ଆପ-ବିଜେପି ମୁହାଁମୁହିଁ, ଅଟକିଲା ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ: ମୁହାଁମୁହିଁ ପରେ ଅଟକିଲା ଦିଲ୍ଲୀ ମେୟର ନିର୍ବାଚନ। ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ନିର୍ବାଚନ ପରେ ଆଜି ମେୟର ନିର୍ବାଚନ ହେବାର ଥିଲା। କିନ୍ତୁ ଆଜି ଆମ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ୧୦ ବର୍ଷ ପରେ ଆଜି ଦିଲ୍ଲୀରେ ସିଙ୍ଗଲ ମେୟର ଚୟନ ହେବାର ଥିଲା।  ଦିଲ୍ଲୀ ଏମସିଡି ନିର୍ବାଚନରେ ଆପ ୧୩୪ ଟି ଆସନ ଜିତି  ସଂଖ୍ୟା ଗରିଷ୍ଠ  ହାସଲ କରିଛି।  […]

AAP Vs Delhi LG

  • Published: Friday, 06 January 2023
  • , Updated: 06 January 2023, 02:22 PM IST

ନୂଆଦିଲ୍ଲୀ: ମୁହାଁମୁହିଁ ପରେ ଅଟକିଲା ଦିଲ୍ଲୀ ମେୟର ନିର୍ବାଚନ। ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ନିର୍ବାଚନ ପରେ ଆଜି ମେୟର ନିର୍ବାଚନ ହେବାର ଥିଲା। କିନ୍ତୁ ଆଜି ଆମ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ୧୦ ବର୍ଷ ପରେ ଆଜି ଦିଲ୍ଲୀରେ ସିଙ୍ଗଲ ମେୟର ଚୟନ ହେବାର ଥିଲା।  ଦିଲ୍ଲୀ ଏମସିଡି ନିର୍ବାଚନରେ ଆପ ୧୩୪ ଟି ଆସନ ଜିତି  ସଂଖ୍ୟା ଗରିଷ୍ଠ  ହାସଲ କରିଛି।  ଆପ୍ ପକ୍ଷରୁ ଦୁଇ ଜଣ ପ୍ରାର୍ଥୀ ଶେଲୀ ଓବରୟ ଲଢ଼ୁଥିବା ଓ ଆସୁ ଠାକୁର ଏବଂ ବିଜେପି ପକ୍ଷରୁ ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ ହୋଇଥିଲେ।

ସେହିପରି ଡେପୁଟି ମେୟର ପାଇଁ ଆପ୍‌ ପକ୍ଷରୁ  ଆଲେ ମହମ୍ମଦ ଇକବାଲ,  ଜଲାଜ କୁମାର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ  କମଲ ବାଗ୍ରୀ ନାମାଙ୍କନ ଭରିଛନ୍ତି। ଅନ୍ୟପଟେ ଏହି ନିର୍ବାଚନରେ ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ପ୍ରିଜାଡିଂ ଅଫିସର ଭାବେ ନିଯୁକ୍ତି କରାଯିବାକୁ ନେଇ ବିବାଦ ଉପୁଜିଥିଲା । ଉଭୟେ ଉଭୟଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଲୋଗାନ ଦେବାରୁ ବିଜେପି ଏବଂ ଆପ କାଉନସିଲରଙ୍କ ମଧ୍ୟରେ ଠେଲାଠେଲି ପରିସ୍ଥିତି ଉପୁଜିଥିଲା । ଏପରିକି ନିର୍ବାଚନ ସେଣ୍ଟରରେ ଅନୁଷ୍ଠିତ ବୈଠକ ବେଳେ ଆପ୍‌ ଏବଂ ଭାଜପା କର୍ମୀ ମୁହାଁମୁହିଁ ହୋଇଥିଲେ।

ଏଥିରେ ଜଣେ ଏଏପି କାଉନସିଲର ଆହତ ହୋଇଛନ୍ତି। ମୁଖ୍ୟତଃ ଦିଲ୍ଲୀ ଉପରାଜ୍ୟପାଳ  ଭି.କେ ସକ୍ସେନାଙ୍କ ଦ୍ୱାରା ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତକୁ ବିରୋଧ କରି ଆପ ସଦସ୍ୟ ହୋହଲ୍ଲା କରିଛନ୍ତି । ଆଜି ମେୟର ନିର୍ବାଚନ ପୂର୍ବରୁ କାଉନସିଲରମାନେ ଅସ୍ଥାୟୀ ବାଚସ୍ପତିଙ୍କ ଦ୍ୱାରା ଶପଥ ନେବାର ଥିଲା। ପୂର୍ବରୁ ଉପରାଜ୍ୟପାଳ ଭି.କେ. ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଉପରାଜ୍ୟପାଳ ମେୟର ନିର୍ବାଚନ ପରିଚାଳନା ଲାଗି ଗୁରୁବାର ବିଜେପି  କାଉନସିଲର ସତ୍ୟ ଶର୍ମାଙ୍କୁ ପ୍ରିଜାଇଡିଂ ଅଫିସର ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି। ଏହାକୁ ନେଇ ଆପ ପକ୍ଷରୁ ବିରୋଧ କରାଯାଇଥିଲା।

Related story