କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ପରେ ଚାଷୀ ସଂଗଠନକୁ ଦୋଷ ଦେଲେ କେନ୍ଦ୍ରମନ୍ତ୍ରୀ

ଲକ୍ଷ୍ନୌ: ଚାଷୀମାନେ ଦୀର୍ଘ ଗୋଟିଏ ବର୍ଷ ହେଲା କୃଷି ଆଇନ ବିରୋଧରେ କରୁଥିବା ସଂଘର୍ଷ ଆଗରେ ମୁଣ୍ଡ ନୁଆଁ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ଷମା ମାଗି କୃଷି ଆଇନ ପ୍ରତ୍ୟାହାର ହେବ ବୋଲି କହିଛନ୍ତି। ତେବେ ଏହାର ଦିନକ ପରେ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ କୃଷକ ୟୁନିୟନ ଉପରେ ସବୁ ଦୋଷ ଲଦି ସମାଲୋଚନା କରିଛନ୍ତି। ଶ୍ରୀ ସିଂହ କହିଛନ୍ତି, ବେଳେବେଳେ ଆମେ ସବୁ କଥାକୁ […]

VK-singh

Hemant Lenka
  • Published: Saturday, 20 November 2021
  • , Updated: 20 November 2021, 03:19 PM IST

ଲକ୍ଷ୍ନୌ: ଚାଷୀମାନେ ଦୀର୍ଘ ଗୋଟିଏ ବର୍ଷ ହେଲା କୃଷି ଆଇନ ବିରୋଧରେ କରୁଥିବା ସଂଘର୍ଷ ଆଗରେ ମୁଣ୍ଡ ନୁଆଁ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ଷମା ମାଗି କୃଷି ଆଇନ ପ୍ରତ୍ୟାହାର ହେବ ବୋଲି କହିଛନ୍ତି। ତେବେ ଏହାର ଦିନକ ପରେ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ କୃଷକ ୟୁନିୟନ ଉପରେ ସବୁ ଦୋଷ ଲଦି ସମାଲୋଚନା କରିଛନ୍ତି।

ଶ୍ରୀ ସିଂହ କହିଛନ୍ତି, ବେଳେବେଳେ ଆମେ ସବୁ କଥାକୁ ଭଲ ଭାବେ ବୁଝୁ। କିନ୍ତୁ ଏହାପରେ ଅନ୍ଧ ଭାବେ ଅନ୍ୟମାନଙ୍କୁ ଅନୁସରଣ କରୁ। ମୁଁ ଚାଷୀ ନେତାମାନଙ୍କୁ କୃଷି ଆଇନରେ କ’ଣ କଳା ଥିଲା ପଚାରିବାକୁ ଚାହୁଁଛି? କ’ଣ ପାଇଁ ସେମାନେ ଏହାକୁ କଳା ଆଇନ କହୁଥିଲେ? କେବଳ ଇଙ୍କକୁ ଛାଡ଼ି ଦେଲେ ଆଇନଗୁଡ଼ିକରେ ଆଉ କ’ଣ କଳା ଥିଲା? ଏହାର ଉପଚାର କ’ଣ? ଏହାର କୌଣସି ଉପଚାର ନାହିଁ।

ନିଜର ହୁକୁମାତି ଜାହିର କରିବାକୁ ଚାଷୀ ସଂଗଠନ ଗୁଡ଼ିକ ନିଜ ନିଜ ମଧ୍ୟରେ ଲଢ଼େଇ କରୁଛନ୍ତି। ସେମାନେ କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ କ୍ଷୁଦ୍ର ଚାଷୀଙ୍କ ଲାଭ ଚାହୁଁନାହାନ୍ତି। ସେଥିପାଇଁ ସେମାନେ କୃଷି ଆଇନକୁ ବିରୋଧ କରୁଥିଲେ। ଏବେ ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଦେଶକୁ ସମ୍ବୋଧନ କରି କୃଷି ଆଇନ ସଂସଦର ଶୀତ ଅଧିବେଶନ ବେଳେ ପ୍ରତ୍ୟାହାର ପାଇଁ ବ୍ୟବସ୍ଥା ହେବ ବୋଲି କହିଥିଲେ। ଏଥିସହ ସେ କାହାକୁ ଏଥିପାଇଁ ଦୋଷ ଦେଉ ନଥିବା ମଧ୍ୟ କହିଥିଲେ। କେନ୍ଦ୍ର ସରକାର କିଛି ଚାଷୀଙ୍କୁ କୃଷି ଆଇନ ବାବଦରେ ବୁଝାଇବାକୁ ସମର୍ଥ ହୋଇ ପାରି ନଥିବାରୁ ମୋଦି ହାତ ଯୋଡ଼ି କ୍ଷମା ବି ମାଗିଥିଲେ। କିନ୍ତୁ ତାଙ୍କ ମନ୍ତ୍ରିମଣ୍ଡଳରେ ଥିବା ସଦସ୍ୟ ଭିକେ ସିଂହ ଆଜି କୃଷକ ୟୁନିୟନଗୁଡ଼ିକୁ ଆଇନ ପ୍ରତ୍ୟାହାର ପାଇଁ ଦାୟୀ କରି ନୂଆ ବିବାଦ ସୃଷ୍ଟି କରିଛନ୍ତି।

Related story