ବିହାରରେ ମୋଦି, ରାହୁଲ, ରାଖୀ ସାୱନ୍ତ ନେଇଛନ୍ତି କୋଭିଡ୍‌ ଟିକାର ପ୍ରଥମ ଡୋଜ୍ !

ପାଟନା: କୋଭିଡ୍‌ ଟିକା ପରିଚାଳନାରେ ସାମ୍ନାକୁ ଆସିଛି ବ୍ୟାପକ ତ୍ରୁଟି। ବିହାରରୁ ଆସିଛି ବିଭ୍ରାନ୍ତିକର ତଥ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧି, ଅଭିନେତ୍ରୀ ରାଖୀ ସାୱନ୍ତ, ଅଭିନେତା ରଣବୀର କପୁର, ଗାୟିକା ରାନୁ ମଣ୍ଡଳ ପ୍ରମୁଖ ବିହାରର ସହର୍ସା ଜିଲ୍ଲା ନଭହଟ୍ଟା ବ୍ଲକର ପ୍ରାଥମିକ ଚିକିତ୍ସାଳୟରେ କୋଭିଡ ଟିକାର ପ୍ରଥମ ଡୋଜ୍ ନେଇଥିବା ଦର୍ଶାଯାଇଛି। ଅକ୍ଟୋବର ୨୪ରେ ଏହି ପ୍ରମୁଖ ବ୍ୟକ୍ତିମାନେ ଟିକା ନେଇଥିବା ପଞ୍ଜିକୃତ ରେକର୍ଡ଼ରେ ଦର୍ଶାଯାଇଛି। ଏଥିସହ ସମ୍ପୃକ୍ତ […]

modi1

Tapas Behera
  • Published: Monday, 13 December 2021
  • , Updated: 13 December 2021, 07:22 PM IST

ପାଟନା: କୋଭିଡ୍‌ ଟିକା ପରିଚାଳନାରେ ସାମ୍ନାକୁ ଆସିଛି ବ୍ୟାପକ ତ୍ରୁଟି। ବିହାରରୁ ଆସିଛି ବିଭ୍ରାନ୍ତିକର ତଥ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧି, ଅଭିନେତ୍ରୀ ରାଖୀ ସାୱନ୍ତ, ଅଭିନେତା ରଣବୀର କପୁର, ଗାୟିକା ରାନୁ ମଣ୍ଡଳ ପ୍ରମୁଖ ବିହାରର ସହର୍ସା ଜିଲ୍ଲା ନଭହଟ୍ଟା ବ୍ଲକର ପ୍ରାଥମିକ ଚିକିତ୍ସାଳୟରେ କୋଭିଡ ଟିକାର ପ୍ରଥମ ଡୋଜ୍ ନେଇଥିବା ଦର୍ଶାଯାଇଛି। ଅକ୍ଟୋବର ୨୪ରେ ଏହି ପ୍ରମୁଖ ବ୍ୟକ୍ତିମାନେ ଟିକା ନେଇଥିବା ପଞ୍ଜିକୃତ ରେକର୍ଡ଼ରେ ଦର୍ଶାଯାଇଛି।

ଏଥିସହ ସମ୍ପୃକ୍ତ ବ୍ୟକ୍ତିଙ୍କର ଫୋନ ନମ୍ବର ନାମ ସାଙ୍ଗକୁ ଉଲ୍ଲେଖ ରହିଛି। ଏହି ସବୁ ଫୋନ୍ ନମ୍ବର ନକଲି ବୋଲି ଜଣାପଡ଼ିଛି। ତେବେ ବିଭାଗୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ କରାଯାଉଥିବା ସେ କହିଛନ୍ତି। ପୂର୍ବରୁ ଡିସେମ୍ବରରେ ସମାନ ଘଟଣା ସାମ୍ନାକୁ ଆସିଥିଲା। ବିହାରର ଅରୱାଲ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ପ୍ରଥମ ଡୋଜ୍‌ ନେଇଥିବା ଚର୍ଚ୍ଚା ହୋଇଥିଲା । ତାଙ୍କ ସହ ସେଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରଥମ ଡୋଜ୍‌ ନେଇଥିବା ମଧ୍ୟ ଦର୍ଶାଯାଇଥିଲା।

ତେବେ କରୋନା ମହାମାରୀ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ଥିବା ବେଳେ ଟିକାକରଣକୁ ନେଇ ଏମିତି ଖାମଖିଆଲି ପରିଚାଳନାକୁ କଡ଼ା ସମାଲୋଚନା କରାଯାଇଛି। ଅନ୍ୟପଟେ କରୋନାର ନୂଆ ଭ୍ୟରିଆଣ୍ଟ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏଯାଏଁ ବହୁ ଲୋକ କରୋନାର ଦୁଇଟି ଯାକ ଟିକା ମଧ୍ୟ ନେଇ ନାହାନ୍ତି। ଏଭଳି ପରିସ୍ଥିତି ବେଳେ ଟିକାକରଣକୁ ନେଇ ବିହାର ସ୍ୱାସ୍ଥ୍ୟ ବିଭାଗ ସଚେତନ ଥିବା ଭଳି ମନେ ହେଉ ନାହିଁ।

Related story