ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା ପରେ ସବୁଠି ଆତଙ୍କ, କେତେ ଘାତକ ଏହି ରୋଗ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚଓ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ  ଘୋଷଣା କରିବା ପରେ ଏହାକୁ ନେଇ ଲୋକଙ୍କ ମନରେ ଖେଳିଲାଣି ଆତଙ୍କ । ଯେହେତୁ ଅଳ୍ପ ଦିନ ଭିତରେ ବିଶ୍ୱର ୭୦ ଦେଶର ୧୬ ହଜାର ମଙ୍କିପକ୍ସ  କେସ ଚିହ୍ନଟ ହୋଇଛି ଓ ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି  ଏଣୁ ହୁ   ମୁଖ୍ୟ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛନ୍ତି।  ମଙ୍କିପକ୍ସ ଭୂତାଣୁ  ସ୍ମଲପକ୍ସ ଭୂତାଣୁ ଭଳି ପ୍ରାୟତଃ ସମାନ  । […]

Monkeypox screening

  • Published: Sunday, 24 July 2022
  • , Updated: 24 July 2022, 07:47 PM IST

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚଓ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ  ଘୋଷଣା କରିବା ପରେ ଏହାକୁ ନେଇ ଲୋକଙ୍କ ମନରେ ଖେଳିଲାଣି ଆତଙ୍କ । ଯେହେତୁ ଅଳ୍ପ ଦିନ ଭିତରେ ବିଶ୍ୱର ୭୦ ଦେଶର ୧୬ ହଜାର ମଙ୍କିପକ୍ସ  କେସ ଚିହ୍ନଟ ହୋଇଛି ଓ ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି  ଏଣୁ ହୁ   ମୁଖ୍ୟ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛନ୍ତି।  ମଙ୍କିପକ୍ସ ଭୂତାଣୁ  ସ୍ମଲପକ୍ସ ଭୂତାଣୁ ଭଳି ପ୍ରାୟତଃ ସମାନ  । ଏହି ଭୂତାଣୁ ସଂକ୍ରମଣ ହେଲେ  ପ୍ରଥମେ ଦିନେ ଦୁଇଦିନ ଫ୍ଲୁ ଭଳି ଭୀଷଣ ଜ୍ୱର କରାଇଥାଏ ।  ଏହାସହ ଲିମ୍ଫ  ନୋଡ ବଢିଯିବ ।  ୪ ଦିନ ଭିତରେ ହାତ, ଗୋଡ଼, ପାଟି ଓ ମଳଦ୍ୱାର ଭିତରେ  ରାସେସ ବା ଫୋଟକା ଭଳି ଫଳିଯିବ ।  ରୋଗୀର ଶରୀରରେ ହୋଇଥିବା  ଫୋଟକାରୁ ବାହାରୁଥିବା ଫ୍ଲୁଇଡ଼, ରୋଗୀର ଲାଳ ସଂସ୍ପର୍ଶରେ ଆସିଲେ କିମ୍ବା  ହୋମୋ ସେକ୍ସ ଦ୍ୱାରା କିମ୍ବା ରୋଗୀର ନିକଟ ସଂସ୍ପର୍ଶରେ ଆସିଲେ ହିଁ ଏହି  ରୋଗ ବ୍ୟାପିଥାଏ ।  ଏହି ରୋଗ ଭଲ ହେବାକୁ ୪ରୁ ୧୦ ସପ୍ତାହ ଲାଗୁଛି ।

ତେଣୁ ଏଭଳି ଲକ୍ଷଣ ଦେବା ମାତ୍ରେ ରୋଗୀଙ୍କୁ ଆଇସୋଲେଟ କରି ରଖିବା  ଉଚିତ।  ତାହେଲେ ଯାଇ ଅନ୍ୟକୁ ସଂକ୍ରମଣକୁ ରୋକା  ଯାଇପାରିବ ବୋଲି  ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।  କାରଣ ଏହାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ନିଜେ ସଚେତନ ରହିଲେ ହିଁ ମଙ୍କିପକ୍ସକୁ ରୋକାଯାଇପାରିବ । ଏବେ ମଙ୍କି ପକ୍ସ ଲାଗି କେବଳ ଡେନମାର୍କର ଏକ କମ୍ପାନୀ ଟିକା ର୍ନିମାଣ କରୁଛି ।

ଭାରତରେ ଏବେ ଏହାର କୌଣସି ଟିକା ନାହିଁ । ଦୀର୍ଘ ଦଶନ୍ଧି ଧରି ମଙ୍କିପକ୍ସ କେନ୍ଦ୍ର ଏବଂ ପଶ୍ଚିମ ଆଫ୍ରିକାରେ ଥିଲେ ବି ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିନଥିଲା। ତେବେ ଚଳିତ ବର୍ଷ ମେ’ ପରେ ୟୁ‌ରୋପ, ଉତ୍ତର ଆମେରିକା ଏବଂ ଅନ୍ୟ ରାଷ୍ଟ୍ରମାନଙ୍କରେ ମଙ୍କିପକ୍ସ ବ୍ୟାପିବା ଆରମ୍ଭ କରିଛି। ଅନ୍ୟ ରାଷ୍ଟ୍ରମାନଙ୍କରେ ମଙ୍କିପକ୍ସ ଅତି ଦ୍ରୁତ ବେଗରେ ବ୍ୟାପିବାରୁ ଏହାକୁ ଏକ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରାଯାଇଛି। ୟୁରୋପରେ ମଙ୍କିପକ୍ସକୁ ନେଇ ଅଧିକ ବିପଦ ରହିଛି। ଅନ୍ତର୍ଜାତୀୟ ସ୍ତରରେ ଏହା ଦ୍ରୁତ ‌ଗତିରେ ବ୍ୟାପିବା ବିପଦ ଥିବାରୁ ଏହା ପୂର୍ବରୁ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ମଙ୍କିପକ୍ସକୁ  ବିଶ୍ୱ ସ୍ୱାସ୍ଥ୍ୟ  ଇମର୍ଜେନ୍ସି ଘୋଷଣା କରାଯିବା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବିଶେଷଜ୍ଞ କମିଟି ଏହାପରେ ହୁ ମୁଖ୍ୟଙ୍କୁ ପରାମର୍ଶ କରିଥିଲେ। କମିଟିର ପରାମର୍ଶ ଆଧାରରେ ହୁ ମୁଖ୍ୟ ମଙ୍କିପକ୍ସ ବାବଦରେ ନିଷ୍ପତ୍ତି ଶୁଣାଇଥିଲେ।

Related story