କୋର୍ଟରେ ‘ତାରିଖ୍‌ ପର ତାରିଖ୍‌’ ଚିତ୍କାର କଲେ, ଜିନିଷପତ୍ର ଭାଙ୍ଗିଲେ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସନ୍ନି ଦେୱଲଙ୍କ ଚର୍ଚ୍ଚିତ ଡାଏଲଗ ‘ତାରିଖ୍‌ ପର ତାରିଖ୍‌’ ଦିଲ୍ଲୀର କାରକୋରଡୁମା କୋର୍ଟରେ ଶୁଣିବାକୁ ମିଳିଛି। ଜଣେ ଆବେଦନକାରୀ ନ୍ୟାୟ ପାଇବାରେ ବିଳମ୍ବ ହେବାରୁ ତାରିଖ ପର ତାରିଖ ଚିତ୍କାର କରିଥିଲେ। ଏହାପରେ କୋର୍ଟ ରୁମ୍‌ରେ ଥିବା କମ୍ପ୍ୟୁଟର ଓ ଫର୍ଣ୍ଣିଚରକୁ ଭାଙ୍ଗି ଦେଇଛନ୍ତି। ଜୁଲାଇ ୧୭ ତାରିଖରେ କୋର୍ଟ କମ୍ପ୍ଲେକ୍ସର କୋର୍ଟରୁମ ନଂ ୬୬ରେ ଏହି ଅଭାବନୀୟ ଘଟଣା ଘଟିଛି। ଶାସ୍ତ୍ରୀ ନଗରରେ ରହୁଥିବା ରାକେଶଙ୍କ ମାମଲା ୨୦୧୬ରୁ କୋର୍ଟରେ ପଡ଼ି […]

Court-Room

Hemant Lenka
  • Published: Wednesday, 21 July 2021
  • , Updated: 21 July 2021, 10:26 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସନ୍ନି ଦେୱଲଙ୍କ ଚର୍ଚ୍ଚିତ ଡାଏଲଗ ‘ତାରିଖ୍‌ ପର ତାରିଖ୍‌’ ଦିଲ୍ଲୀର କାରକୋରଡୁମା କୋର୍ଟରେ ଶୁଣିବାକୁ ମିଳିଛି। ଜଣେ ଆବେଦନକାରୀ ନ୍ୟାୟ ପାଇବାରେ ବିଳମ୍ବ ହେବାରୁ ତାରିଖ ପର ତାରିଖ ଚିତ୍କାର କରିଥିଲେ। ଏହାପରେ କୋର୍ଟ ରୁମ୍‌ରେ ଥିବା କମ୍ପ୍ୟୁଟର ଓ ଫର୍ଣ୍ଣିଚରକୁ ଭାଙ୍ଗି ଦେଇଛନ୍ତି।

ଜୁଲାଇ ୧୭ ତାରିଖରେ କୋର୍ଟ କମ୍ପ୍ଲେକ୍ସର କୋର୍ଟରୁମ ନଂ ୬୬ରେ ଏହି ଅଭାବନୀୟ ଘଟଣା ଘଟିଛି। ଶାସ୍ତ୍ରୀ ନଗରରେ ରହୁଥିବା ରାକେଶଙ୍କ ମାମଲା ୨୦୧୬ରୁ କୋର୍ଟରେ ପଡ଼ି ରହିଛି। ୧୭ ତାରିଖ ଶୁଣାଣି ବେଳେ ମଧ୍ୟ ତାଙ୍କୁ ଆଉ ଗୋଟିଏ ତାରିଖ ମିଳିବାରୁ ସେ ରାଗି ଯାଇଥିଲେ। ବାରମ୍ବାର ତାରିଖ ବଢ଼ି ଚାଲିଥିବାରୁ ସେ ଚରମ ପଦକ୍ଷେପ ନେଇଥିଲେ। ବିଚାରପତି ପରବର୍ତ୍ତୀ ତାରିଖ ଘୋଷଣା କରିବା ମାତ୍ରେ ସେ କୋର୍ଟ ରୁମରେ ଚିତ୍କାର କରିବା ସହ ଆସବାବାପତ୍ର ଭାଙ୍ଗି ଦେଇଥିଲେ।

ସେ ତାରିଖ ପର ତାରିଖ ଡାଏଲଗ ମାରି ବିଚାରପତିଙ୍କ ଟେବୁଲକୁ ମଧ୍ୟ ବାଡ଼େଇ ଥିଲେ। ଏହି ଘଟଣାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ କୋର୍ଟ ରୁମକୁ ଆସି ରାକେଶଙ୍କୁ ଗିରଫ କରିଥିଲା।
ରାକେଶଙ୍କୁ ଗିରଫ କରାଯିବା ପରେ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯାଇଥିଲେ। ମାଜିଷ୍ଟ୍ରେଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Related story