‘ଆମେ ଦିଲ୍ଲୀରେ ଖଞ୍ଜିଥିଲୁ ଆଇଇଡି, ଆଗକୁ ଆହୁରି ବଡ଼ ବିସ୍ଫୋରଣ କରିବୁ’

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀର ଗାଜିପୁର ଫୁଲ ମଣ୍ଡିରୁ ବିସ୍ଫୋରକ ମିଳିବା ଘଟଣା ପଛରେ ଆତଙ୍କୀ ସଂଗଠନ ମୁଜାହିଦ୍ଦିନ ଗଜୱାତ ଉଲ ହିନ୍ଦ(ଏମଜିଏଚ୍)ର ହାତ ରହିଛି। ନିଜେ ଏମଜିଏଚ୍ ଗୋଟିଏ ବିବୃତି ଜାରି କରି ଏଥିପାଇଁ ନିଜକୁ ଦାୟୀ କରିଛି। ଏଥିସହ ସଂଗଠନ ଆହୁରି ଭଲ ଭାବେ ପ୍ରସ୍ତୁତ କରି ଆଗକୁ ବଡ଼ଧରଣର ବିସ୍ଫୋରଣ କରିବ ବୋଲି ଧମକ ଦେଇଛି। ସଂଗଠନ କହିଛି, “ଆମର ମୁଜାହିଦ ଭାଇମାନେ ଜାନୁଆରୀ ୧୪ରେ ବିସ୍ଫୋରଣ ପାଇଁ ଦିଲ୍ଲୀର ଗାଜିପୁରରେ […]

NSG

Hemant Lenka
  • Published: Monday, 17 January 2022
  • , Updated: 17 January 2022, 08:52 PM IST

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀର ଗାଜିପୁର ଫୁଲ ମଣ୍ଡିରୁ ବିସ୍ଫୋରକ ମିଳିବା ଘଟଣା ପଛରେ ଆତଙ୍କୀ ସଂଗଠନ ମୁଜାହିଦ୍ଦିନ ଗଜୱାତ ଉଲ ହିନ୍ଦ(ଏମଜିଏଚ୍)ର ହାତ ରହିଛି। ନିଜେ ଏମଜିଏଚ୍ ଗୋଟିଏ ବିବୃତି ଜାରି କରି ଏଥିପାଇଁ ନିଜକୁ ଦାୟୀ କରିଛି। ଏଥିସହ ସଂଗଠନ ଆହୁରି ଭଲ ଭାବେ ପ୍ରସ୍ତୁତ କରି ଆଗକୁ ବଡ଼ଧରଣର ବିସ୍ଫୋରଣ କରିବ ବୋଲି ଧମକ ଦେଇଛି।

ସଂଗଠନ କହିଛି, “ଆମର ମୁଜାହିଦ ଭାଇମାନେ ଜାନୁଆରୀ ୧୪ରେ ବିସ୍ଫୋରଣ ପାଇଁ ଦିଲ୍ଲୀର ଗାଜିପୁରରେ ଆଇଇଡି ପ୍ଲାଣ୍ଟ କରିଥିଲେ। କୌଣସି ଟେକ୍ନିକାଲ ତ୍ରୁଟି ଯୋଗୁ ଏହା ଠିକଣା ସମୟରେ ବିସ୍ଫୋରଣ ହୋଇ ନଥିଲା। କିନ୍ତୁ ଆଗକୁ ଆଉ ଏମିତି ହେବନି। ଆମେ ଆହୁରି ଭଲ ଭାବେ ପ୍ରସ୍ତୁତି କରି ବିସ୍ଫୋରଣ କରିବୁ। ଏହି ବିସ୍ଫୋରଣର ଶବ୍ଦ ପୂରା ଭାରତରେ ଶୁଭିବ।”

ବିବୃତିରେ ଆହୁରି କୁହାଯାଇଛି ଯେ “ଆମେ ଆମର ବେସ୍‌ ଭାରତରେ ପ୍ରତିଷ୍ଠା କରି ସାରିଛୁ। ଭାରତ ବିରୋଧରେ ଆମେ ଜୋରଦାର ଲଢ଼େଇ କରିବୁ।” ଏହି ବିବୃତିରେ ଜମ୍ମୁ-କଶ୍ମୀର ଓ ପଞ୍ଜାବ ପୁଲିସ୍‌କୁ ମଧ୍ୟ ଏମଜିଏଚ୍‌ ଧମକ ଦେଇଛି। ସଂଗଠନ କହିଛି, “କଶ୍ମୀର ପୁଲିସ୍‌ ଆମର କିଛି ମୁଜାହିଦ୍ଦିନ ଭାଇମାନଙ୍କୁ ଗିରଫ କରିଛି। ଏପରି କରି ସେମାନେ ଆମକୁ ସରପ୍ରାଇଜ ଦେଇଛନ୍ତି। ଏବେ ସେମାନେ ନିଜ ଜୀବନ ବଞ୍ଚାନ୍ତୁ।

କଶ୍ମୀର ପୁଲିସ୍‌ ତା’ କାମ କରି ଦେଇଛି। ଏବେ ଆମ ପାଳି। କିଛି ଅସ୍ତ୍ରଶସ୍ତ୍ର ଜବତ କରି ପଞ୍ଜାବ ପୁଲିସ୍‌ ବେଶୀ ଖୁସି ହେବା ଉଚିତ ନୁହେଁ। ଆମ ଆର୍ମି ଠାରୁ ପଞ୍ଜାବ ପୁଲିସ୍‌ ନିଜକୁ କେମିତି ରକ୍ଷା କରିବ, ସେକଥା ଚିନ୍ତା କରୁ। ଆମ ଭାଇମାନଙ୍କୁ ଗିରଫ କରିଥିବା କିଛି କଶ୍ମୀର ପୁଲିସ୍‌, ପଞ୍ଜାବ ପୁଲିସ୍‌ ଓ ଆର୍ମି ଅଫିସରଙ୍କ ତାଲିକା ଆମେ ପ୍ରସ୍ତୁତ କରିଛୁ। ସେମାନଙ୍କ ପରିବାର ଲୋକଙ୍କ ତାଲିକ ମଧ୍ୟ ଆମ ପାଖରେ ରହିଛି। ଏବେ ସେମାନଙ୍କୁ ଖୋଜିଖୋଜି ହତ୍ୟା କରାଯିବ।”

ସୂଚନାଯୋଗ୍ୟ, ଜାନୁଆରୀ ୧୪ ତାରିଖ ଦିନ ୧୦.୧୬ରେ ଗାଜିପୁର ଫୁଲ ମଣ୍ଡିରୁ ଗୋଟିଏ ବ୍ୟାଗରେ ଭର୍ତ୍ତି ହୋଇଥିବା ପ୍ରାୟ ୨ କେଜିର ଆଇଇଡି ପୁଲିସ୍‌ ଜବତ କରିଥିଲା। ଏହାକୁ ପରବର୍ତ୍ତୀ ଅବସ୍ଥାରେ ଏନଏସଜି କମାଣ୍ଡୋମାନେ ନିଷ୍କ୍ରିୟ କରି ଦେଇଥିଲେ। ଏହାପରେ ପଛରେ ପାକିସ୍ତାନ ଆଇଏସଆଇର ହାତ ଥିବା ତଦନ୍ତରୁ ଜଣାପଡ଼ିଛି।

Related story