ପିଏଫଆଇ ଠିକଣାରେ ଏନଆଇଏ ରେଡ୍‌: ମିଳିଲା ମିଶନ ୨୦୪୭ର ଦସ୍ତାବିଜ୍‌!

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)ର ଶତାଧିକ ସ୍ଥାନରେ ରେଡ ଓ ଗିରଫଦାରୀ ପରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂଗଠନକୁ ୫ ବର୍ଷ ପାଇଁ ବ୍ୟାନ କରିଛି। ଏହା ସହ ଜଡ଼ିତ ସଂଗଠନ ଉପରେ ମଧ୍ୟ ସମାନ କଟକଣା ଲାଗିଛି। ତେବେ ୧୫ ରାଜ୍ୟର ଶତାଧିକ ସ୍ଥାନରେ ଏନଆଇଏ କରିଥିବା ରେଡ୍‌ ବେଳେ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ଦାବି କରାଯାଇଛି। ଜବତ ସାମଗ୍ରୀଗୁଡ଼ିକ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଏନଆଇଏ ଦାବି […]

PFI1

  • Published: Wednesday, 28 September 2022
  • , Updated: 28 September 2022, 12:30 PM IST

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)ର ଶତାଧିକ ସ୍ଥାନରେ ରେଡ ଓ ଗିରଫଦାରୀ ପରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂଗଠନକୁ ୫ ବର୍ଷ ପାଇଁ ବ୍ୟାନ କରିଛି। ଏହା ସହ ଜଡ଼ିତ ସଂଗଠନ ଉପରେ ମଧ୍ୟ ସମାନ କଟକଣା ଲାଗିଛି। ତେବେ ୧୫ ରାଜ୍ୟର ଶତାଧିକ ସ୍ଥାନରେ ଏନଆଇଏ କରିଥିବା ରେଡ୍‌ ବେଳେ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ଦାବି କରାଯାଇଛି। ଜବତ ସାମଗ୍ରୀଗୁଡ଼ିକ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଏନଆଇଏ ଦାବି କରିଛି ଯେ ପିଏଫଆଇ ସଦସ୍ୟଙ୍କ ଠାରୁ ବୋମା ତିଆରି ବହି ସହ ଅନେକ ପ୍ରକାରର ଦେଶ ବିରୋଧୀ ଦସ୍ତାବିଜ ଜବତ କରାଯାଇଛି। ଫିଏଫଆଇ ସଦସ୍ୟଙ୍କ ଲିଙ୍କ ଆତଙ୍କୀ ସଂଗଠନ ସହ ରହିଥିବା ଏନଆଇଏ କହିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂଗଠନକୁ ଦେଶରେ ବ୍ୟାନ କରିଛି। ବ୍ୟାନ ନିର୍ଦ୍ଦେଶ ପରେ ପରେ ଏନଆଇଏ ରେଡ୍‌ ବେଳେ ଜବତ ହୋଇଥିବା ସାମଗ୍ରୀର ତାଲିକା ସାର୍ବଜନୀନ କରିଛି।

ତଦନ୍ତକାରୀ ସଂସ୍ଥା କହିଛି ଯେ ପିଏଫଆଇ ଓ ଏହାର ସଦସ୍ୟମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଏକାଧିକ ପ୍ରମାଣ ମିଳିଛି। ସେମାନଙ୍କ ଠାରୁ ଆଇଇଡି କେମିତି ତିଆରି କରାଯାଏ, ସେ ସଂକ୍ରାନ୍ତ ବୁକଲେଟ ମିଳିଛି। ଉପଲବ୍ଧ ଥିବା ସାମଗ୍ରୀକୁ ବ୍ୟବହାର କରି କେମିତି ଅତି ସହଜରେ ଆଇଇଡି ତିଆରି କରାଯାଇ ପାରିବ, ସେ ବିଷୟରେ ଏହି ବୁକଲେଟରେ ଉଲ୍ଲେଖ ରହିଛି।

ଉତ୍ତର ପ୍ରଦେଶର ବାରବାଙ୍କୀରୁ ଗିରଫ ହୋଇଥିବା ପିଏଫଆଇ ସଦସ୍ୟ ମହମ୍ମଦ ନଦୀମଙ୍କ ଘରୁ ଏହାକୁ ଜବତ କରାଯାଇଛି। ଖାଦ୍ରାରେ ରହୁଥିବା ଅହମଦ ବେଗ ନଦୱିଙ୍କ ଘରୁ ମଧ୍ୟ ସମାନ ଦସ୍ତାବିଜ ମିଳିଛି।

ଏନଆଇଏ କହିଛି ଯେ “ପିଏଫଆଇ ଓ ଏହାର ସହ ଅନୁବନ୍ଧିତ ସଂଗଠନ ଗୁଡ଼ିକ ୧୭ଟି ରାଜ୍ୟରେ ସକ୍ରିୟ ରହିଥିଲେ। ସଂଗଠନ ସହ ଜଡ଼ିତ ସଦସ୍ୟଙ୍କ ନାଁରେ ୧୩ଶହରୁ ଅଧିକ ମାଲା ରହିଛି।” ତେବେ ମାମଲା ଗୁଡ଼ିକ ସମ୍ପର୍କରେ ଏନଆଇଏ ବିସ୍ତୃତ ତଥ୍ୟ ଦେଇନାହିଁ।

ଏନଆଇଏ ଆହୁରି ଦାବି କରିଛି ଯେ ପିଏଫଆଇ ମିଶନ ୨୦୪୭ ପାଇଁ କାମ କରୁଥିଲା। ଏ ସଂକ୍ରାନ୍ତରେ ଅନେକ ପ୍ରକାରର ଦସ୍ତାବିଜ ଓ ସିଡି ମଧ୍ୟ ମିଳିଛି। ଏଥିରେ ୨୦୪୭ ସୁଦ୍ଧା ଭାରତକୁ ଇସଲାମିକ ଦେଶରେ ପରିଣତ କରିବାର ବିଷୟବସ୍ତୁ ରହିଛି। ଏହାକୁ ମହାରାଷ୍ଟ୍ରରେ ପିଏଫଆଇର ଉପ ସଭାପତି ଭାବେ କାମ କରୁଥିବା ବ୍ୟକ୍ତିଙ୍କ ଠାରୁ ଜବତ କରାଯାଇଛି। ଏହାବାଦ ଉତ୍ତର ପ୍ରଦେଶର ପିଏଫଆଇ ନେତୃବୃନ୍ଦଙ୍କ ଠାରୁ ମିଳିଥିବା ପେନ ଡ୍ରାଇଭରେ ଆଇଏସଆଇଏସ, ଗଜୱା-ଇ-ହିନ୍ଦ ଭଳି ଆତଙ୍କୀ ସଂଗଠନ ସହ ଜଡ଼ିତ ଆପତ୍ତିଜନକ ଭିଡିଓ ରହିଛି।

ପିଏଫଆଇର ରାଜନୀତିକ ସଂଗଠନ ସୋସିଆଲ ଡେମୋକ୍ରାଟିକ ପାର୍ଟ ଅଫ ଇଣ୍ଡିଆର ନେତା ବାରକତୁଲ୍ଲାଙ୍କ ଘରୁ ୨ଟି ଲୱରେନ୍ସ ଏଲଏଚ୍‌ଆର-୮୦ ଜବତ କରାଯାଇଛି। ବାରକତୁଲ୍ଲା ତାମିଲନାଡୁର ରମନଦ ଜିଲ୍ଲାର ସଭାପତି ଭାବେ କାମ କରୁଛନ୍ତି। ଏଲଏଚ୍‌ଆର-୮୦କୁ ରେଡିଓ ଓ ନାଭିଗେଟର ଭାବେ ଜିପିଏସ୍‌ ଦ୍ୱାରା ବ୍ୟବହାର କରାଯାଏ। ପିଏଫଆଇର ବେଙ୍ଗାଲୁରୁ ଲିଡର ଶାହିଦ ଖାନଙ୍କ ଘରୁ ଏନଆଇଏ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଥିବା କହିଛି।

ସେପ୍ଟେମ୍ବର ୨୨ରେ ଏନଆଇଏ ଓ ଇଡି ୧୫ ରାଜ୍ୟରେ ଥିବା ପିଏଫଆଇର ୯୩ଟି ଠିକଣାରେ ରେଡ କରିଥିଲେ। ଏହି ସମୟରେ ୧୦୬ ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି ଦ୍ୱିତରୟ ରାଉଣ୍ଡ ରେଡ ମଙ୍ଗଳବାର ହୋଇଥିଲା। ୮ ରାଜ୍ୟରେ ହୋଇଥିବା ରେଡ୍‌ ବେଳେ ତଦନ୍ତକାରୀ ସଂସ୍ଥା ପ୍ରାୟ ୨୦୦ ଜଣଙ୍କୁ ଗିରଫ କରିଥିଲା।

Related story