ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ରକୁ ବର୍ଯ୍ୟବସ୍ତୁ ବୁହା ଟ୍ରଲିରେ ପକାଇଥିବା ଜଣେ ସଫେଇ କର୍ମଚାରୀଙ୍କୁ ନିଲମ୍ବନର ଦିନକ ପରେ ତାଙ୍କୁ ପୁନଃଅବସ୍ଥାପିତ କରାଯାଇଛି। ମଙ୍ଗଳବାର ତାଙ୍କୁ ନିଲମ୍ବନ କରାଯାଇଥିଲା। ସମ୍ପୃକ୍ତ କର୍ମଚାଙ୍କୁ ବାହାର କରିବା ପରେ ସୋଶିଆଲ ମିଡିଆରେ ଖବୁ ସମାଲୋଚନା କରାଯାଇଥିଲା। ମଥୁରାର ମ୍ୟୁନ୍ସପାଲ କମିଶନର ଅନନ୍ୟ ଝା କହିଛନ୍ତି ଯେ, ସଫେଇ କର୍ମଚାରୀଙ୍କ ଦାବି ପରେ ସମ୍ପୃକ୍ତ ନିଲମ୍ବିତ କର୍ମଚାରୀଙ୍କୁ ପୁନଃଅବସ୍ଥାପିତ କରାଯାଇଛି। ତେବେ ପୁନର୍ବାର ଯେମିତି ସେହି ଭୁଲ ନହୁଏ ତାଙ୍କୁ ଚେତାବନୀ ଦିଆଯାଇଛି। ଶନିବାର ଏହି ଘଟଣା ସାମ୍ନାକୁ ଆସିଥିଲା। ବବି ନାମକ ଜଣେ ସଫେଇ କର୍ମଚାରୀ ଜେନେରାଲଗଞ୍ଜରେ ଚୁକ୍ତିଭିତ୍ତିକ ଭାବେ ନିୟୋଜିତ ଥିଲେ। ସେ ତାଙ୍କ ବର୍ଯ୍ୟବସ୍ତୁ ଟ୍ରିଲିରେ ମୋଦି ଏବଂ ଯୋଗୀଙ୍କ ଫଟୋ ପକାଇଥିବା ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ବବିଙ୍କୁ ନିଲମ୍ବିତ କରାଯାଇଥିଲା। ସୋଶାଲ ମିଡିଆରେ ଏହାକୁ ନେଇ ପ୍ରତିବାଦ ହେବା ପରା ତାଙ୍କୁ ପୁଣି ପୁନଃ ଅବସ୍ଥାପିତ କରାଯାଇଥିଲା।