ଧମକ ଦେଇ ନାବାଳିକାଙ୍କୁ ବାରମ୍ବାର ଗଣଦୁଷ୍କର୍ମ, ଭିଡିଓ ବି ଭାଇରାଲ କରିଦେଲେ

ଅଲୱର: ପୁଣିଥରେ ଗୋଟିଏ ଭୟଙ୍କର ଓ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ ବ୍ଲାକମେଲିଂ କରି ୮ ଜଣ ଯୁବକ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ଏଥିସହ ତାଙ୍କ ଠାରୁ ୫୦ ହଜାର ଟଙ୍କା ମଧ୍ୟ ନେଇଯାଇଛନ୍ତି। ଶେଷରେ ଗଣଦୁଷ୍କର୍ମ ବେଳର ଭିଡିଓକୁ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ କରାଯାଇଛି। ରାଜସ୍ଥାନର ଅଲୱରରୁ ଏପରି ଅଭିଯୋଗ ଆସିଛି। ପୁଲିସ୍‌ କହିଛି ଯେ ଜିଲ୍ଲାର କିଶନଗଡ଼ର ବାସ ପୁଲିସ୍‌ ଷ୍ଟେସନ ଅଧୀନରେ ଏହି ଘଟଣା ଘଟିଛି। ଏଠାରେ ରହୁଥିବା […]

stoprape

  • Published: Friday, 30 September 2022
  • , Updated: 30 September 2022, 01:31 PM IST

ଅଲୱର: ପୁଣିଥରେ ଗୋଟିଏ ଭୟଙ୍କର ଓ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ ବ୍ଲାକମେଲିଂ କରି ୮ ଜଣ ଯୁବକ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ଏଥିସହ ତାଙ୍କ ଠାରୁ ୫୦ ହଜାର ଟଙ୍କା ମଧ୍ୟ ନେଇଯାଇଛନ୍ତି। ଶେଷରେ ଗଣଦୁଷ୍କର୍ମ ବେଳର ଭିଡିଓକୁ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ କରାଯାଇଛି। ରାଜସ୍ଥାନର ଅଲୱରରୁ ଏପରି ଅଭିଯୋଗ ଆସିଛି।

ପୁଲିସ୍‌ କହିଛି ଯେ ଜିଲ୍ଲାର କିଶନଗଡ଼ର ବାସ ପୁଲିସ୍‌ ଷ୍ଟେସନ ଅଧୀନରେ ଏହି ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ୧୬ ବର୍ଷୀୟ ଝିଅର କିଛି ଅଶ୍ଳୀଳ ଫଟୋ ପ୍ରଥମେ ଅଭିଯୁକ୍ତମାନେ ଉଠାଇ ନେଇଥିଲେ। ସେମାନେ ଏହାକୁ ସାର୍ବଜନୀନ କରିଦେବେ ବୋଲି ଧମକ ଦେଇଥିଲେ। ନାବାଳିକା ଫଟୋ ଡିଲିଟ କରିବାକୁ କିଛି ଟଙ୍କା ମଧ୍ୟ ଦେଇଥିଲେ। ଏହା ସତ୍ତ୍ୱେ ମୁଖ୍ୟ ଅଭିଯୁକ୍ତ ସମେତ ୮ ଜଣ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏନେଇ ପୀଡ଼ିତାଙ୍କ ଭାଇ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ ମସିହା ଡିସେମ୍ବର ୩୧ରେ ମୁଖ୍ୟ ଅଭିଯୁକ୍ତ ସାହିଲ ତା’ ଭଉଣୀଙ୍କୁ ନିକଟସ୍ଥ ଗୋଟିଏ ନିଛାଟିଆ ସ୍ଥାନକୁ ଡାକିଥିଲା। ସେଠାରେ ସେ ତା’ ଭଉଣୀଙ୍କୁ କହିଥିଲା ଯେ ଉକ୍ତ ନାବାଳିକା (ପୀଡ଼ିତା)ଙ୍କ କିଛି ଅଶ୍ଳୀଳ ଫଟୋ ରହିଛି। ଏହାକୁ ସେ ସାର୍ବଜନୀନ କରିଦେବ ବୋଲି ମଧ୍ୟ କହିଥିଲା।

ଏ ସମ୍ପର୍କରେ ସାହିଲର ଭଉଣୀ ୮ମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ଜଣାଇଥିଲେ। ଖବର ପାଇ ଉକ୍ତ ସ୍ଥାନକୁ ନାବାଳିକା ଜଣଙ୍କ ଆସିଥିଲେ।

ସେଠାରେ ପୂର୍ବରୁ ଅପେକ୍ଷା କରି ରହିଥିବା ୮ ଯୁବକ ତାଙ୍କ ପୋଷାକ ବଳପୂର୍ବକ ଖୋଲି ଦେଇଥିଲେ। ଏହାପରେ ତାଙ୍କୁ ଦୁଷ୍କର୍ମ କରିବା ସହ ପୂରା ଘଟଣାର ଭିଡିଓ ରେକର୍ଡ କରିଥିଲେ।

ଏହାକୁ ସାର୍ବଜନୀନ କରି ଦେବାର ଧମକ ଦେଇଥିଲେ। ଭୟରେ ପୀଡ଼ିତା ଜଣଙ୍କ ସେମାନଙ୍କ କଥାରେ ରାଜି ହୋଇଥିଲେ। ଏହାର ଫାଇଦା ଉଠାଇ ସେମାନେ ପର୍ଯ୍ୟାୟକ୍ରମେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ। ଚଳିତ ବର୍ଷ ଏପ୍ରିଲରୁ ଜୁନ ମାସ ମଧ୍ୟରେ ସେମାନେ ନାବାଳିକାଙ୍କ ଠାରୁ ଧମକ ଦେଇ ମୋଟ ୫୦ ହଜାର ଟଙ୍କା ମଧ୍ୟ ନେଇଛନ୍ତି।

ଅଭିଯୁକ୍ତମାନେ ଅଧିକ ଟଙ୍କା ମାଗିବାରୁ ପୀଡ଼ିତା ଜଣଙ୍କ ନିଜର ଅସାମର୍ଥ୍ୟ ପ୍ରକାଶ କରିଥିଲେ। ଏଥିରେ ରାଗି ଯାଇ ଅଭିଯୁକ୍ତମାନେ ସ୍ଥାନୀୟ ସୋଶାଲ ମିଡିଆ ଗ୍ରୁପ୍‌ରେ ଭିଡିଓକୁ ଭାଇରାଲ କରିଦେଇଥିଲେ।

କିଶନବାଗ ବାସ ସର୍କଲର ଡିଏସ୍‌ପି ଅତୁଲ ଆଗ୍ରା କହିଛନ୍ତି, ଆଇପିସିର ୩୭୬ଡି ଓ ପୋକ୍ସୋ ଆକ୍ଟ ଅନୁସାରେ ଏଫଆଇଆର ରୁଜୁ କରାଯାଇଛି। ପ୍ରାଥମିକ ତଦନ୍ତରୁ ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ୁଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପରେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯିବ ବୋଲି ସେ କହିଛନ୍ତି।

Related story