ରାକ୍ଷୀ ବାନ୍ଧିବା ପାଇଁ ଭାଇ ପାଖକୁ ଯାଉଥିବା ବେଳେ ଟେକି ନେଇ ଗଣଦୁଷ୍କର୍ମ

ପାଟନା:  ରକ୍ଷାବନ୍ଧନ ଅବସରରେ ଅଭାବନୀୟ ଘଟଣା। ବିହାରର ସିୱାନରେ ଜଣେ ନାବାଳିକା  ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ନାବାଳିକା ଜଣକ ତାଙ୍କ ଭାଇ ହାତରେ  ରାକ୍ଷୀ ବାନ୍ଧିବାକୁ ଯାଉଥିବା ବେଳେ ବାଟରେ ଯୌନ ରାକ୍ଷସଙ୍କ ହାବୁଡ଼ରେ ପଡ଼ିଥିଲେ। ପୁଲିସ ଏହି ଘଟଣାରେ  ମାମଲା ସମସ୍ତ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଥିବାରୁ  ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାନୁସାରେ, ନାବାଳିକା ଜଣକ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ  ଯାଉଥିଲା। ଏହି ସମୟରେ […]

Rape-Victim

  • Published: Sunday, 14 August 2022
  • , Updated: 14 August 2022, 04:39 PM IST

ପାଟନା:  ରକ୍ଷାବନ୍ଧନ ଅବସରରେ ଅଭାବନୀୟ ଘଟଣା। ବିହାରର ସିୱାନରେ ଜଣେ ନାବାଳିକା  ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ନାବାଳିକା ଜଣକ ତାଙ୍କ ଭାଇ ହାତରେ  ରାକ୍ଷୀ ବାନ୍ଧିବାକୁ ଯାଉଥିବା ବେଳେ ବାଟରେ ଯୌନ ରାକ୍ଷସଙ୍କ ହାବୁଡ଼ରେ ପଡ଼ିଥିଲେ। ପୁଲିସ ଏହି ଘଟଣାରେ  ମାମଲା ସମସ୍ତ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଥିବାରୁ  ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାନୁସାରେ, ନାବାଳିକା ଜଣକ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ  ଯାଉଥିଲା। ଏହି ସମୟରେ ଚାରି ଜଣ ଦୁର୍ବୃତ୍ତ  ତାଙ୍କୁ ଅପହରଣ କରି ରାସ୍ତା କଡ଼ରେ ଥିବା ବୁଦାକୁ ନେଇ ଯାଇଥିଲେ। ନାବାଳିକା ଚିତ୍କାର କରିବା ସତ୍ତ୍ୱେ ଅଭିଯୁକ୍ତମାନେ ନଶୁଣି ତାକୁ ଗଣ ଦୁଷ୍କର୍ମ କରିଥିଲେ। ତେବେ ସେଇବାଟେ ଦେଇ ଜଣେ କାର ଚାଳକ ଯାଉଥିବା ବେଳେ ଝିଅଟିର ଚିତ୍କାର ଶୁଣି ଘଟଣାସ୍ଥଳକାଡ଼କୁ ମୁହାଁଇଥିଲେ।

ତେବେ ତାଙ୍କ କାର ଆସିବା ଦେଖି ଅଭିଯୁକ୍ତମାନେ ନାବାଳିକାକୁ ଛାଡ଼ି ଫେରାରର ହୋଇଯାଥିଲେ। କାର ଚାଳକ ଜଣକ  ନାବାଳିକାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ତାଙ୍କର ଏବେ  ଚିକିତ୍ସା ଚାଲିଛି। ପୀଡିତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଭଗବାନପୁର ପୁଲିସ ଷ୍ଟେସନ ଅଧିକାରୀ ପଙ୍କଜ କୁମାରଙ୍କ କହିବାନୁସାରେ, ନାବାଳିକାଙ୍କ ଚିକିତ୍ସା ଦାଇତ୍ୱ ପୁଲିସୁ ନେଇଛି।  ପୀଡିତାଙ୍କ ବୟାନ ଅନୁସାରେ  ଶନିବାର ଅଭିଯୁକ୍ତ  ପୱନ କୁମାର, ଅଙ୍କିତ କୁମାର, ଇମାମୁଦ୍ଦିନ ଏବଂ ଦୀନେଶ କୁମାରଙ୍କ ବିରୋଧରେ ଏତଲା ରୁଜୁ ହୋଛି। ସେମାନଙ୍କ ମଧ୍ୟରୁ ଜଣେ ଗିରଫ ହୋଇଛନ୍ତି। ତାଙ୍କୁ ପୁଲିସ  ପଚରାଉଚରା କରୁଛି ।

ପୀଡିତା ତାଙ୍କ ମାମୁଙ୍କ ଘରେ ରୁହନ୍ତି। ଏହି ଘଟଣା ପରେ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହେବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ଆଜିକାଲି ନିଛାଟିଆ ରାସ୍ତାରେ ନିଶା ସେବନକାରୀଙ୍କ ଆଡ୍ଡା ଜମୁଛି ।  ସ୍କୁଲ ଯାଉଥିବା ଛୋଟ ଛୋଟ ଝିଅମାନେ ସେମାନଙ୍କର ଶିକାର ହେଉନ୍ତି। କିନ୍ତୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନାହିଁ।

Related story