ମନିଷ ସିସୋଦିଆ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ମାମଲାରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଚକିତ କଲା ଭଳି ବୟାନ ଦେଇଛନ୍ତି। ସିସୋଦିଆଙ୍କୁ ପ୍ରଶଂସା କରିବାକୁ ଯାଇ ସେ ଭାରତ ରତ୍ନ ପାଇଁ ଯୋଗ୍ୟ ବୋଲି କେଜ୍ରିୱାଲ କହିଛନ୍ତି ।  ଗୁଜରାଟ ଗସ୍ତରେ ଥିବା କେଜ୍ରିୱାଲ କହିଛନ୍ତି ଯେ, ମନିଶ ସିସୋଦିଆ ସରକାରୀ ସ୍କୁଲରେ ବ୍ୟାପକ ସଂସ୍କାର […]

kejriwal

kejriwal

Tapas Behera
  • Published: Monday, 22 August 2022
  • Updated: 22 August 2022, 04:58 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ମାମଲାରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଚକିତ କଲା ଭଳି ବୟାନ ଦେଇଛନ୍ତି। ସିସୋଦିଆଙ୍କୁ ପ୍ରଶଂସା କରିବାକୁ ଯାଇ ସେ ଭାରତ ରତ୍ନ ପାଇଁ ଯୋଗ୍ୟ ବୋଲି କେଜ୍ରିୱାଲ କହିଛନ୍ତି ।  ଗୁଜରାଟ ଗସ୍ତରେ ଥିବା କେଜ୍ରିୱାଲ କହିଛନ୍ତି ଯେ, ମନିଶ ସିସୋଦିଆ ସରକାରୀ ସ୍କୁଲରେ ବ୍ୟାପକ ସଂସ୍କାର ଆଣିଛନ୍ତି। ଯାହା ବିଗତ ୭୦ ବର୍ଷରେ ଅନ୍ୟ ଦଳମାନେ କରିପାରି ନାହାନ୍ତି। ସେଭଳି ବ୍ୟକ୍ତି ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ। ସାରା ଭାରତର ଶିକ୍ଷା ବ୍ୟବସ୍ଥା ତାଙ୍କ ହାତକୁ ଦିଆଯିବା ଉଚିତ୍।  କିନ୍ତୁ ଏହା ବଦଳରେ ସେମାନେ ତାଙ୍କ ଉପରେ  ସିବିଆଇ ରେଡ୍‌ କରୁଛନ୍ତି। ଅନ୍ୟପଟେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସିବିଆଇ ଏତଲାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ପାଇଁ ପ୍ରସ୍ତୁତ ହେଉଛି । ସିବିଆଇ ମନି ଲଣ୍ଡରିଂ ସଂକ୍ରାନ୍ତ କେତେକ ପ୍ରମାଣ ଇଡିକୁ ପ୍ରଦାନ କରିଛି। ଉଭୟ ତଦନ୍ତକାରୀ ସଂସ୍ଥା ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜକୁ ତର୍ଜମା କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ଇଡି ମନି ଲଣ୍ଡିରଂ ବାବଦରେ ଖୋଳତାଡ଼ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

ସିସୋଦିଆଙ୍କ ବିରୋଧରେ ପିଏମ୍‌ଏଲ୍‌ଏ ଆଇନ ଅଧୀନରେ ମାମଲା ରୁଜୁ ପାଇଁ ବେଆଇନ ନେଣଦେଣ ଉପରେ ଏବେ ଅଧିକ ଫୋକସ୍‌ କରାଯାଉଛି। ତେବେ ରଙ୍କୁ ନେଇ  ରାଜନୈତିକ ବୟାନ ବାଜି ଜାରି ରହିଛି। ହେଲେ ସିସୋଦିଆ କହିଛନ୍ତି ଯେ, ସେ ଯଦି ଆପ୍‌ ଛାଡ଼ି ବିଜେପିରେ ମିଶିବେ, ତା’ହେଲେ ତାଙ୍କ ନାଁରେ ସିବିଆଇ ଓ ଇଡି କରିଥିବା ମାମଲା ସବୁ ଉଠିଯିବ । ତାଙ୍କ ପାଖକୁ  ବିଜେପିର ମେସେଜ ଆସିଛି।

ଆପକୁ ଭାଙ୍ଗି ଯଦି ସେ ଯଦି ବିଜେପି ମିଶିବେ, ତା’ହେଲେ ସେମାନେ ସିବିଆଇ-ଇଡି କେସ୍‌ ସବୁ ବନ୍ଦ କରିଦେବେ ବୋଲି ସିଶୋଦିଆ କହିଛନ୍ତି। ହେଲେ ସିଶୋଦିଆ କହିଛନ୍ତି ଯେ, ମୁଁ ମହାରାଣା ପ୍ରତାପଙ୍କ ବଂଶଜ। ମୁଁ ରାଜପୁତ। ମୁଣ୍ଡ କଟି ଯାଉ ପଛେ, କିନ୍ତୁ ଷଡ଼ଯନ୍ତ୍ରକାରୀ ଓ ଦୁର୍ନୀତିଖୋରଙ୍କ ଆଗରେ କେବେ ବି ମୁଁ ମୁଣ୍ଡ ନୁଆଁବି ନାହିଁ। ମୋ ନାଁରେ ରୁଜୁ ସବୁ ମାମଲା ମିଛ। ଯାହା କରିବାର ଅଛି କର କହି ଓଲଟି ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story