ଏନ୍‌କ୍ଲୋଜର୍‌ ଭିତରକୁ ଡେଇଁଥିବା ଯୁବକଙ୍କୁ ମାରି ଦେଲା ସିଂହ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ପଞ୍ଜାବର ଏକ ଚିଡ଼ିଆଖାନାରେ ଅଭାବନୀୟ ଘଟଣା ଘଟିଛି। ଜିରାକ୍‌ପୁରର ଛଟ୍‌ବୀର୍‌ ଚିଡ଼ିଆଖାନାରେ ରବିବାର ଜଣେ ଯୁବକ ସିଂହ ଏନ୍‌କ୍ଲୋଜର୍‌ ଭିତରକୁ ଡେଇଁ ପଡ଼ିବା ପରେ ସେଠାରେ ଏକ ସିଂହ ଓ ସିଂହୀ ତାଙ୍କୁ ଆକ୍ରମଣ କରି ମାରି ଦେଇଛନ୍ତି। ସିଂହ ସଫାରୀ ଭିତରକୁ ଏକ ଗାଡ଼ିରେ ଯାଇଥିବା କିଛି ପର୍ଯ୍ୟଟକ ଶୁଟିଂ କରିଥିବା ଭିଡିଓରେ ସିଂହ ସଂପୃକ୍ତ ଯୁବକଙ୍କୁ ଘୋଷାଡ଼ି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। […]

lion

Chinmayee Roy
  • Published: Wednesday, 23 January 2019
  • , Updated: 23 January 2019, 05:28 PM IST

ନୂଆଦିଲ୍ଲୀ: ପଞ୍ଜାବର ଏକ ଚିଡ଼ିଆଖାନାରେ ଅଭାବନୀୟ ଘଟଣା ଘଟିଛି। ଜିରାକ୍‌ପୁରର ଛଟ୍‌ବୀର୍‌ ଚିଡ଼ିଆଖାନାରେ ରବିବାର ଜଣେ ଯୁବକ ସିଂହ ଏନ୍‌କ୍ଲୋଜର୍‌ ଭିତରକୁ ଡେଇଁ ପଡ଼ିବା ପରେ ସେଠାରେ ଏକ ସିଂହ ଓ ସିଂହୀ ତାଙ୍କୁ ଆକ୍ରମଣ କରି ମାରି ଦେଇଛନ୍ତି।

ସିଂହ ସଫାରୀ ଭିତରକୁ ଏକ ଗାଡ଼ିରେ ଯାଇଥିବା କିଛି ପର୍ଯ୍ୟଟକ ଶୁଟିଂ କରିଥିବା ଭିଡିଓରେ ସିଂହ ସଂପୃକ୍ତ ଯୁବକଙ୍କୁ ଘୋଷାଡ଼ି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ରବିବାର ମୃତ ଯଉବକ ଜଣଙ୍କ ୨୫ ଛଟ୍‌ବୀର୍‌ ଚିଡ଼ିଆଖାନାର ୨୫ ଫୁଟ୍‌ ଉଚ୍ଚା କାନ୍ଥ ଡେଇଁ ସିଂହ ଏନ୍‌କ୍ଲୋଜର୍‌ ଭିତରକୁ ପଶିଯାଇଥିଲେ। ଏହାପରେ ଏନ୍‌କ୍ଲୋଜର ଭିତରେ ଥିବା ସିଂହ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ପରେ ଏକ ସିଂହୀ ମଧ୍ୟ ଏହି ଆକ୍ରମଣରେ ସାମିଲ୍‌ ହୋଇଥିଲା।

https://youtu.be/Nqe1oKrGJlM

ସଂପୃକ୍ତ ଯୁବକ କାହିଁକି କାନ୍ଥ ଡେଇଁ ଏନ୍‌କ୍ଲୋଜର୍‌ ଭିତରକୁ ପଶିଥିଲେ, ତାହାର କାରଣ ଏଯାଏ ଜଣାପଡ଼ିନାହିଁ। ତେବେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଲାଗି ଚିଡ଼ିଆଖାନା କର୍ତ୍ତୃପକ୍ଷ ଏକ ୫ ଜଣିଆ ଟିମ୍‌ ଗଠନ କରିବା ସହ ଯୁବକଙ୍କୁ ଆକ୍ରମଣ କରିଥିବା ଉଭୟ ସିଂହ ଓ ସିଂହୀଙ୍କୁ ଅନୁଧ୍ୟାନରେ ରଖିଥିବା ଜଣାପଡ଼ିଛି।

Related story