ଋଣ ନିମିଳିବାରୁ ବ୍ୟାଙ୍କରେ ନିଆଁ ଲଗାଇ ଦେଲେ ଯୁବକ  

ହାବେରି(କର୍ଣ୍ଣାଟକ): ଋଣ ନିଳିବାରୁ ହତୋତ୍ସାହିତ ହୋଇ ଜଣେ ଯୁବକ ଅଦ୍ଭୁତକାଣ୍ଡ ଘଟାଇଛନ୍ତି। ଋଣ ପାଇଁ ଆବେଦନ କରି ନିରାଶ ହେବା ପରେ ସେ ବ୍ୟାଙ୍କରେ ନିଆଁ ଲାଗାଇ ଦେଇଛନ୍ତି। ଫଳରେ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜନପତ୍ର ନଷ୍ଠ ହୋଇ ଯାଇଛି। କଣ୍ଣାଟକର ହାଭେରି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି।  ଏଠାରେ ୩୩ ବର୍ଷୀୟ ଜଣେ ଯୁବକ କାନାଡ଼ା ବ୍ୟାଙ୍କରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ରତିହାଲ୍ଲୀ ସହରର ବାସିନ୍ଦା ୱାସିମ […]

bank

Tapas Behera
  • Published: Tuesday, 11 January 2022
  • , Updated: 11 January 2022, 10:32 AM IST

ହାବେରି(କର୍ଣ୍ଣାଟକ): ଋଣ ନିଳିବାରୁ ହତୋତ୍ସାହିତ ହୋଇ ଜଣେ ଯୁବକ ଅଦ୍ଭୁତକାଣ୍ଡ ଘଟାଇଛନ୍ତି। ଋଣ ପାଇଁ ଆବେଦନ କରି ନିରାଶ ହେବା ପରେ ସେ ବ୍ୟାଙ୍କରେ ନିଆଁ ଲାଗାଇ ଦେଇଛନ୍ତି। ଫଳରେ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜନପତ୍ର ନଷ୍ଠ ହୋଇ ଯାଇଛି। କଣ୍ଣାଟକର ହାଭେରି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି।  ଏଠାରେ ୩୩ ବର୍ଷୀୟ ଜଣେ ଯୁବକ କାନାଡ଼ା ବ୍ୟାଙ୍କରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ରତିହାଲ୍ଲୀ ସହରର ବାସିନ୍ଦା ୱାସିମ ହଜରାଟସାବ ମୁଲ୍ଲା ବଥଲି ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ୱାସିମ ସ୍ଥାନୀୟ କାନାଡ଼ା ବ୍ୟାଙ୍କ ବ୍ରାଞ୍ଚରେ ରେ ଋଣ ପାଇଁ ଆବେଦନ କରିଥିଲେ । ହେଲେ ସିବିଲ ସ୍କୋର ବହୁ ଅଳ୍ପ ଥିବା ଦର୍ଶାଇ ବ୍ୟାଙ୍କ ଉକ୍ତ ଆବେଦନକୁ ଖାରଜ କରିଦେଇଥିଲେ ।

ଏହା ପରେ ୱାସିମ ବ୍ରାଞ୍ଜ ଅଫିସିରେ ପହଞ୍ଚିଥିଲେ। ସେଠାରେ ସେ ବ୍ୟାଙ୍କର ଝରକା ଭାଙ୍ଗି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଅଗ୍ନିକାଣ୍ଡରେ ବ୍ୟାପକ ପରିମାଣରେ କ୍ଷୟତି ଘଟିଛି। ଖବର ପାଇ ଦମକଳବାହିନୀ ଆସି ନିଆଁ ଲିଭାଇଥିଲା।

ପ୍ରାୟ ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଠ ହୋଇଥିବା ପୁଲିସ କହିଛି । ବ୍ୟାଙ୍କରେ ୫ଟି କମ୍ପ୍ୟୁଟର, ଲାଇଟ୍, ପାସବୁକ ପ୍ରିଣ୍ଟର, କ୍ୟାସ ମେସିନ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସିସିଟିଭ ଏବଂ ଟଙ୍କା ମଧ୍ୟ ପୋଡ଼ି ପାଉଁଶ ହୋଇଛି। ପୁଲିସ ୪୩୬, ୪୭୭, ୪୩୫ ଆପିସି ଧାରାରେ ଅଭିଯୁକ୍ତଙ୍କ ବିରୋଧରେ ମମାଲା ରୁଜୁ କରିଛି।

Related story