍କ ଅଭିମୁଖେ ଯାଉଥିଲେ। ତେବେ ସେ ବାଟରେ ଭରନ୍ଦ ଘାଟ ରାସ୍ତାରେ ୱାଘିଯାଇ ମନ୍ଦିର ନିକଟରେ ଅଟକିଥିଲେ। ସେଠାରେ ସେ କିଛି ମାଙ୍କଡ଼ଙ୍କ ସହ ସେଲଫି ନେଉଥିବା ବେଳେ ଏହି ଅଘଟଣ ଘଟିଛି। ସ୍ଥାନୀୟ ପୁଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି।