‘ବିଜୟ ଉତ୍ସବରେ ଇନ୍ଦିରା ଗାନ୍ଧିଙ୍କ ଭୂମିକାକୁ କେମିତି ଭୁଲିଗଲେ ସରକାର’

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଗୁରୁବାର ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ୧୯୭୧ ଯୁଦ୍ଧ ସ୍ମୁତିରେ ଆଜି ବିଜୟ ଦିବସ ପାଳନ କରାଯାଉଥିବା ବେଳେ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।  ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧରେ ଇନ୍ଦିରା ଗାନ୍ଧିଙ୍କ ମୁଖ୍ୟ ଭୂମିକା ଥିଲା ବୋଲି ପ୍ରିୟଙ୍କା କହିଛନ୍ତି। ଏହି ପ୍ରସଙ୍ଗରେ ପ୍ରିୟଙ୍କା କେନ୍ଦ୍ର ସରକାରଙ୍କୁ ଅହଙ୍କାରୀ ବୋଲି କହିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ, ବିଜେପି ସରକାରଙ୍କ […]

Priyanka

Tapas Behera
  • Published: Thursday, 16 December 2021
  • , Updated: 16 December 2021, 05:28 PM IST

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଗୁରୁବାର ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ୧୯୭୧ ଯୁଦ୍ଧ ସ୍ମୁତିରେ ଆଜି ବିଜୟ ଦିବସ ପାଳନ କରାଯାଉଥିବା ବେଳେ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।  ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧରେ ଇନ୍ଦିରା ଗାନ୍ଧିଙ୍କ ମୁଖ୍ୟ ଭୂମିକା ଥିଲା ବୋଲି ପ୍ରିୟଙ୍କା କହିଛନ୍ତି।

ଏହି ପ୍ରସଙ୍ଗରେ ପ୍ରିୟଙ୍କା କେନ୍ଦ୍ର ସରକାରଙ୍କୁ ଅହଙ୍କାରୀ ବୋଲି କହିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ, ବିଜେପି ସରକାରଙ୍କ ଏହି ବିଜୟ ଉତ୍ସବରୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ବାଦ ଦିଆଯାଇଛି। ୧୯୭୧ରେ ପାକିସ୍ତାନ ବିରୋଧରେ ଭାରତ ଲଢ଼େଇ କରି ବିଜୟ ହୋଇଥିଲା। ଏହାକୁ ବାଂଲାଦେଶ ମୁକ୍ତି ଯୁଦ୍ଧ ବୋଲି କୁହାଯାଉଛି।  ଏହି ଯୁଦ୍ଧର ୫୦ତମ ପୂର୍ତ୍ତି ଉପଲକ୍ଷେ ଆଜି ବିଜୟ ଦିବସ ପାଳନ କରାଯାଉଛି। ଯେଉଁଥିରେ ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ବିଜୟ ଉତ୍ସବରେ  ଇନ୍ଦିରା ଗାନ୍ଧିଙ୍କୁ ଅଣଦେଖା କରାଯାଇଥିବା ପ୍ରିୟଙ୍କା ଅଭିଯୋଗ କରିବା ସହ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।

କହିଛନ୍ତି ମହିଳାମାନେ ଆପଣଙ୍କର ଆଭିମୁଖ୍ୟକୁ ବିଶ୍ୱାସ କରନ୍ତି ନାହିଁ । ଜଣକୁ ନିଚ୍ଚ କରିବାର ମନୋଭାବ ଆଦୌ ଗ୍ରହଣୀୟ ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି । ସେହିପରି ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏନେଇ ରାହୁଲ ଟ୍ୱିଟ୍ କରିଛନ୍ତି । ସେଥିରେ ସେ କହିଛନ୍ତି ଯେ, ଆଜି ଦିଲ୍ଲୀରେ ବାଂଲାଦେଶ ମୁକ୍ତି ଯୁଦ୍ଧର ସ୍ମୁତି ଉଦ୍ଦେଶ୍ୟରେ  ବିଜୟ ଉତ୍ସବ ପାଳନ ହେଉଛି। ତେବେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିଷୟରେ କୌଣସି  ଛାପ ନାହିଁ।

ଏମିତିକି ଦେଶ ପାଇଁ ୩୨ଟି ଗୁଳି ଖାଇଥିବା ଇନ୍ଦିରାଙ୍କ ନାମ ନିମନ୍ତ୍ରଣ କାର୍ଡ଼ରେ ସୁଦ୍ଧା ନାହିଁ । କାରଣ ଏହି ସରକାର ସତ୍ୟକୁ ଭୟ କରନ୍ତି ବୋଲି ସେ କହିଛନ୍ତି । ୧୯୭୧ ଯୁଦ୍ଧରେ ବାଂଲାଦେଶର ମୁକ୍ତିରେ ଭାରତର ବିଜୟକୁ ସ୍ମରଣ କରି ଆଜି  ବିଜୟ ଦିବସ ପାଳନ କରାଯାଇଛି। ଏହି ଯୁଦ୍ଧରେ ସହିଦ ହୋଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଆୟୋଜିତ ବିଜୟ ମଶାଲ ସମାରୋହରେ ମୋଦି ସାମିଲ ହୋଇଥିଲେ।

Related story