ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବାଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ କରିଛି। ତାଙ୍କୁ ଇଡି ଅଫିସରେ ମାର୍ଚ୍ଚ ୧୫ରେ ହାଜର ହେବାକୁ କୁହାଯାଇଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଇଡି ପଚରା ଉଚରା କରାଯିବ। ଇଡି ପକ୍ଷରୁ ତାଙ୍କ ନାଁରେ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ମାମଲା କରାଯାଇଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ମେହବୁବା ମୁଫତି ଗୃହବନ୍ଦୀ ହୋଇ ରହିଥିଲେ। ଦୀର୍ଘ ୧୪ ମାସ […]

Mufti

Hemant Lenka
  • Published: Friday, 05 March 2021
  • , Updated: 05 March 2021, 08:15 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ କରିଛି। ତାଙ୍କୁ ଇଡି ଅଫିସରେ ମାର୍ଚ୍ଚ ୧୫ରେ ହାଜର ହେବାକୁ କୁହାଯାଇଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଇଡି ପଚରା ଉଚରା କରାଯିବ। ଇଡି ପକ୍ଷରୁ ତାଙ୍କ ନାଁରେ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ମାମଲା କରାଯାଇଛି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ମେହବୁବା ମୁଫତି ଗୃହବନ୍ଦୀ ହୋଇ ରହିଥିଲେ। ଦୀର୍ଘ ୧୪ ମାସ ପରେ ଗତବର୍ଷ ଅକ୍ଟୋବରରେ ତାଙ୍କୁ ମୁକ୍ତ କରାଯାଇଥିଲା। ସେ ଗୃହବନ୍ଦୀରୁ ମୁକୁଳିବା ପରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁଣି ଲାଗୁ କରିବାକୁ ଦାବି କରିଛନ୍ତି। ସେହିପରି ସେ ତାଙ୍କ ଚୀରପ୍ରତିଦ୍ୱନ୍ଦ୍ୱୀ ନ୍ୟାଶନାଲ କନଫରେନ୍ସ ସହ ମଧ୍ୟ ହାତ ମିଳାଇଥିଲେ।

ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ଦେବା ଏହି ମେଣ୍ଟର ମୂଳ ଲକ୍ଷ୍ୟ। ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ କରିଥିଲେ। ସେହିପରି ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିଥିଲେ। ଜମ୍ମୁ-କଶ୍ମୀର ଓ ଲଦାଖ ନାଁରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରାଯାଇଥିଲା।

Related story