କାଲି କେଦାରନାଥ ଯିବେ ମୋଦି, ଲୋକାର୍ପଣ କରିବେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି

ଡେରାଡୁନ: ଆସନ୍ତକାଲି ସକାଳ ୬.୩୦ରେ ଉତ୍ତରାଖଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କେଦାରନାଥ ଯାଇ ସେଠାରେ ୧୩୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ। ଏ ସମ୍ପର୍କରେ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ଶେଷ ହୋଇଛି। ଏହାକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ଏହା ସହିତ ସରସ୍ୱତୀ ଘାଟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। […]

Modi

Hemant Lenka
  • Published: Thursday, 04 November 2021
  • , Updated: 05 November 2021, 09:29 AM IST

ଡେରାଡୁନ: ଆସନ୍ତକାଲି ସକାଳ ୬.୩୦ରେ ଉତ୍ତରାଖଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କେଦାରନାଥ ଯାଇ ସେଠାରେ ୧୩୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ। ଏ ସମ୍ପର୍କରେ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ଶେଷ ହୋଇଛି। ଏହାକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ଏହା ସହିତ ସରସ୍ୱତୀ ଘାଟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଏହାକୁ ଆସନ୍ତାକାଲି ଲୋକାର୍ପଣ କରାଯିବ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସକାଳ ୬.୩୦ରେ ପହଞ୍ଚିବେ।”

୨୦୧୩ ଉତ୍ତରାଖଣ୍ଡ ଜଳ ପ୍ରଳୟରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଧ୍ୱଂସ ପାଇ ଯାଇଥିଲା। ଏହାକୁ ପୁଣିଥରେ ତିଆରି କରାଯାଇଛି। ଆସନ୍ତାକାଲି ମୋଦି କେଦାରନାଥ ମନ୍ଦିର ଗସ୍ତ କରିବେ। ଏହି ସମୟରେ ସେ ସମାଧିର ଲୋକାର୍ପଣ କରିବେ। ମୋଦି କେଦାରନାଥ ଯାଉଥିବାରୁ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।

କେଦାରନାଥ ମନ୍ଦିରର ଜଣେ ପୂଜକ କହିଛନ୍ତି, “ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବୁ। ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚିବେ। ସେ ମହା ରୁଦ୍ରାଭିଷେକ କରିବେ ଓ ଦେଶର ଉନ୍ନତି ପାଇଁ ପ୍ରାର୍ଥନା କରିବେ। ମୋଦିଙ୍କ ଗସ୍ତ ପାଇଁ ମନ୍ଦିରକୁ ଫୁଲରେ ସଜା ଯାଇଛି।”

ଉତ୍ତରାଖଣ୍ଡ ଗସ୍ତ ସମୟରେ ମୋଦି ୧୩୦ କୋଟି ଟଙ୍କା ମୂଲ୍ୟରେ ତିଆରି ହୋଇଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହା ମଧ୍ୟରେ ସରସ୍ୱତୀ ରିଟେନିଂ ୱାଲ ଅଷ୍ଠପାଠ ଓ ଘାଟ, ମନ୍ଦାକିନ ନଦୀ ଉପରେ ଥିବା ମନ୍ଦାକିନି ରିଟେନିଂ ୱାଲ ଅଷ୍ଠପାଠ, ତୀର୍ଥ ପୁରୋହିତଙ୍କ ଘର ଓ ଗରୁଡ଼ ଛାତି ବ୍ରିଜ୍‌ ରହିଛି। ଏହବାଦ ମୋଦି ଏଠାରେ ଗୋଟିଏ ସାଧାରଣ ସଭାକୁ ମଧ୍ୟ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାବର୍ଷ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ମୋଦି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ବେଶ ଗୁରୁତ୍ୱବହନ କରୁଛି।

Related story