ସୁଧୁରୁଛି ସୀମା ବିବାଦ: ଦୁଃଖ ପ୍ରକାଶ କଲା ମିଜୋରାମ, କଟକଣା ହଟାଇଲା ଆସାମ

ଆଇଜଲ: ଦୁଇ ପଡ଼ୋଶୀ ରାଜ୍ୟ ଆସାମ ଓ ମିଜୋରାମ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଥମିବାର ବାଟ ଫିଟିଛି। ଦୁଇ ରାଜ୍ୟ ମଧ୍ୟରେ ସୀମାରେ ସୃଷ୍ଟି ହୋଇଥିବା ସଂଘର୍ଷ ବେଳେ ଆସାମର ୫ ଜଣ ପୁଲିସ୍‌ କର୍ମଚାରୀ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଏଥିସହ ୧୦ ମିଜୋରାମ ନାଗରିକଙ୍କ ସହ ୪୫ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପ୍ରଥମଥର ପାଇଁ ଦୁଃଖ ପ୍ରକାଶ କରିଛି ମିଜୋରାମ। ସେହିପରି ମିଜୋରାମ ଯିବାକୁ ଆସାମ […]

Mizoram

Hemant Lenka
  • Published: Thursday, 05 August 2021
  • , Updated: 05 August 2021, 03:13 PM IST

ଆଇଜଲ: ଦୁଇ ପଡ଼ୋଶୀ ରାଜ୍ୟ ଆସାମ ଓ ମିଜୋରାମ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଥମିବାର ବାଟ ଫିଟିଛି। ଦୁଇ ରାଜ୍ୟ ମଧ୍ୟରେ ସୀମାରେ ସୃଷ୍ଟି ହୋଇଥିବା ସଂଘର୍ଷ ବେଳେ ଆସାମର ୫ ଜଣ ପୁଲିସ୍‌ କର୍ମଚାରୀ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଏଥିସହ ୧୦ ମିଜୋରାମ ନାଗରିକଙ୍କ ସହ ୪୫ ଜଣ ଆହତ ହୋଇଥିଲେ।

ଏହି ଘଟଣାରେ ପ୍ରଥମଥର ପାଇଁ ଦୁଃଖ ପ୍ରକାଶ କରିଛି ମିଜୋରାମ। ସେହିପରି ମିଜୋରାମ ଯିବାକୁ ଆସାମ ସରକାର ନିଜ ଲୋକଙ୍କ ଉପରେ ଲଗାଇଥିବା କଟକଣାକୁ ମଧ୍ୟ ପ୍ରତ୍ୟାହାର କରିବେ ବୋଲି ଘୋଷଣା କରିଛନ୍ତି। ତେଣୁ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ବାଟ ଫିଟିଥିବା ଆଶା କରାଯାଉଛି।

ଦୁଇ ରାଜ୍ୟ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦର ସମାଧାନ ପାଇଁ ପ୍ରଥମ ରାଉଣ୍ଡ ବୈଠକ ଆସାମାର ରାଜଧାନୀ ଆଇଜଲରେ ବସିଥିଲା। ବୈଠକ ପରେ ଉଭୟ ରାଜ୍ୟ ଏପରି ଘୋଷଣା କରିଛନ୍ତି। ବୈଠକର ନିଷ୍ପତ୍ତି ଅନୁଯାୟୀ, ବିବାଦୀୟ ଅଞ୍ଚଳକୁ ଆସାମ କିମ୍ବା ମିଜୋରାମ କେହି ବି ନିଜର ସୁରକ୍ଷାକର୍ମୀଙ୍କୁ ପଠାଇବେ ନାହିଁ।

ପୂରା ବିବାଦୀୟ ଅଞ୍ଚଳ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ ଦାୟିତ୍ୱରେ ରହିବ। ବିବାଦ ପରଠାରୁ ଯେଉଁଭଳି ଭାବେ ସୀମାନ୍ତ ଅଞ୍ଚଳରେ ସିଆରପିଏଫ ମୁତୟନ ଅଛନ୍ତି, ଆଗକୁ ମଧ୍ୟ ବର୍ଡର ଆଉଟପୋଷ୍ଟ ସେମାନଙ୍କ ଅଧୀନରେ ରହିବ। ଏହି ସର୍ତ୍ତରେ ଉଭୟ ରାଜ୍ୟର ସରକାର ରାଜି ହୋଇଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୨୬ରେ ଆସାମ ଓ ମିଜୋରାମ ସୀମାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା।ଏଥିରେ ୫ ଜଣ ଆସାମ ପୁଲିସ୍‌ ଯବାନଙ୍କ ସହ ୬ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ତକ୍ତତା ବଢ଼ିଥିଲା। ଏଥିପାଇଁ ଦୁଇ ରାଜ୍ୟର ସରକାର ପରସ୍ପରର ସରକାରୀ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ।

ହେଲେ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଯୋଗୁ ଉଭୟ ରାଜ୍ୟ ମାମଲା ପ୍ରତ୍ୟାହାର କରିଥିଲେ। ଏଥିସହ ଉଭୟ ରାଜ୍ୟ ପରସ୍ପର ସହ ଆଲୋଚନା କରି ବିବାଦ ସମାଧାନ କରିବାକୁ ଚାହୁଁଥିବା କହିଥିଲେ।

Related story