ବଳିଗଲା ନିର୍ଭୟାକାଣ୍ଡର ବର୍ବରତା : ଗ୍ୟାଙ୍ଗ ରେପ୍‌ ପରେ ଗୁପ୍ତାଙ୍ଗରେ କଡ଼ା ସାମଗ୍ରୀ ଭର୍ତ୍ତି

ଜୟପୁର: ରାଜସ୍ଥାନରେ ନିର୍ଭୟାକାଣ୍ଡର ପୁନରାବୃତ୍ତି। ଦିଲ୍ଲୀ ବର୍ବକାଣ୍ଡଠାରୁ ବି ବଳିଗଲା ନୃଶଂସତା। ଜଣେ ଭିନ୍ନକ୍ଷମ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ତାର ଗୁପ୍ତାଙ୍ଗରେ ଏକାଧିକ ଆଘାତ କରାଯାଇଛି। ଅଭିଯୁକ୍ତମାନେ ଅମାନବୀୟ ଭାବେ ସମ୍ପୃକ୍ତ ନାବାଳିକାର ଗୁପ୍ତାଙ୍ଗରେ କିଛି କଡ଼ା ସାମଗ୍ରୀ ଭର୍ତ୍ତି କରି ତାଙ୍କୁ ଏକ ଓଭରବ୍ରିଜ୍‌ ନିକଟରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଭିନ୍ନକ୍ଷମ ହୋଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ  ତାଙ୍କୁ ଉଦ୍ଧାର କରାଯାଇଛି। ରାଜସ୍ତାନ ଅଲୱରର ତିଜ୍ରା ଫ୍ଲାଏଓଭର ନିକଟକରୁ ତାଙ୍କୁ […]

rape

Tapas Behera
  • Published: Thursday, 13 January 2022
  • , Updated: 13 January 2022, 01:47 PM IST

ଜୟପୁର: ରାଜସ୍ଥାନରେ ନିର୍ଭୟାକାଣ୍ଡର ପୁନରାବୃତ୍ତି। ଦିଲ୍ଲୀ ବର୍ବକାଣ୍ଡଠାରୁ ବି ବଳିଗଲା ନୃଶଂସତା। ଜଣେ ଭିନ୍ନକ୍ଷମ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ତାର ଗୁପ୍ତାଙ୍ଗରେ ଏକାଧିକ ଆଘାତ କରାଯାଇଛି। ଅଭିଯୁକ୍ତମାନେ ଅମାନବୀୟ ଭାବେ ସମ୍ପୃକ୍ତ ନାବାଳିକାର ଗୁପ୍ତାଙ୍ଗରେ କିଛି କଡ଼ା ସାମଗ୍ରୀ ଭର୍ତ୍ତି କରି ତାଙ୍କୁ ଏକ ଓଭରବ୍ରିଜ୍‌ ନିକଟରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ନାବାଳିକା ଜଣକ ଭିନ୍ନକ୍ଷମ ହୋଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ  ତାଙ୍କୁ ଉଦ୍ଧାର କରାଯାଇଛି। ରାଜସ୍ତାନ ଅଲୱରର ତିଜ୍ରା ଫ୍ଲାଏଓଭର ନିକଟକରୁ ତାଙ୍କୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ତାଙ୍କୁ ଅଲୱର ହସପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ରକ୍ତ ପ୍ରବାକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଗୁରୁତର ଅବସ୍ଥାରେ ଜୟପୁରର ଜେକେ ଲନ୍ ହସପିଟାଲଳୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ପୀଡ଼ିତାର ଦୁଇ ଘଣଣ୍ଟାକାଳ ଅପରେଶନ ପରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି । ପୀଡ଼ିତାର ଗୁପ୍ତାଙ୍ଗରେ କିଛି କଡ଼ା ଧାରୁଆ ସାମଗ୍ରୀ ଭର୍ତ୍ତି କରାଯାଇଥିବା ଡାକ୍ତର କହିଛନ୍ତି ।

ଫଳରେ ତାର ଗୁପ୍ତାଙ୍ଗରେ ଶକ୍ତ ଆଘାତ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବତୀର ଆଭ୍ୟନ୍ତରୀଣ ଅଙ୍ଗର ଅବସ୍ତା ଅତ୍ୟନ୍ତ ଗୁରୁତର ରହିଛି। ନାବାଳିକା ଜଣଳ ଜେକେ ଲନ୍‌ ହସପିଟାଲରେ ଏବେ ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଛି । ସମ୍ପୃକ୍ତ ଯୁବତୀ ଗୁପ୍ତାଙ୍ଗରେ ଏକାଧିକ ସ୍ଥାନରେ ଆଘାତ ଥିବା  ଜେକେ ଲନ୍‌ ହସପିଟାଲରେ ଡା. ଅରବିନ୍ଦ ଶୁକ୍ଲା କହିଛନ୍ତି। ତାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ନାବଳିକା ସ୍ୱାସ୍ଥ୍ୟବସ୍ଥାର ୨୪ ଘଣ୍ଟା ନିଘା ରଖିଛନ୍ତି। ଇତି ମଧ୍ୟରେ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ଘଟଣାସ୍ତଳରୁ ୨୫ କିମି ଦୂରରେ ବିଭିନ୍ନ ସ୍ଥାନରେ ୩୦୦ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଅଭିଯୁକ୍ତମାନଙ୍କୁ ତଲାସି ଜାରି ରହିଛି।

ରାଜଜସ୍ତାନ ମହିଳା କମିଶନର ଏହି ମାମଲାକୁ  ଗୁରୁତର ଭାବେ ଗ୍ରହଣ କରିଛନ୍ତି। ରାଜ୍ୟ ମହିଳା ଳକମିଶନର ପୀଡ଼ିତାଙ୍କ ପାଇଁ ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏଥିସହ ରାଜସ୍ତାନ ସରକାର ପୀଡ଼ିତାଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ସେହିପରି ମହିଳା ଶିଶୁ ବିକାଶ ମନ୍ତ୍ରଣାଳୟ ୧ ଲକ୍ଷ ଟଙ୍କା ଏବଂ ସାମାଜିକ ନ୍ୟାୟ ବିଭାଗ ପକ୍ଷରୁ ୩.୫ ଲକ୍ଷ ଟଙ୍କା ଘୋଷଣା କରାଯାଇଛି।

Related story