ଜେଲ ଯିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଲେ ଯୁବକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଗୋଟିଏ ଅଜବ କାଣ୍ଡ ଘଟିଛି। ଜାମିନରେ ମୁକିଳିଥିବା ଜଣେ ୨୨ ବର୍ଷୀୟ ଯୁବକ ପୁଣି ଜେଲ୍‌ ଯିବାକୁ ଚାହୁଁଥିବାରୁ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପୁଲିସ୍‌କୁ ଫୋନ କରି ଯୁବକ ଜଣଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବାକୁ ଚାହୁଁଥିବା ଧମକ ଦେଇଛନ୍ତି। ଏହି କାରଣରୁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଦିଲ୍ଲୀର ଖଜୁରୀ ଖସ ଅଞ୍ଚଳରେ ରହୁଥିବା ୨୨ ବର୍ଷୀୟ ସଲମାନ ଗତକାଲି ରାତିରେ ହଠାତ୍ ପୁଲିସକୁ ଫୋନ […]

Man

Hemant Lenka
  • Published: Friday, 04 June 2021
  • , Updated: 04 June 2021, 03:07 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଗୋଟିଏ ଅଜବ କାଣ୍ଡ ଘଟିଛି। ଜାମିନରେ ମୁକିଳିଥିବା ଜଣେ ୨୨ ବର୍ଷୀୟ ଯୁବକ ପୁଣି ଜେଲ୍‌ ଯିବାକୁ ଚାହୁଁଥିବାରୁ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପୁଲିସ୍‌କୁ ଫୋନ କରି ଯୁବକ ଜଣଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବାକୁ ଚାହୁଁଥିବା ଧମକ ଦେଇଛନ୍ତି। ଏହି କାରଣରୁ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଦିଲ୍ଲୀର ଖଜୁରୀ ଖସ ଅଞ୍ଚଳରେ ରହୁଥିବା ୨୨ ବର୍ଷୀୟ ସଲମାନ ଗତକାଲି ରାତିରେ ହଠାତ୍ ପୁଲିସକୁ ଫୋନ କରିଥିଲେ। ସେ ପୁଲିସ୍‌କୁ ଫୋନ କରି “ମୁଁ ମୋଦିଙ୍କୁ ମାରିବାକୁ ଚାହୁଁଛି” ବୋଲି କହିଥିଲେ। ଫୋନ କଲ ପାଇବା ପରେ ପୁଲିସ୍‌ ତୁରନ୍ତ ଆକ୍ସନ ମୋଡକୁ ଚାଲି ଆସିଥିଲା।

ପୁଲିସ୍‌ର ଗୋଟିଏ ଟିମ୍‌ ଫୋନ ନମ୍ବରକୁ ଟ୍ରାକ କରି ସଲମାନ ରହୁଥିବା ଖଜୁରୀ ଖସ ଅଞ୍ଚଳରେ ପହଞ୍ଚିଥିଲା। ସେଠାରୁ ସଲମାନଙ୍କୁ ଗିରଫ କରି ପୁଲିସ୍‌ ଷ୍ଟେସନ ଆଣିଥିଲା। ପଚରାଉଚରା ବେଳେ ସଲମାନ ଦେଇଥିବା ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଜେଲ ଯିବା ପାଇଁ ଚାହୁଁଥିବାରୁ ଏପରି ଫୋନ କରିଥିବା ପୁଲିସକୁ କହିଛନ୍ତି

ସଲମାନଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି। ଏହି କାରଣରୁ ତାଙ୍କୁ ପୁଲିସ୍‌ ଗିରଫ କରି ଜେଲ ମଧ୍ୟ ପଠାଇଥିଲା। ହେଲେ ଏବେ ସେ ଜାମିନରେ ଖଲାସ ହୋଇଥିଲେ। ଜେଲରୁ ବାହାରିବା ପରେ ସଲମାନ ପୁଣି ସେଠାକୁ ଯିବାକୁ ଚାହୁଁଥିଲେ। ଏହି କାରଣରୁ ସେ ମୋଦିଙ୍କୁ ମାରିବାକୁ ଧମକ ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜଡ଼ିତ ଥିବାରୁ ଗୁଇନ୍ଦା ବିଭାଗ ମଧ୍ୟ ସଲମାନଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି।

Related story