ଦୂଷିତ କାଶ ସିରପ୍‌ ଖାଇ ୧୮ ଶିଶୁ ମୃତ୍ୟୁ ଘଟଣା, ରିପୋର୍ଟ ମାଗିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ  

ନୂଆଦିଲ୍ଲୀ: ଭାରତୀୟ କାଶ ସିରପ ଯୋଗୁ ଉଜ୍‌ବେକିସ୍ତାନରେ ପିଲାମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଉପରେ ସ୍ଥ୍ୟାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ପ୍ରତିକ୍ରିୟା ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଶୁକ୍ରବାର ଟ୍ୱିଟ୍‌ କରି କହିଛନ୍ତି, କାଶ ଔଷଧ ଡକ୍‌-୧ ମ୍ୟାକ୍ସରେ ଭୁଲ ରିପୋର୍ଟକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଡିସେମ୍ବର ୨୯ ରାତିରୁ ମାରିଅନ ବାୟୋଟେକର ସମସ୍ତ ଔଷଧ ଉତ୍ପାଦନକୁ ବନ୍ଦ କରିଦେଇଛି। ବର୍ତ୍ତମାନ ଏହି ମାମଲାରେ ଅଧିକ ଯାଞ୍ଚ ଜାରି ରହିଛି। କାଶ ଔଷଧ ଯୋଗୁ ଉଜ୍‌ବେକିସ୍ତାନରେ […]

cough-syrup

  • Published: Friday, 30 December 2022
  • , Updated: 30 December 2022, 04:32 PM IST

ନୂଆଦିଲ୍ଲୀ: ଭାରତୀୟ କାଶ ସିରପ ଯୋଗୁ ଉଜ୍‌ବେକିସ୍ତାନରେ ପିଲାମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଉପରେ ସ୍ଥ୍ୟାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ପ୍ରତିକ୍ରିୟା ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଶୁକ୍ରବାର ଟ୍ୱିଟ୍‌ କରି କହିଛନ୍ତି, କାଶ ଔଷଧ ଡକ୍‌-୧ ମ୍ୟାକ୍ସରେ ଭୁଲ ରିପୋର୍ଟକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଡିସେମ୍ବର ୨୯ ରାତିରୁ ମାରିଅନ ବାୟୋଟେକର ସମସ୍ତ ଔଷଧ ଉତ୍ପାଦନକୁ ବନ୍ଦ କରିଦେଇଛି। ବର୍ତ୍ତମାନ ଏହି ମାମଲାରେ ଅଧିକ ଯାଞ୍ଚ ଜାରି ରହିଛି। କାଶ ଔଷଧ ଯୋଗୁ ଉଜ୍‌ବେକିସ୍ତାନରେ ୧୮ଜଣ ଶିଶୁଙ୍କ ମୃତ୍ୟୁ ପରେ ନୋଏଡାର କମ୍ପାନୀ ମାରିଅନ ବାୟୋଟେକ ଏବେ ବିବାଦ ଘେରରେ ରହିଛି। ଉଜ୍‌ବେକିସ୍ତାନର ଏହି ଦାବି ପରେ ଭାରତ ସରକାର ସତର୍କ ହୋଇଯାଇଛନ୍ତି। କେନ୍ଦ୍ର ସରକାର ଉଜ୍‌ବେକିସ୍ତାନରେ ମୃତ ଶିଶୁଙ୍କ ସମ୍ପର୍କରେ ଏକ ରିପୋର୍ଟ ମାଗିଛନ୍ତି। ଦୂଷିତ କାଶ ସିରପ୍‌ ଖାଇ ଉଜ୍‌ବେକିସ୍ତାନରେ ୧୮ଜଣ ପିଲାଙ୍କ ମୃତ୍ୟୁ ଘଟିବା ପରେ ନଏଡ଼ାସ୍ଥିତ ଉକ୍ତ ସିରପ୍‌ର ନିର୍ମାତା ମାରିଅନ୍‌ ବାୟୋଟେକ୍‌ର ସମସ୍ତ ଔଷଧ ଉତ୍ପାଦନ ସମ୍ପୂର୍ଣ୍ଣ ସ୍ଥଗିତ ରଖିବାକୁ ନିର୍ଦେଶ ଦିଆଯାଇଛି।

ଉତ୍ତର ପ୍ରଦେଶ ଡ୍ରଗ୍‌ କଣ୍ଟ୍ରୋଲ୍‌ ଏବଂ ସେଣ୍ଟ୍ରାଲ୍‌ ଡ୍ରଗ୍ସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌’ (ସିଡିଏସ୍‌ସିଓ) ଉପରୋକ୍ତ କମ୍ପାନିରେ ତଦନ୍ତ ଚଳାଇଛନ୍ତି। ମାରିଅନ୍‌ର ଔଷଧ କାରଖାନାରେ ଗୁଡ୍‌ ମ୍ୟାନୁଫ୍ୟାକ୍‌ଚରିଙ୍ଗ୍‌ ପ୍ରାକ୍ଟିସ୍‌ର (ଜିଏମ୍‌ପି) ସ୍କିଡ୍ୟୁଲ୍‌ ଏମ୍‌ରେ ତ୍ରୁଟିବିଚ୍ୟୁତି ଥିବା ଜଣାପଡ଼ିଛି। ଉଜ୍‌ବେକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଥିଲା, ମରିଥିବା ପିଲାମାନେ ନଇଡ଼ାସ୍ଥିତ ମାରିଅନ୍‌ ବାୟୋଟେକ୍‌ଦ୍ବାରା ଉତ୍ପାଦିତ ‘‌ଡକ୍‌-୧ ମ୍ୟାକ୍ସ୍‌ ସିରପ୍‌ଖାଇଥିଲେ। ଉତ୍କଟ ଶ୍ବାସପ୍ରଶ୍ବାସଜନିତ ରୋଗରେ ପୀଡ଼ିତ ଥିବା ୨୧ଜଣ ପିଲାଙ୍କ ମଧ୍ୟରୁ ଡକ୍‌-୧ ମ୍ୟାକ୍ସ ସିରପ୍‌ ଖାଇ ଆଜିସୁଦ୍ଧା ୧୮ଜଣଙ୍କର ମୃତ୍ୟୁ ଘଟିଛି।

ଉଜ୍‌ବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁସାରେ, ଉକ୍ତ ସିରପ୍‌ ବ୍ୟାଚ୍‌ରେ ବିଷାକ୍ତ ପଦାର୍ଥ ଏଥିଲିନ୍‌ ଗ୍ଲାଇକୋଲ୍‌ଥିବା କଥା ଲାବ୍ରଟରି ପରୀକ୍ଷାରୁ ଜଣାପଡ଼ିଥିଲା।

Related story