ନିଖୋଜର ୨୦ ବର୍ଷ ପରେ ପାକିସ୍ତାନରୁ ମିଳିଲେ ଭାରତୀୟ ମହିଳା, ଦଲାଲ ଖେଳିଥିଲା ଖେଳ

କରାଚି: ଜଣେ ଭାରତୀୟ ମହିଳା ନିଖୋଜ ହେବାର ୨୦ ବର୍ଷ ପରେ ପାକିସ୍ତାନର ତାଙ୍କର ସନ୍ଧାନ ମିଳିଛି। ତାଙ୍କୁ ଏବେ ସ୍ୱଦେଶକୁ ଫେରାଇ ଆଣିବାକୁ ସେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ହେଲେ  ହମିଦ ବେଗମ। ହମିଦ ବେଗମଙ୍କୁ ମୁମ୍ବାଇର ଜଣେ ଶ୍ରମିକ ଦଲାଲ ଦୁବାଇରେ କାମ ଯୋଗାଇ ଦେବାକୁ କହି ପାକିସ୍ତାନ ଚାଲାଣ କରିଦେଇଥିଲେ। ଏବେ ସୋଶୋଲ ମିଡିଆର ଏକ ଭିଡିଓ ମାଧ୍ୟମରେ ତାଙ୍କ ପରିବାର ଲୋକେ ତାଙ୍କୁ ଚିହ୍ନଟ କରିଛନ୍ତି। […]

io1

io1

Tapas Behera
  • Published: Monday, 08 August 2022
  • Updated: 08 August 2022, 08:15 PM IST

Sports

Latest News

କରାଚି: ଜଣେ ଭାରତୀୟ ମହିଳା ନିଖୋଜ ହେବାର ୨୦ ବର୍ଷ ପରେ ପାକିସ୍ତାନର ତାଙ୍କର ସନ୍ଧାନ ମିଳିଛି। ତାଙ୍କୁ ଏବେ ସ୍ୱଦେଶକୁ ଫେରାଇ ଆଣିବାକୁ ସେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ହେଲେ  ହମିଦ ବେଗମ। ହମିଦ ବେଗମଙ୍କୁ ମୁମ୍ବାଇର ଜଣେ ଶ୍ରମିକ ଦଲାଲ ଦୁବାଇରେ କାମ ଯୋଗାଇ ଦେବାକୁ କହି ପାକିସ୍ତାନ ଚାଲାଣ କରିଦେଇଥିଲେ। ଏବେ ସୋଶୋଲ ମିଡିଆର ଏକ ଭିଡିଓ ମାଧ୍ୟମରେ ତାଙ୍କ ପରିବାର ଲୋକେ ତାଙ୍କୁ ଚିହ୍ନଟ କରିଛନ୍ତି।

କରାଚିରେ ଥିବା ଏକ ମସଜିଦର ଇମାମ ୱାଲିୟୁଲା ମାରୋଫ କହିଛନ୍ତି ଯେ, ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନ ଅଧିକାରୀମାନେ ତାଙ୍କ ସହ ଯୋଗାଯୋଗ କରିଛନ୍ତି । ସେମାନେ  ହମିଦି ବେଗମଙ୍କୁ ଭେଟିବାକୁ ଚାହୁଁଛନ୍ତି। ଏଥିସହ ହମିଦ ବେଗମଙ୍କୁ ମୁମ୍ବାଇ ପଠାଇବା ପାଇଁ ମଧ୍ୟ ଚାହୁଁଛନ୍ତି। ହମିଦ ବେଗମ ଏବେ ନିଜ ସାବତ ପୁଅ ସହିତ କରାଚିରେ ରହୁଛନ୍ତି।  କିନ୍ତୁ ସେ ତାଙ୍କ ଘର ତଥା ଭାରତକୁ ଫେରିବାକୁ ଚାହୁଁଛନ୍ତି ବୋଲି ଇମାମ କହିଛନ୍ତି। ନିଜ ପରିବାରଠାରୁ ଅଲଗା ହୋଇ  ହମିଦ ମାନସିକ ଭାବେ ଭାଙ୍ଗି ପଡ଼ିବା ସହ ନିଜ ପରିବାରକୁ ଫେରିଯିବାକୁ  ନେହୁରା ହୋଇଛନ୍ତି। ନିଜ କୋହ ସମ୍ଭାଳି ନପାରି ହମିଦ କହିଛନ୍ତି ଯେ, ସେ ୨୦ ବର୍ଷ ହେଲା ତାଙ୍କ ପିଲାଛୁଆଙ୍କୁ ଦେଖି ନାହାନ୍ତି। ତାଙ୍କୁ ଟିକେ ପାଖରୁ ଦେଖି କୋଳେଇନେବାକୁ ଚାହୁଁଛନ୍ତି। ହମିଦ କହିଛନ୍ତି ଯେ ସେ ଭିଡିଓ କଲରେ ତାଙ୍କ ଝିଅ ଓ ନାତି ସହ କଥା ହୋଇଛନ୍ତି। କିନ୍ତୁ ମୁଁ ତାଙ୍କୁ ଭେଟିବାକୁ ଚାହେଁ। କତାରରେ ଜଣେ ରୋଷେୟା ଭାବେ ହମିଦ କାମ କରୁଥିଲେ। ତେବେ ୨୦୦୨ ମସିହାରେ  ଦୁବାଇରେ ତାଙ୍କୁ କାମ ଯୋଗେଇ ଦେବାକୁ ମୁମ୍ବାଇର ଜଣେ ଦଲାଲ ପ୍ରତିଶ୍ରୁତି ଦେଥିଲେ। କିନ୍ତୁ ଦଲାଲ ଜଣକ ହମିଦଙ୍କୁ କରାଚିରେ ବିକ୍ରି କରିଦେଇଥିଲେ।

କରାଚିରୁ ତାଙ୍କୁ ପାକିସ୍ତାନର ସିନ୍ଧ ପ୍ରଦେଶର ହାଇଦ୍ରାବାଦକୁ ନିଆଯାଇଥିଲା । ସେଠାରେ ତାଙ୍କୁ ତିନିମାସ ପର୍ଯ୍ୟନ୍ତ ବନ୍ଦୀ  କରି ରଖାଯାଥିଲା। ମୁକ୍ତ ହେବା ପରେ ସେ ଜଣେ ପାକିସ୍ତାନୀ ବିଧବା  ପୁରୁଷଙ୍କୁ ବିବାହ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର ଆଗରୁ ଜଣେ ପୁଅ ମଧ୍ୟ ଅଛି। କିନ୍ତୁ ତିନି ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଯାଇଛି। ସେ ୧୪ ବର୍ଷ ପୂର୍ବେ ହାଇଦ୍ରାବାଦରୁ ପୁଣି କରାଚି ପଳାଇ ଯାଇଥିଲେ। ଏହା ପରେ ହମିଦ ଇମାମ ୱାଲିୟୁଲା ମାରୋଫଙ୍କ ସମ୍ପର୍କରେ ଆସିଥିଲେ। ମହିଳା ଜଣକ ତାଙ୍କର ସବୁ ଦୁଃଖ କହିବା ପରେ ଇମାମ ତାଙ୍କର ଏକ ଭିଡିଓ କରି ୟୁ-ଟ୍ୟୁବରେ ପୋଷ୍ଟ କରିଥିଲେ। ଏହି ଭିଡିଓ ମୁମ୍ବାଇରେ ଥିବା ତାଙ୍କ ପରିବାର ଲୋକେ ଦେଖି ଚିହ୍ନଟ କରିଥିଲେ।  ଏବେ ପରିବାର ସହ ଫୋନ୍‌ରେ ମିଶିବା ପରେ ହମିଦ ସ୍ୱେଦେଶ ଫେରିବା ପାଇଁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos