ଭ୍ୟାଲି ଛାଡ଼ ପୋଷ୍ଟର ମାରିଲେ, ଜଣଙ୍କୁ ଗୁଳି କଲେ

ଜମ୍ମୁ: ଜମ୍ମୁ କଶ୍ମୀରରେ ପୁଣି ଗର୍ଜନ କଲା ଗୁଳି। ସକ୍ରିୟ ହେଉଛନ୍ତ ଆତଙ୍କବାଦୀ। ଆଜି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ବ୍ୟକ୍ତି  ଗୁରୁତର ହୋଇଛନ୍ତି। । କଶ୍ମୀରିର କୁଲଗ୍ରାମ ଜିଲ୍ଲାର ଏହି ଅଭାବନୀୟ ଘଟଣା ଘଟିଛି। ଜିଲ୍ଲାରେ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଏକ ଧମକ ପୂର୍ଣ୍ଣ ପୋଷ୍ଟର ମରାଯାଇଥିଲା। ସେଥିରେ ଅଣବାସିନ୍ଦା ମାନେ ଭ୍ୟାଲି ଛାଡ଼ିବାକୁ ଚେତାବନୀ ଦିଆଯାଥିଲା। ଯଦି ଏହାକୁ କେହି ବେଖାତିର କରନ୍ତି ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ । ଏହି ପୋଷ୍ଟର ମରାଯିବା ପରେ […]

Terrorist

Tapas Behera
  • Published: Wednesday, 13 April 2022
  • , Updated: 13 April 2022, 09:54 PM IST

ଜମ୍ମୁ: ଜମ୍ମୁ କଶ୍ମୀରରେ ପୁଣି ଗର୍ଜନ କଲା ଗୁଳି। ସକ୍ରିୟ ହେଉଛନ୍ତ ଆତଙ୍କବାଦୀ। ଆଜି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ବ୍ୟକ୍ତି  ଗୁରୁତର ହୋଇଛନ୍ତି। । କଶ୍ମୀରିର କୁଲଗ୍ରାମ ଜିଲ୍ଲାର ଏହି ଅଭାବନୀୟ ଘଟଣା ଘଟିଛି। ଜିଲ୍ଲାରେ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଏକ ଧମକ ପୂର୍ଣ୍ଣ ପୋଷ୍ଟର ମରାଯାଇଥିଲା। ସେଥିରେ ଅଣବାସିନ୍ଦା ମାନେ ଭ୍ୟାଲି ଛାଡ଼ିବାକୁ ଚେତାବନୀ ଦିଆଯାଥିଲା। ଯଦି ଏହାକୁ କେହି ବେଖାତିର କରନ୍ତି ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ । ଏହି ପୋଷ୍ଟର ମରାଯିବା ପରେ ଉପରୋକ୍ତ ଗୁଳିକାଣ୍ଡ ଘଟିଛି।

ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ସୁରିନ୍ଦର ସିଂହ। ସୁରିନ୍ଦର କୁଲଗ୍ରାମର  କାକରନ ଏରିଆରେ  ରୁହନ୍ତି। ଗୁଳିମାଡ଼ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳକୁ କର୍ଡ଼ନ କରାଯାଇଛି।  ପୂର୍ବରୁ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ କୁଲଗ୍ରମା ଜିଲ୍ଲାରେ ଧମକପୂର୍ଣ୍ଣ ପୋଷ୍ଟର ମରାଯାଥିଲା।

ସେଥିରେ ସ୍ଥାନୀୟ ଅଞ୍ଚଳର ଅଣବାସିନ୍ଦାମାନଙ୍କୁ ସ୍ଥାନ ଛାଡ଼ିବାକୁ ଧମକ ଦିଆଯାଇଥିଲା। ନଚେତ ପରିଣାମ ଭୋଗିବାକୁ ଚେତାବନୀ ଦିଆଯାଇଥିଲା । ଗତ ଏପ୍ରିଲ ୪ତାରିଖରେ ସୋଫିଆନ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ କଶ୍ମୀର ପଣ୍ଡିତ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା।

Related story