ହମଲା ପରେ ଆତଙ୍କୀଙ୍କୁ ଧରିବାକୁ ବଡ଼ଧରଣର ସର୍ଚ୍ଚ ଅପରେସନ, ସୀମାରେ ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ: ଆତଙ୍କବାଦୀ ହମଲାର ଗୋଟିଏ ଦିନ ପରେ ମଣିପୁର ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ହମଲାରେ ସାମିଲ ଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ବଡ଼ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଅପରେସନରେ ଆସାମ ରାଇଫଲର ଯବାନ ଓ ରାଜ୍ୟ ପୁଲିସ୍‌ର ସ୍ୱତନ୍ତ୍ର କମାଣ୍ଡୋମାନେ ସାମିଲ ହୋଇଛନ୍ତି। ସେଖେନ ଗାଁକୁ ଘେରି ରହିଥିବା ଜଙ୍ଗଲ ମଧ୍ୟରେ ଏପରି ଅପରେସନ କରାଯାଉଛି। ଶନିବାର ମଣିପୁରର ଏହି ସେଖେନ ଗାଁ ନିକଟରେ ହିଁ ଆତଙ୍କବାଦୀମାନେ ଆସାମ ରାଇଫଲର […]

terrorist

Hemant Lenka
  • Published: Sunday, 14 November 2021
  • , Updated: 14 November 2021, 08:36 PM IST

ନୂଆଦିଲ୍ଲୀ: ଆତଙ୍କବାଦୀ ହମଲାର ଗୋଟିଏ ଦିନ ପରେ ମଣିପୁର ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ହମଲାରେ ସାମିଲ ଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ବଡ଼ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଅପରେସନରେ ଆସାମ ରାଇଫଲର ଯବାନ ଓ ରାଜ୍ୟ ପୁଲିସ୍‌ର ସ୍ୱତନ୍ତ୍ର କମାଣ୍ଡୋମାନେ ସାମିଲ ହୋଇଛନ୍ତି।

ସେଖେନ ଗାଁକୁ ଘେରି ରହିଥିବା ଜଙ୍ଗଲ ମଧ୍ୟରେ ଏପରି ଅପରେସନ କରାଯାଉଛି। ଶନିବାର ମଣିପୁରର ଏହି ସେଖେନ ଗାଁ ନିକଟରେ ହିଁ ଆତଙ୍କବାଦୀମାନେ ଆସାମ ରାଇଫଲର କନଭୟକୁ ଟାର୍ଗେଟ କରି ହମଲା କରିଥିଲେ। ଏଥିରେ ୪୬ ଆସାମ ରାଇଫଲର କମାଣ୍ଡିଂ ଅଫିସର କର୍ଣ୍ଣେଲ ବିପ୍ଳବ ତ୍ରିପାଠୀ, ତାଙ୍କ ଗାଡ଼ିର ଡ୍ରାଇଭା, ପତ୍ନୀ ଓ ୮ ବର୍ଷ ପୁଅଙ୍କ ସେମତ ୮ ଜଣଙ୍କ ଜୀବନ ଯାଇଥିଲା। ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆତଙ୍କୀଙ୍କୁ ଜବାବ ଦେବାକୁ ଦାବି ଜୋର ଧରିଥିଲା।

ଏସବୁ ଭିତରେ ୨ ଆତଙ୍କୀ ସଂଗଠନ ପିଏଲଏ ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ ହମଲା ପାଇଁ ନିଜକୁ ଦାୟୀ କରିଛନ୍ତି। ହମଲା ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲରେ ଲୁଚି ଥିବା କୁହାଯାଉଛି। ଏଥିପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କାଲି ଠାରୁ ହିଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆଜି ଅପରେସନରେ ଆହୁରି ଯବାନ ସାମିଲ ହୋଇଛନ୍ତି। ଆତଙ୍କୀଙ୍କୁ ଠାବ କରି ଖତମ କରିବା ହିଁ ସୁରକ୍ଷାକର୍ମୀଙ୍କ ଏକମାତ୍ର ଲକ୍ଷ୍ୟ। ଆତଙ୍କବାଦୀମାନେ ମିଆଁମାରରୁ ଆସି ଏପରି କରିଛନ୍ତି ବୋଲି କୁହାଯାଉଛି। ତେଣୁ ସେମାନେ ଯେମିତି ପୁଣି ମିଆଁମାରକୁ ଖସି ନ ପାରିବେ, ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି।


ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ କହିଛନ୍ତି, ସରକାର କେବେ ହେଲେ ଏପରି ଆତଙ୍କୀ କାର୍ଯ୍ୟକଳାପକୁ ସହ୍ୟ କରିବେ ନାହିଁ। ରାଜ୍ୟର ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯାଇଛି। ଆତଙ୍କୀଙ୍କୁ ଯେମିତି ହେଲେ ଠାବ କରି ଦଣ୍ଡ ଦିଆଯିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ସେପଟେ ଏହି ଆକ୍ରମଣ ଘଟଣା ସମ୍ପର୍କରେ ସ୍ଥଳସେନା ମୁଖ୍ୟ ଜେନରାଲ ଏମ୍ ଏମ୍ ନରଓ୍ୱାଣେଙ୍କୁ ଅବଗତ କରାଯାଇଛି। ସୀମାରେ ଯେମିତି ସ୍ଥିତି ନ ବିଗିଡ଼ିବ ସେନେଇ ଫୋର୍ସ ସଂଖ୍ୟାକୁ ବଢ଼ାଯାଇଛି। ବିଶେଷ କରି ମିଆଁମାର ସୀମାନ୍ତ ଉପରେ ନଜର ରଖାଯାଇଛି।

Related story