ନୂଆବର୍ଷରୁ ନୂଆ ନିୟମ: ମହଙ୍ଗା ହେବ ଜୋତା, ଏଟିଏମରୁ ଟଙ୍କା ଉଠାଲେ ଲାଗିବ ଅଧିକ ଚାର୍ଜ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ବିଦାୟ ନେବ ୨୦୨୧। ରାତି ୧୨ ପରେ ଆରମ୍ଭ ହେବ ନୂଆବର୍ଷ ଅର୍ଥାତ ୨୦୨୨। ନୂଆବର୍ଷ ପର୍ଦାପଣ କରିବା ସହ ଦେଶରେ ଅନେକ ନୂଆ ନିୟମ ମଧ୍ୟ ଲାଗୁ ହେବ। ୨୦୨୨ର ପ୍ରଥମ ଦିନରେ ହିଁ ଲୋକମାନେ ଅନେକ ବଦଳୁଥିବା ନିୟମର ସମ୍ମୁଖୀନ ହେବେ। ପୂର୍ବବର୍ଷ ଅପେକ୍ଷା ସେମାନଙ୍କୁ ବିଭିନ୍ନ ସେବା ପାଇବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ। କାଲିଠାରୁ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଗ୍ରାହକଙ୍କୁ ଅଧିକ […]

ATM

Hemant Lenka
  • Published: Friday, 31 December 2021
  • , Updated: 31 December 2021, 06:28 PM IST

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ବିଦାୟ ନେବ ୨୦୨୧। ରାତି ୧୨ ପରେ ଆରମ୍ଭ ହେବ ନୂଆବର୍ଷ ଅର୍ଥାତ ୨୦୨୨। ନୂଆବର୍ଷ ପର୍ଦାପଣ କରିବା ସହ ଦେଶରେ ଅନେକ ନୂଆ ନିୟମ ମଧ୍ୟ ଲାଗୁ ହେବ। ୨୦୨୨ର ପ୍ରଥମ ଦିନରେ ହିଁ ଲୋକମାନେ ଅନେକ ବଦଳୁଥିବା ନିୟମର ସମ୍ମୁଖୀନ ହେବେ।

ପୂର୍ବବର୍ଷ ଅପେକ୍ଷା ସେମାନଙ୍କୁ ବିଭିନ୍ନ ସେବା ପାଇବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ। କାଲିଠାରୁ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଗ୍ରାହକଙ୍କୁ ଅଧିକ ଚାର୍ଜ ଦେବାକୁ ପଡ଼ିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କଗୁଡ଼ିକୁ ଟଙ୍କା ଉଠାଣ ଚାର୍ଜ ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ସେହିପରି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସହ ଅନେକ ଘରୋଇ ବ୍ୟାଙ୍କ ମଧ୍ୟ ସେମାନଙ୍କ ଟଙ୍କା ଉଠାଣ ଚାର୍ଜକୁ କାଲିଠାରୁ ବୃଦ୍ଧି କରିବେ। ଜିଏସଟି ସ୍ଲାବ ବୃଦ୍ଧି ହୋଇଥିବାରୁ ଜୋତା ଓ ଚପଲ କିଣିବା ବେଳେ ଅଧିକ ଟଙ୍କା ଦେବାକୁ ପଡ଼ିବ।

ନୂଆବର୍ଷରୁ କ’ଣ ସବୁ ବଦଳିବ

 

ଏଟିଏମରୁ ଟଙ୍କା ଉଠାଣ ପାଇଁ ଲାଗିବ ଅଧିକ ଚାର୍ଜ

୨୦୨୨ ଜାନୁଆରୀ ୧ରୁ ଧାର୍ଯ୍ୟ ସୀମାରୁ ଅଧିକ ଥର ଏଟିଏମରୁ ଟଙ୍କା ଉଠାଇଲେ ଗ୍ରାହକଙ୍କୁ ୨୦ ଟଙ୍କା ବଦଳରେ ୨୧ ଟଙ୍କା ଦେବାକୁ ପଡ଼ିବ। ତିନୋଟି ଘରୋଇ ବ୍ୟାଙ୍କ ମଧ୍ୟ ସେମାନଙ୍କ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କର ନୂଆ ନିୟମ ଅନୁଯାୟୀ ପ୍ରଥମ ୫ଟି ଟ୍ରାଞ୍ଜାକସନ ପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବନି। ଏହାପରେ କାରବାର କଲେ ପ୍ରତ୍ୟେକ ଥର ଗ୍ରାହକଙ୍କୁ ୨୧ ଟଙ୍କା ଲେଖାଏ ଦେବାକୁ ପଡ଼ିବ। ପ୍ରତ୍ୟେକ ଆର୍ଥିକ କାରବାର ଉପରେ ୨୧ ଟଙ୍କା ଚାର୍ଜ ଲାଗିବାକୁ ଥିବା ବେଳେ ଅଣ ଆର୍ଥିକ କାରବାର ପାଇଁ ୮.୫୦ ଟଙ୍କା ଆଦାୟ କରାଯିବ।

-ଏଚଡିଏଫସି ସହର ଅନୁଯାୟୀ ଭିନ୍ନଭିନ୍ନ ନିୟମ ପ୍ରସ୍ତୁତ କରିଛି। ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ପ୍ରଥମ ୩ଟି କାରବାର ପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବନି। ଏହାପରେ କାରବାର କଲେ ୨୧ ଟଙ୍କା ସହ ଟିକସ ଦେବାକୁ ପଡ଼ିବ।

-ଆକ୍ସିସ୍ ବ୍ୟାଙ୍କ ମଧ୍ୟ ୫ଟି ଟ୍ରାଞ୍ଜକସନ ପରେ ୨୦ ଟଙ୍କା ଚାର୍ଜ ସହ ଟିକସ ଆଦାୟ କରିବ। ଏହା କେବଳ ଆର୍ଥିକ କାରବାର ପାଇଁ ଲାଗୁ ହେବ। ଅଣ ଆର୍ଥିକ କାରବାର ପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ।

ଆଇପିପିବିର ଚାର୍ଜ ବୃଦ୍ଧି ହେବ

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ମଧ୍ୟ ଏହାର କାରବାର ସମ୍ପର୍କିତ ନିୟମରେ ପରିବର୍ତ୍ତନ କରିବ। ନୂଆ ନିୟମ ଅନୁଯାୟୀ, ପ୍ରଥମ ୪ଟି ଟ୍ରାଞ୍ଜାକସନ ପାଇଁ ଚାର୍ଜ ଲାଗୁ ହେବନି। ଏହାପରେ ପ୍ରତି ଟ୍ରାଞ୍ଜାକସନ ପିଛା ଗ୍ରାହକଙ୍କୁ ୨୫ ଟଙ୍କା ଲେଖା ଦେବାକୁ ପଡ଼ିବ।

ଜୋତା ଓ ଚପଲ କିଣିବା ହେବ ମହଙ୍ଗା

ଜାନୁଆରୀ ୧ରୁ ଫୁଟୱେର ଶିଳ୍ପ ଠାରୁ ଅଧିକ ପରିମାଣର ଜିଏସ୍‌ଟି ଆଦାୟ କରାଯିବ। ପୂର୍ବରୁ ଏହି ଶିଳ୍ପ ୫% ଜିଏସ୍‌ଟି ସ୍ଲାବରେ ରହିଥିଲା। ହେଲେ ଆସନ୍ତାକାଲି ଠାରୁ ଜୋତା ଓ ଚପଲ ଉପରେ ୧୨% ଜିଏସ୍‌ଟି ଲାଗିବ। ଫଳରେ ଏଗୁଡ଼ିକର ଦାମ ବୃଦ୍ଧି ପାଇବ।

କେନ୍ଦ୍ର ସରକାର ବୟନ ଶିଳ୍ପ ଉପରେ ଲାଗୁଥିବା ଜିଏସ୍‌ଟିକୁ ୧୨% କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ବିରୋଧ ଯୋଗୁ ଏହାକୁ ୫%ରେ ଅପରିବର୍ତ୍ତିତ ରଖାଯାଇଛି। ଆଜି ୪୬ତମ ଜିଏସ୍‌ଟି ପରିଷଦ ବୈଠକ ବସିଥିଲା। ଏହାପରେ ବୟନ ଶିଳ୍ପ ଉପରେ ଲାଗୁଥିବା ଜିଏସ୍‌ଟି ପରିମାଣକୁ ବୃଦ୍ଧି ନ କରିବାକୁ ନିଷ୍ପତ୍ତି ହୋଇଛି।

Related story