ଅନେକଙ୍କ ଧାରଣା ଥିଲା ସ୍ୱାଧୀନତା ପାଇବା ପରେ ଦେଶ ନଷ୍ଟଭ୍ରଷ୍ଟ ହୋଇଯିବ: ମୋଦି

ନୂଆଦିଲ୍ଲୀ: ସ୍ୱାଧୀନତା ସଂଘର୍ଷର ଶେଷ ପର୍ଯ୍ୟାୟରେ ଅନେକଙ୍କ ଭାରତ ବିଷୟରେ ଏକ ବଡ଼ ଭ୍ରମ ଥିଲା। ସେମାନଙ୍କ ଧାରଣା ଥିଲା ଯେ, ଭାରତ ତାର ସ୍ୱାଧୀନତାକୁ ବଜାୟ ରଖିପାରିବ ନାହିଁ।  ଭାରତ ପୁଣି ଖଣ୍ଡ ଖଣ୍ଡ ହୋଇଯିବ। ବ୍ରିଟିସ ଗଲା  ପରେ ପୁଣି ଭାରତକୁ ଅନ୍ଧକାରବାଦଲ ମାଡ଼ି ଆସିବ। କିନ୍ତୁ ସେମାନଙ୍କ ଧାରଣା ଭୁଲ ପ୍ରତିପାଦିତ ହୋଇଛି। ସେ ସମୟରେ  ବହୁ ସମସ୍ୟା ଓ ଦୁର୍ଦ୍ଦଶା ଏବଂ ଅନେକ ଚାଲେଞ୍ଜକୁ ସାମ୍ନାକ କରି ଦେଶ ତିଷ୍ଟିବାରେ ସକ୍ଷମ […]

Modi On Aug 15

  • Published: Monday, 15 August 2022
  • , Updated: 15 August 2022, 06:49 PM IST

ନୂଆଦିଲ୍ଲୀ: ସ୍ୱାଧୀନତା ସଂଘର୍ଷର ଶେଷ ପର୍ଯ୍ୟାୟରେ ଅନେକଙ୍କ ଭାରତ ବିଷୟରେ ଏକ ବଡ଼ ଭ୍ରମ ଥିଲା। ସେମାନଙ୍କ ଧାରଣା ଥିଲା ଯେ, ଭାରତ ତାର ସ୍ୱାଧୀନତାକୁ ବଜାୟ ରଖିପାରିବ ନାହିଁ।  ଭାରତ ପୁଣି ଖଣ୍ଡ ଖଣ୍ଡ ହୋଇଯିବ। ବ୍ରିଟିସ ଗଲା  ପରେ ପୁଣି ଭାରତକୁ ଅନ୍ଧକାରବାଦଲ ମାଡ଼ି ଆସିବ। କିନ୍ତୁ ସେମାନଙ୍କ ଧାରଣା ଭୁଲ ପ୍ରତିପାଦିତ ହୋଇଛି। ସେ ସମୟରେ  ବହୁ ସମସ୍ୟା ଓ ଦୁର୍ଦ୍ଦଶା ଏବଂ ଅନେକ ଚାଲେଞ୍ଜକୁ ସାମ୍ନାକ କରି ଦେଶ ତିଷ୍ଟିବାରେ ସକ୍ଷମ ହୋଇଛି। ଖାଲି ତିଷ୍ଟି ନାହିଁ ଦେଶ ବିକାଶଧାରାରେ ଅଗ୍ରସର ରହି ସଫଳତାର ଯାତ୍ରା ଜାରି ରଖିଛି। ଆଜି ୭୬ ତମ ସ୍ୱାଧୀନତା ଦିବସରେ ଲଲକିଲ୍ଲାରେ ଅଭିଭାସଣ ବେଳେଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱାଧୀନତାପ୍ରାପ୍ତ ୭୫ ବର୍ଷଧାରି ଯାତ୍ରା ଜାରି ରଖିଛି ଭାରତ।  ଏହି ଯାତ୍ରାର ମାର୍ଗରେ ଅନେକ ଉତଥାନ ପତନ ଆସିଛି।

କିନ୍ତୁ ଦେଶ କେବେ ଥକି ଯାଇ ନି ନଇଁ ଯାଇନି। କେବଳ ସେତିକି ନୁହଁ ଦେଶ ତାର ସ୍ୱପ୍ନ ମଉଳିବାକୁ ଦେଇ ନାହିଁ ବୋଲି ମୋଦି କହିଛନ୍ତି । ଦେଶ ସବୁ ପ୍ରକାର ସମସ୍ୟାକୁ ମୁକାବିଲା କରି ଦକ୍ଷଭାବେ ଗଢ଼ି ତୋଳିବାରେ ଜନତାଙ୍କ ପ୍ରଚେଷ୍ଟା ଉଲ୍ଲେଖନୀୟ ବୋଲି ମୋଦି କହିଛନ୍ତି ।   କର୍ତ୍ତବ୍ୟ ପଥରେ ଜୀବନ ଦେଇଥିବା ମହାତ୍ମା ଗାନ୍ଧି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବାବାସାହେବ ଅମ୍ବେଦକର ଏବଂ ବୀର ସବରକର୍‌ଙ୍କ ପ୍ରତି ନାଗରିକମାନେ କୃତଜ୍ଞ ଏବଂ ସେମାନେ ଦେଶ ନିର୍ମାଣରେ ସହାୟକ ହୋଇଥିଲେ।

ସେହିପରି ମଙ୍ଗଲ ପାଣ୍ଡେ, ତାତ୍ୟା ଟୋପେ, ଭଗତ ସିଂହ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ୍‌, ଆଶଫକ୍ୟୁଲ୍ଲା ଖାଁ, ରାମପ୍ରସାଦ ବିସ୍‌ମିଲ୍‌ ଏବଂ ବ୍ରିଟିସ୍‌ ଶାସନର ମୂଳଦୁଆ ଦୋହଲାଇ ଦେଇଥିବା ମୋଦି କହଥିଲେ। ଏହି ଅବସରରେ ରାଜେନ୍ଦ୍ର ପ୍ରସାଦ, ଜବାହରଲାଲ୍‌ ନେହେରୁ, ସର୍ଦ୍ଦାର ପଟେଲ, ଏସ୍‌.ପି. ମୁଖାର୍ଜୀ, ଲାଲ୍‌ ବାହାଦୁର ଶାସ୍ତ୍ରୀ, ଦୀନଦୟାଲ୍‌ ଉପାଧ୍ୟୟ, ଜେ.ପି. ନାରାୟଣ, ରାମମନୋହର ଲୋହିଆ, ବିନୋବା ଭାବେ, ନାନାଜୀ ଦେଶମୁଖ ଏବଂ ସୁବ୍ରମଣିୟମ୍‌ ଭାରତୀ ପ୍ରମୁଖଙ୍କୁ ମନେ ପକାଇ ଥିଲେ ମୋଦି।

 

Related story