ଶ୍ରୀନଗରରେ ଆତଙ୍କୀ ହମଲା, ଜଣେ ପୁଲିସ୍ ସହିଦ୍

ଶ୍ରୀନଗର: ଶ୍ରୀନଗରର ଖାନୟାର ଅଞ୍ଚଳରେ ରବିବାର ଆତଙ୍କୀ ଆକ୍ରମଣରେ ଜଣେ ପୁଲିସ୍ କର୍ମୀ ସହିଦ୍ ହୋଇଛନ୍ତି। ସେହି ପୁଲିସ୍ କର୍ମୀ ହେଉଛନ୍ତି ଅର୍ଶଦ ଅହମ୍ମଦ। ପାଖାପାଖି ସାଢ଼େ ଗୋଟାଏ ବେଳେ ଆତଙ୍କବାଦୀମାନେ ଖାନୟାରରେ ଥିବା ଏକ ପୁଲିସ୍ ନାକା ପାର୍ଟି ଉପରକୁ ଗୁଳିବର୍ଷା କରିଥିଲେ। ଯେଉଁଥିରେ ଖନୟାର ଥାନାର ପିଏସଆଇ ଅର୍ଶଦ ଆଘାତପ୍ରାପ୍ତ ହୋଇଥିଲେ। ଅର୍ଶଦଙ୍କୁ ତୁରନ୍ତ ଏସଏମଏଚଏସ୍ ହସ୍ପିଟାଲ୍ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି […]

militant

Ranjit Kumar Jena
  • Published: Sunday, 12 September 2021
  • , Updated: 12 September 2021, 05:07 PM IST

ଶ୍ରୀନଗର: ଶ୍ରୀନଗରର ଖାନୟାର ଅଞ୍ଚଳରେ ରବିବାର ଆତଙ୍କୀ ଆକ୍ରମଣରେ ଜଣେ ପୁଲିସ୍ କର୍ମୀ ସହିଦ୍ ହୋଇଛନ୍ତି। ସେହି ପୁଲିସ୍ କର୍ମୀ ହେଉଛନ୍ତି ଅର୍ଶଦ ଅହମ୍ମଦ। ପାଖାପାଖି ସାଢ଼େ ଗୋଟାଏ ବେଳେ ଆତଙ୍କବାଦୀମାନେ ଖାନୟାରରେ ଥିବା ଏକ ପୁଲିସ୍ ନାକା ପାର୍ଟି ଉପରକୁ ଗୁଳିବର୍ଷା କରିଥିଲେ। ଯେଉଁଥିରେ ଖନୟାର ଥାନାର ପିଏସଆଇ ଅର୍ଶଦ ଆଘାତପ୍ରାପ୍ତ ହୋଇଥିଲେ।

ଅର୍ଶଦଙ୍କୁ ତୁରନ୍ତ ଏସଏମଏଚଏସ୍ ହସ୍ପିଟାଲ୍ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ଅଧିକାରୀ।

ସେହିପରି ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ସୀମାରେଖା (ଏଲଓସି) ନିକଟରେ ଆତଙ୍କୀଙ୍କ ଗତିବିଧି ନେଇ ସୂଚନା ମିଳିଛି। ଆତଙ୍କୀଙ୍କ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ରବିବାର ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିନେଇଛନ୍ତି ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଇଛନ୍ତି।

ଅଧିକାରୀ କହିଛନ୍ତି, ସେଠାରେ ଏବେ ସର୍ଚ୍ଚ ଅପରେସନ୍ ଜାରି ରହିଛି କିନ୍ତୁ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସହ ଏଯାଏ କୌଣସି ଯୋଗାଯୋଗ ହୋଇପାରିନାହିଁ। ଅଧିକାରୀମାନେ କହିଛନ୍ତି ଯେ ରବିବାର ମାଞ୍ଜାକୋଟର ବରୋଟେ ଗଲି ଏବଂ ଥାନାମଣ୍ଡିର କିଛି ସ୍ଥାନରେ ପୁଲିସ ଏବଂ ସେନାର ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

Related story