ନବାବ ମଲିକଙ୍କ ପରେ ଏବେ ତାଙ୍କ ପୁଅ ପାଳି, ଜେରା କରିବ ଇଡି

ମୁମ୍ବାଇ: ଦାଉଦ ଇବ୍ରାହିମ ମନି ଲଣ୍ଡରିଂ ମାମଲରେ କମୁନି ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲିକଙ୍କ ଅଡୁଆ। ଏହି ମାମଲାରେ ନବାବ ମଲିକଙ୍କ ସମେତ ତାଙ୍କ ପରିବାର ଲୋକେ ମଧ୍ୟ ଏବେ ଫସିବାରେ ଲାଗିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ନବାବଙ୍କ ଭାଇକୁ ଜେରା କରିଥିବା ବେଳେ ଏବେ ପାଳି ତାଙ୍କ ପୁଅର ପଡିଛି। ନବାବ ମଲିକଙ୍କ ପୁଅ ଫରାଜ ମଲିକଙ୍କୁ ଇଡି ଏହି ମାମଲାରେ ଏବେ ଜେରା କରିବ। ଏନେଇ ତାଙ୍କୁ ସମନ କିରଛି […]

Nawab Malik

Madhupriya Mistry
  • Published: Tuesday, 01 March 2022
  • , Updated: 01 March 2022, 02:51 PM IST

ମୁମ୍ବାଇ: ଦାଉଦ ଇବ୍ରାହିମ ମନି ଲଣ୍ଡରିଂ ମାମଲରେ କମୁନି ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲିକଙ୍କ ଅଡୁଆ। ଏହି ମାମଲାରେ ନବାବ ମଲିକଙ୍କ ସମେତ ତାଙ୍କ ପରିବାର ଲୋକେ ମଧ୍ୟ ଏବେ ଫସିବାରେ ଲାଗିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ନବାବଙ୍କ ଭାଇକୁ ଜେରା କରିଥିବା ବେଳେ ଏବେ ପାଳି ତାଙ୍କ ପୁଅର ପଡିଛି।

ନବାବ ମଲିକଙ୍କ ପୁଅ ଫରାଜ ମଲିକଙ୍କୁ ଇଡି ଏହି ମାମଲାରେ ଏବେ ଜେରା କରିବ। ଏନେଇ ତାଙ୍କୁ ସମନ କିରଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଭଳି ସ୍ଥିତିରେ ଏବେ ଏନ୍‌ସିପି ନେତାଙ୍କ ଅଡୁଆ ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ସେପଟେ ଇଡିର ତଦନ୍ତ ପରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ନବାବ। ସେ କୋର୍ଟରେ ନିଜ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି। ସେ ନିଜକୁ ନିର୍ଦ୍ଦୋଶ ବୋଲି କହି ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନରେ ନିଜ ଗିରଫଦାରୀକୁ ସେ ଅବୈଧ ବୋଲି କହିବା ସହ ତୁରନ୍ତ ଜେଲରୁ ତାଙ୍କୁ ମୁକ୍ତ କରିବା ପାଇଁ ଡିମାଣ୍ଡ କରିଛନ୍ତି।  ବମ୍ବେ ହାଇକୋର୍ଟ ନବାବ ମଲିକଙ୍କ ଏହି ଆବେଦନ ଉପରେ ଚଳିତ ସପ୍ତାହରେ ଶୁଣାଣି କରିବେ।

ଦାଉଦ ଇବ୍ରାହିମ ମନି ଲଣ୍ଡରିଂ ମାମଲାରେ ନିକଟରେ ଏନ୍‌ସିପି ନେତା ନବାବ ମଲିକଙ୍କୁ ଇଡି ଗିରଫ କରିଛି। ତାଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲା ଇଡି। ତେବେ ନବାବଙ୍କ ପେଟରେ ଯନ୍ତ୍ରଣା କାରଣରୁ ତାଙ୍କୁ ମୁମ୍ବାଇର ଜେଜେ ହସ୍ପିଟାଲରେ ଭିର୍ତି କରାଯାଇଥିଲା। ତାଙ୍କୁ ସୋମବାର ଦିନ ଡିସଚାର୍ଜ କମରାଯାଇଛି। ଏବେ ଇଡିର ରିମାଣ୍ଡରେ ଅଛନ୍ତି ନବାବ ମଲିକ। କୋର୍ଟ ଏନ୍‌ସିପି ନେତାଙ୍କୁ ମାର୍ଚ୍ଚ ୩ ଯାଏଁ ଇଡି ହେପାଜତକୁ ପଠାଇ ଦେଇଛନ୍ତି।

Related story