ବିଜେପିରେ ମିଶିବେ ମେଟ୍ରୋ ମ୍ୟାନ୍‌ ଇ ଶ୍ରୀଧରନ, ଏହି ରାଜ୍ୟରୁ ନିର୍ବାଚନ ଲଢ଼ିବେ!

ନୂଆଦିଲ୍ଲୀ: ଭାରତର ମେଟ୍ରୋ ମ୍ୟାନ୍‌ ଭାବେ ପରିଚୟ ସୃଷ୍ଟି କରିଥିବା ଇ ଶ୍ରୀଧନର ତାଙ୍କର ରାଜନୀତିକ ଇନିଂସ୍‌ ଆରମ୍ଭ କରିବେ। ଏଥିପାଇଁ ସେ ବିଜେପିରେ ମିଶିବେ। ଆଗକୁ କେରଳ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ସେ ବିଜେପି ଟିକେଟରୁ ଏଠାରୁ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ରବିବାରୁ ଠାରୁ କେରଳରେ ବିଜେପିର ବିଜୟ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହି ସମୟରେ ୮୮ ବର୍ଷୀୟ ଶ୍ରୀଧରନ ବିଧିବଦ୍ଧ ଭାବେ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି। […]

shreedharn

Hemant Lenka
  • Published: Thursday, 18 February 2021
  • , Updated: 18 February 2021, 04:07 PM IST

ନୂଆଦିଲ୍ଲୀ: ଭାରତର ମେଟ୍ରୋ ମ୍ୟାନ୍‌ ଭାବେ ପରିଚୟ ସୃଷ୍ଟି କରିଥିବା ଇ ଶ୍ରୀଧନର ତାଙ୍କର ରାଜନୀତିକ ଇନିଂସ୍‌ ଆରମ୍ଭ କରିବେ। ଏଥିପାଇଁ ସେ ବିଜେପିରେ ମିଶିବେ। ଆଗକୁ କେରଳ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ସେ ବିଜେପି ଟିକେଟରୁ ଏଠାରୁ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ରବିବାରୁ ଠାରୁ କେରଳରେ ବିଜେପିର ବିଜୟ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହି ସମୟରେ ୮୮ ବର୍ଷୀୟ ଶ୍ରୀଧରନ ବିଧିବଦ୍ଧ ଭାବେ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପି ୭୫ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେବନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲା। ଏଥିପାଇଁ ୨୦୧୯ ଲୋକସଭାରେ ଦଳ ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଟିକେଟ ଦେଇ ନଥିଲା।

ମାଲ୍ଲାପୁରମରୁ ଶ୍ରୀଧରନ କହିଛନ୍ତି, ମୁଁ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇ ସାରିଛି। କେବଳ ଅଫିସିଆଲ ଫର୍ମାଲିଟିଜ୍‌ ବାକି ରହିଛି। ଅବସର ପରେ ମୁଁ ଦୀର୍ଘ ୧୦ ବର୍ଷ ହେଲାଣି କେରଳରେ ରହୁଛି। ମୁଁ ଏକାଧିକ ସରକାରଙ୍କୁ ଦେଖିଛି। ହେଲେ ସେମାନେ କେହି ବି ଲୋକଙ୍କ ପାଇଁ କାମ କରୁନାହାନ୍ତି।

ମୁଁ ବିଜେପି ସାମିଲ ହୋଇ ମୋ ଅଭିଜ୍ଞତାକୁ ନଜରରେ ରଖି ଲୋକଙ୍କ ପାଇଁ କାମ କରିବି। ଏବେ ରାଜନୀତି ଦଳଗୁଡ଼ିକ ନିଜର ସ୍ୱାର୍ଥ ପାଇଁ ଭାରତର ଛବିକୁ ଖରାପ କରି ବିଶ୍ୱ ଆଗରେ ଦେଖାଉଛନ୍ତି। ବିରୋଧୀ ଦଳ ଭାବେ ବିରୋଧ କରିବା ପାଇଁ ସେମାନେ ଏପରି କରୁଛନ୍ତି। କଂଗ୍ରେସ ଭଳି ଦଳ ଦେଶର ଛବିକୁ ଖରାପ କରୁଛନ୍ତି ବୋଲି ସେ କହିଛନ୍ତି।

ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ସେ ଆଗ୍ରହ ଦେଖାଇଛନ୍ତି। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ଦଳ ନେବ ବୋଲି ସେ କହିଛନ୍ତି। ବର୍ତ୍ତମାନ ୧୪୦ ବିଧାନସଭା ଆସନ ବିଶିଷ୍ଟ କେରଳରେ ବିଜେପିର ମାତ୍ର ଜଣେ ବିଧାୟକ ଅଛନ୍ତି। ୨୦୧୧ରେ ଦିଲ୍ଲୀ ମେଟ୍ରୋର ମୁଖ୍ୟ ପଦରୁ ଶ୍ରୀଧରନ ଅବସର ଗ୍ରହଣ କରିଥିଲେ। ଶ୍ରୀଧନର ଜୟପୁର, କୋଚି ଓ ଲକ୍ଷ୍ନୌରେ ହୋଇଥିବା ମେଟ୍ରୋଲ ପ୍ରକଳ୍ପ କାମ ମଧ୍ୟ କରିଥିଲେ।

Related story