ସର୍ବସମ୍ମୁଖରେ ହସ୍ପିଟାଲର ରୋଷେୟାଙ୍କୁ ଚାପୁଡ଼ା ମାରିଲେ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ସର୍ବସମ୍ମୁଖରେ ଦାଦାଗିରି ଦେଖାଇଛନ୍ତି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବାଚ୍ଚୁ କାଡୁ। ସେ ଗୋଟିଏ ସରକାରୀ ହସ୍ପିଟାଲର ରୋଷେୟାଙ୍କୁ ଶକ୍ତ ଚାପୁଡ଼ା ମାରିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଆଧାର କରି ଅଧିକାଂଶ ଲୋକ ମନ୍ତ୍ରୀ ବାଚ୍ଚୁଙ୍କୁ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଛନ୍ତି। ହେଲେ ମନ୍ତ୍ରୀ ମାଡ଼ ମାରିବା ଘଟଣାକୁ ଯର୍ଥାଥ ବୋଲି କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଅକୋଲା ଜିଲ୍ଲାର ଗାର୍ଡିୟାନ ମନ୍ତ୍ରୀ ବାଚ୍ଚୁ କହିଛନ୍ତି, […]

Minister

Hemant Lenka
  • Published: Wednesday, 07 April 2021
  • , Updated: 07 April 2021, 06:30 PM IST

ମୁମ୍ବାଇ: ସର୍ବସମ୍ମୁଖରେ ଦାଦାଗିରି ଦେଖାଇଛନ୍ତି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବାଚ୍ଚୁ କାଡୁ। ସେ ଗୋଟିଏ ସରକାରୀ ହସ୍ପିଟାଲର ରୋଷେୟାଙ୍କୁ ଶକ୍ତ ଚାପୁଡ଼ା ମାରିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଆଧାର କରି ଅଧିକାଂଶ ଲୋକ ମନ୍ତ୍ରୀ ବାଚ୍ଚୁଙ୍କୁ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଛନ୍ତି। ହେଲେ ମନ୍ତ୍ରୀ ମାଡ଼ ମାରିବା ଘଟଣାକୁ ଯର୍ଥାଥ ବୋଲି କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଅକୋଲା ଜିଲ୍ଲାର ଗାର୍ଡିୟାନ ମନ୍ତ୍ରୀ ବାଚ୍ଚୁ କହିଛନ୍ତି, ଅକୋଲାରେ ଥିବା ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଠିକ୍‌ ଭାବେ ଖାଦ୍ୟ ମିଳୁନାହିଁ ବୋଲି ଅଭିଯୋଗ ଆସିଥିଲା। ଏହାର ତଦାରଖ କରିବାକୁ ସେ ହସ୍ପିଟାଲର ରୋଷେଇ ଘରେ ପହଞ୍ଚିଥିଲି। ଏହି ହସ୍ପିଟାଲରେ କୋଭିଡ୍‌ ରୋଗୀ ଚିକିତ୍ସିତ ହେଉଛନ୍ତି।

ତଦାରଖ କରିବା ପରେ ସେ ରୋଷେଇ ଦାୟିତ୍ୱରେ ଥିବା ଇନଚାର୍ଜ ଶାହେବରାଓ ଏବଂ ରୋଷେୟା ସୁନୀଲ ମୋରେଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ତେବେ ଉଭୟଙ୍କ କଥାରେ ତାଳମେଳ ରହି ନଥିଲା। ଇନଚାର୍ଜ ଶାହେବରାଓ କହିଥିଲେ ଯେ ୫ କେଜି ଅଟାରେ ୫୦୦ କରୋନା ରୋଗୀଙ୍କ ପାଇଁ ଦୈନିକ ଖାଦ୍ୟ ତିଆରି କରାଯାଉଛି। ହେଲେ ରୋଷେୟା ଜଣଙ୍କ ୩ କେଜି ଅଟାରେ ୫ଶହ କରୋନା ରୋଗୀଙ୍କୁ ଖାଦ୍ୟ ଦିଆଯାଉଥିବା କହିଥିଲେ।


ପୁଣିଥରେ ମନ୍ତ୍ରୀ ଉଚ୍ଚ ସ୍ୱରରେ ସୁନୀଲଙ୍କୁ କେତେ ଅଟା ବ୍ୟବହାର ହେଉଛି ବୋଲି ପଚାରିବାରୁ ସେ ୬ କେଜି କହିଥିଲେ। ବାରମ୍ବାର କଥା ବଦଳାଉଥିବାରୁ ମନ୍ତ୍ରୀ ବଚ୍ଚୁ ସର୍ବସମ୍ମୁଖରେ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଘଟଣା ପରେ ମନ୍ତ୍ରୀ ହସ୍ପିଟାଲ ରୋଷେଇ ଦିଆଯାଉଥିବା ଅର୍ଥର ବାଟମାରଣା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏସଡିଏମ ନିଲପେଶ ଅପର ଘଟଣାର ତଦନ୍ତ କରିବେ।


ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍‌ ଡା ମୀନାକ୍ଷୀ ଗଜବେୟ କହିଛନ୍ତି, କିଛି ବର୍ଷ ହେଲାଣି ହସ୍ପିଟାଲ ପାଇଁ କିଣା ଯାଉଥିବା ସାମଗ୍ରୀ ଗୁଡ଼ିକର ରେକର୍ଡ ରଖାଯାଇ ନାହିଁ। ରାଜ୍ୟ ବଜେଟରେ ହସ୍ପିଟାଲ କିଚେନ ପାଇଁ ୬୦ ଲକ୍ଷର ବ୍ୟୟବରାଦ ହୋଇଥିବା ବେଳେ ସରକାର କେବଳ ୨୫ ଲକ୍ଷ ଟଙ୍କା ଦେଇଥିବା ମଧ୍ୟ ସେ କହିଛନ୍ତି।

Related story