ଡୋଭାଲଙ୍କ ପାଚେରୀ ଚଢ଼ିଥିଲେ ଯୁବକ, ହେଲା ଏମଆରଆଇ ସ୍କାନ୍‌

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ନଜରକୁ ଆସିଛି। ଜଣେ ଯୁବକ ଡୋଭାଲଙ୍କ ବାସଭବନର ପାଚେରୀ ଚଢ଼ି ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ନଜରକୁ ଆସିଛି। ତେବେ ସୁରକ୍ଷା କର୍ମୀମାନେ ତାଙ୍କୁ କାବୁ କରିଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିଛି। ପୁଲିସ କହିବା ଅନୁଯାୟୀ ଜେରା ବେଳେ ଯୁବକ ଜଣକ ଅଦ୍ଭୁତ କଥା କହିଥିଲେ। […]

NSA Ajit Doval

Tapas Behera
  • Published: Wednesday, 16 February 2022
  • , Updated: 16 February 2022, 06:20 PM IST

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ନଜରକୁ ଆସିଛି। ଜଣେ ଯୁବକ ଡୋଭାଲଙ୍କ ବାସଭବନର ପାଚେରୀ ଚଢ଼ି ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ନଜରକୁ ଆସିଛି। ତେବେ ସୁରକ୍ଷା କର୍ମୀମାନେ ତାଙ୍କୁ କାବୁ କରିଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିଛି। ପୁଲିସ କହିବା ଅନୁଯାୟୀ ଜେରା ବେଳେ ଯୁବକ ଜଣକ ଅଦ୍ଭୁତ କଥା କହିଥିଲେ।

ତାଙ୍କ ଦେହରେ ଏକ ଚିପ୍ ଖଞ୍ଜାଯାଇଛି ଏବଂ ସେ ବାହ୍ୟ ଶକ୍ତି ଦ୍ୱାରା ନିୟନ୍ତ୍ରିତ ହେଉଛନ୍ତି। ତେଣୁ ତାଙ୍କ ଶରୀରରେ ଏମଆରଆଇ ସ୍କାନ କରାଯାଇଥିଲା। କିନ୍ତୁ କୌଣସି ଚିପ୍‌ ଠାବ କରାଯାଇ ନଥିବା ପୁଲିସ କହିଛି।

ଯୁବକ ଜଣକର ଘର ହେଉଛି ବେଙ୍ଗାଲୁରରେ। ତେବେ ଏ ପର୍ଯ୍ୟନ୍ତ ତାଙ୍କୁ ଦିଲ୍ଲୀର ଆତଙ୍କବାଦୀ ନିରୋଧୀ (ଏଟିଏସ)ଙ୍କ ଅଧୀନକୁ ନିଆଯାଇ ନାହିଁ। ଅନ୍ୟପକ୍ଷରେ ଅଜିତ ଡୋଭାଲଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇ ଥିବା ବେଳେ ତାଙ୍କ ବାସଭବନ ଚାରିପଟେ ଅଧିକ ଫୋର୍ସ ମୁତୟନ କରାଯାଇଛି।

Related story