ଫେରିଲା ମହାମାରୀ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଲକ୍ଷ୍ନୌ: ଗତ କିଛି ଦିନ ହେବ ସକ୍ରିୟ ହୋଇପଡ଼ିଛି ମହାମାରୀ କରୋନା। ପୁଣି ଥରେ ଦ୍ରୁତ ସଂକ୍ରମଣ ଦେଶବାସୀଙ୍କୁ ଚିନ୍ତିତ କରିଛି । ମହାମାରୀ ପ୍ରତ୍ୟାବର୍ତ୍ତନକୁ ନେଇ ଉତ୍ତରପ୍ରଦେଶ ସରକାର ସତର୍କ ହୋଇଛନ୍ତି। ତେଣୁ ସର୍ବସାଧାରଣ ସ୍ଥାନରେ ଫେସ୍‌ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି ଉତ୍ତର ପ୍ରଦେଶ ସରକାର। । ରାଜଧାନୀ ଦିଲ୍ଲୀ ଏବଂ  ଏନସିଆର ଜିଲ୍ଲାରେ କୋଭିଡ୍ ମାମଲା ବଢ଼ିଥିବାରୁ କୋଭିଡ୍‌ କଟକଣା ଆଂଶିକ କଡ଼ା କରିବାକୁ ନିଷ୍ପତ୍ତ ହୋଛି। ସଂକ୍ରମଣକୁ ଦଅଷ୍ଟିରେ ରଖି ଉତ୍ତରପ୍ରଦେଶର ବ୍ୟସ୍ତବହୁଳ […]

Mask

Tapas Behera
  • Published: Monday, 18 April 2022
  • , Updated: 18 April 2022, 04:42 PM IST

ଲକ୍ଷ୍ନୌ: ଗତ କିଛି ଦିନ ହେବ ସକ୍ରିୟ ହୋଇପଡ଼ିଛି ମହାମାରୀ କରୋନା। ପୁଣି ଥରେ ଦ୍ରୁତ ସଂକ୍ରମଣ ଦେଶବାସୀଙ୍କୁ ଚିନ୍ତିତ କରିଛି । ମହାମାରୀ ପ୍ରତ୍ୟାବର୍ତ୍ତନକୁ ନେଇ ଉତ୍ତରପ୍ରଦେଶ ସରକାର ସତର୍କ ହୋଇଛନ୍ତି। ତେଣୁ ସର୍ବସାଧାରଣ ସ୍ଥାନରେ ଫେସ୍‌ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି ଉତ୍ତର ପ୍ରଦେଶ ସରକାର। । ରାଜଧାନୀ ଦିଲ୍ଲୀ ଏବଂ  ଏନସିଆର ଜିଲ୍ଲାରେ କୋଭିଡ୍ ମାମଲା ବଢ଼ିଥିବାରୁ କୋଭିଡ୍‌ କଟକଣା ଆଂଶିକ କଡ଼ା କରିବାକୁ ନିଷ୍ପତ୍ତ ହୋଛି। ସଂକ୍ରମଣକୁ ଦଅଷ୍ଟିରେ ରଖି ଉତ୍ତରପ୍ରଦେଶର ବ୍ୟସ୍ତବହୁଳ ସ୍ଥାନ  ଗୌତମୁ ବୁଦ୍ଧ ନଗର, ଗାଜିଆବାଦ, ହାପୁର, ମୀରଟ, ବୁଲନ୍ଦ ସହର, ଭାଗପତ ଏବଂ ରାଜଧାନୀ ଲକ୍ଷ୍ନୌରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଗୌତମ ବୁଦ୍ଧ ନଗରରେ ୬୫ ଟି ନୂଆ ମାମଲା, ଗାଜିଆବାଦରେ ୨୦ ଏବଂ ଲକ୍ଷ୍ନୌରେ ୧୦ଟି ମାମଲା ସାମ୍ନାକୁ ଆସିଛି। କୋଭିଡ୍‌ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।  ପୂର୍ବରୁ କୋଭିଡ୍‌ ମାମଲା ହ୍ରାସକୁ ଦୃଷ୍ଟିରେ ରଖି ସରକାର ଫେସ୍ ମାସ୍କ ଲଗାଇବା ଉପରେ କୋହଳ କରିଥିଲେ।  ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ୨୧୮୩ଟି କରୋନା ମାମଲା ଚିହ୍ନଟ ହୋଇଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୨୧୪ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ଦୈନିକ କରୋନା ମାମଲା ୧୧୫୦ଟି ରୁଜୁ ହୋଇଥିଲା। ପୂର୍ବରୁ ଏପ୍ରିଲ ୧୬ରେ ୯୭୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏପ୍ରିଲ ୧୫ରେ ୯୫୯ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ପୂର୍ବ ମାମଲାକୁ ଦେଖିଲେ ବର୍ତ୍ତମାନ କରୋନା ମାମଲାରେ ଦୈନିକ ସଂକ୍ରମଣ ପ୍ରାୟ ୯୦% ବୃଦ୍ଧି ପାଇଛି। ବିଶେଷ କରି ଦିଲ୍ଲୀ, ୟୁପି ଏବଂ ହରିୟାଣାରେ ଲଗାତାର କରୋନା ମାମଲା ବଢ଼ିଚାଲିଛି। ବିଶେଷ କରି ଦିଲ୍ଲୀ ଏନ୍‌ସିଆର୍‌ରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ପୁଣି ଥରେ ଏଠାରେ ସ୍କୁଲ ବନ୍ଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଗତ ସପ୍ତାହରେ ୧୩ରୁ ଅଧିକ ଛୁଆ କରୋନାରେ ସଂକ୍ରମିତ ହେବା ପରେ ନଏଡାର ୩ ଓ ଗାଜିଆବାଦର ଗୋଟିଏ ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା। ଦିଲ୍ଲୀରେ ମଧ୍ୟ ଗୋଟିଏ ସ୍କୁଲରେ ଶିକ୍ଷକ ଓ ପିଲାମାନେ କରୋନାରେ ସଂକ୍ରମିତ ହେବା ଜଣାପଡିବା ପରେ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ସେପଟେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିଶୋଦିଆ ସ୍କୁଲ ବନ୍ଦ କରିବା ନେଇ ସରକାର କୌଣସି ବିଚାର କରିନଥିବା କହିଛନ୍ତି।

Related story