ଆମେ ନେତାଜୀଙ୍କର ‘କ୍ୟାନ୍‌ ଡୁ, ଉଇଲ୍ ଡୁ ସ୍ପିରିଟ୍‌’ରେ ପ୍ରେରିତ ହେବା ଉଚିତ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏଠାରେ ହିଁ ନେତାଜୀଙ୍କ ‌ଏକ ପ୍ରତିମୂର୍ତ୍ତି ଖୁବ୍ ଶୀଘ୍ର ସ୍ଥାପିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଦେଶର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନ ଅବିସ୍ମରଣୀୟ। ସ୍ୱାଧୀନତା ସଂଗ୍ରାମରେ ମହତ୍ ଅବଦାନ ଥିବା ହିରୋମାନଙ୍କୁ ବର୍ତ୍ତମାନ ମନେ ପକାଯାଉଛି। ଏହି ଅବସରରେ  ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ‘ସୁବାଷ ଚନ୍ଦ୍ର […]

modi

Tapas Behera
  • Published: Sunday, 23 January 2022
  • , Updated: 24 January 2022, 11:57 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏଠାରେ ହିଁ ନେତାଜୀଙ୍କ ‌ଏକ ପ୍ରତିମୂର୍ତ୍ତି ଖୁବ୍ ଶୀଘ୍ର ସ୍ଥାପିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଦେଶର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନ ଅବିସ୍ମରଣୀୟ। ସ୍ୱାଧୀନତା ସଂଗ୍ରାମରେ ମହତ୍ ଅବଦାନ ଥିବା ହିରୋମାନଙ୍କୁ ବର୍ତ୍ତମାନ ମନେ ପକାଯାଉଛି।

ଏହି ଅବସରରେ  ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ‘ସୁବାଷ ଚନ୍ଦ୍ର ବୋଷ ଆପାଦା ପ୍ରବନ୍ଧ’ ପୁରସ୍କାର ବିତରଣ କରିଥିଲେ। ଏହି ପୁରସ୍କାରଗୁଡିକ ୨୦୧୯,୨୦୨୦,୨୦୨୧ ଏବଂ ୨୦୨୨ ପାଇଁ ବଣ୍ଟନ କରାଯାଇଥିଲା।  ଏହି ସମାରୋହରେ ମୋଟ ୭ ଜଣଙ୍କୁ  ପୁରସ୍କାର ବଣ୍ଟନ କରାଯାଇଥିଲା। ମୋଦି ତାଙ୍କ ଭାଷଣରେ କହିଥିଲେ ଯେ ଏହା ଏକ ଐତିହାସିକ ସ୍ଥାନ ଏବଂ ଐତିହାସି ଉତ୍ସବ ମଧ୍ୟ। ନେତାଜୀ ବ୍ରିଟିସରଙ୍କ ପାଖରେ ନତମସ୍ତକ ହେବାକୁ ମନା କରିଦେଇଥିଲେ। ତାଙ୍କ ପ୍ରତିମୂର୍ତ୍ତି ଅଗାମୀ ପିଢ଼ି ପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରେରଣା ଦାୟୀ ହେବ। ଆମେ ନେତାଜୀଙ୍କର ‘କ୍ୟାନ ଡୁ ଓ ଉଇଲ୍ ଡୁ ସ୍ପିରିଟ୍‌’ରେ ପ୍ରେରିତ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହା କେବଳ ଏକ ପ୍ରତିମୂର୍ତ୍ତି ନୁହଁ ବରଂ ଜଣେ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ମଥାନତ ଶ୍ରଦ୍ଧାଞ୍ଜଳି । ଯିଏ ଭାରତର ସ୍ୱତନ୍ତ୍ରତା ସଂଗ୍ରାମରେ ସବୁକିଛି ଦେଇଦେଇଥିଲେ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ। ପୂର୍ବରୁ କେନ୍ଦ୍ର ସରକାର  ଜାନୁଆରୀ ୨୩ ତଥା ନେତାଜୀଙ୍କ ଜୟନ୍ତୀରୁ ଗଣତନ୍ତ୍ର ଦିବସ ପାଳନ କରାଯିବ ବୋଲି ଘୋଷଣା କରିଥିଲେ। ନେତାଜୀଙ୍କ ଜୟନ୍ତୀକୁ ପ୍ରତି ବର୍ଷ ପରାମକ୍ରମ ଦିବସ ପାଳନ କରାଯିବା ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାରକ।

Related story