ସରକାରଙ୍କୁ ୬୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରିଦେଲେ ଡାକ୍ତର

ଲକ୍ଷ୍ନୌ: ମହାନତା ଦେଖାଇଲେ ଡାକ୍ତର। ସମାଜ ସେବା ପାଇଁ ଖୋଲିଦେଲେ ଭଣ୍ଡାର। ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କରି ବଡ଼ ହୃଦୟ ପରିଚୟ ଦେଇଛନ୍ତି ଡାକ୍ତର। ଜୀବନବ୍ୟାପି ସେବା ସମର୍ପିତ ଏହି ଡାକ୍ତର ଜଣକ ହେଉଛନ୍ତି ଅରବିନ୍ଦ ଗୋୟଲ। ତାଙ୍କ ଘର ଉତ୍ତରପ୍ରଦେଶ ମୋରଦାବାଦରେ।  ସେ ତାଙ୍କର  ୬୦୦ କୋଟି ଟଙ୍କାର ସମ୍ପତ୍ତି ଉତ୍ତରପ୍ରଦେଶ ସରକାରଙ୍କୁ ଦାନ କରିଦେଛଇନ୍ତି। ଗରିବଙ୍କୁ ସାହାଯ୍ୟ ପାଇଁ ସେ ଏହି ସମ୍ପତ୍ତି ଦାନ କରିଦେଇଥିବା କହିଛନ୍ତି। ଗୋୟଲ ୫୦ […]

doctor

Tapas Behera
  • Published: Thursday, 21 July 2022
  • , Updated: 21 July 2022, 12:12 PM IST

ଲକ୍ଷ୍ନୌ: ମହାନତା ଦେଖାଇଲେ ଡାକ୍ତର। ସମାଜ ସେବା ପାଇଁ ଖୋଲିଦେଲେ ଭଣ୍ଡାର। ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କରି ବଡ଼ ହୃଦୟ ପରିଚୟ ଦେଇଛନ୍ତି ଡାକ୍ତର। ଜୀବନବ୍ୟାପି ସେବା ସମର୍ପିତ ଏହି ଡାକ୍ତର ଜଣକ ହେଉଛନ୍ତି ଅରବିନ୍ଦ ଗୋୟଲ। ତାଙ୍କ ଘର ଉତ୍ତରପ୍ରଦେଶ ମୋରଦାବାଦରେ।  ସେ ତାଙ୍କର  ୬୦୦ କୋଟି ଟଙ୍କାର ସମ୍ପତ୍ତି ଉତ୍ତରପ୍ରଦେଶ ସରକାରଙ୍କୁ ଦାନ କରିଦେଛଇନ୍ତି। ଗରିବଙ୍କୁ ସାହାଯ୍ୟ ପାଇଁ ସେ ଏହି ସମ୍ପତ୍ତି ଦାନ କରିଦେଇଥିବା କହିଛନ୍ତି। ଗୋୟଲ ୫୦ ବର୍ଷ ଧରି ଡାକ୍ତର ଭାବେ କର୍ଯ୍ୟ କରି ଆସୁଛନ୍ତି। ୨୫ ବର୍ଷ ପୂର୍ବେ ସେ ଏମିତି କିଛି ସ୍ୱପ୍ନ ଦେଖିଥିଲେ। ସମାଜର ଗରିବ, ଅବହେଳିତ ଓ ଆର୍ଥିକ ନିଷ୍ପେସିତଙ୍କ ଉନ୍ନତି ପାଇଁ ସେ ଚିନ୍ତା କରିଆସୁଥିଲେ।

ତେଣୁ ବଡ଼ ହେଲେ ତାଙ୍କର ସବୁ ସମ୍ପତ୍ତି ସମାଜ ସ୍ୱାର୍ଥ ପାଇଁ ବାଣ୍ଟି ଦେବାକୁ ଇଚ୍ଛା ଥିଲା। ନିଜ ପାଇଁ ନୁହଁ ବରଂ ଅନ୍ୟ ପାଇଁ କିଛି କରିବାର ଯେଉଁ ଅଭିଳାସ ଥିଲା ତାହା ପୂରଣ ହୋଇଥିବା ଗୋୟଲ କହିଛନ୍ତି। ଲକଡାଉନ୍‌ ସମୟରେ ଗୋୟଲ ମୋରଦାବରରେ ୫୦ଟି ଗ୍ରାମରେ ବିଭିନ୍ନ ମାଗଣା ସୁବିଧା ସୁଯୋଗ ଦେଇଆସୁଥିଲେ ।  ମାଗଣା ଶିକ୍ଷା ବ୍ୟବସ୍ଥା କରିବା ସହ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ। ନିଜର ଉଲ୍ଲେଖନୀୟ ସେବା ପାଇଁ ଗୋୟଲ ଦେଶ ମର୍ଯ୍ୟାଦାଜନକ ବ୍ୟକ୍ତଙ୍କଠାରୁ ପୁରସ୍କାର ଓ ସମ୍ମାନ ପାଇଛନ୍ତି।

ସେ ୪ ଥର ରାଷ୍ଟ୍ରପତି ପୁରସ୍କାର ଯଥା ରାଷ୍ଟ୍ରପତି ରାମନାଥ କୋବିନ୍ଦ,  ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ଡ. ଏପିଜେ ଅବଦ୍ଦୁଲ କଲାଙ୍କଠାରୁ ସେ ପୁରସ୍କୃତ  ହୋଇଛନ୍ତି।  ଗୋୟଲଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ରେଣୁ ଗୋୟଲ, ୨ ପୁଅ ଏହଂ ୨ ଝିଅ ଅଛନ୍ତି। ତେବେ ଗୋୟଲ ଦାନ କରିଥିବା ସମ୍ପତ୍ତିର ଆକଳନ ପାଇଁ ୫ଜଣିଆ କମିଟି ଗଠନ କରାଯାଇଛି। ଅନ୍ୟପଟେ ଗୋୟଲଙ୍କ ବଦାନ୍ୟତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ସଭିଏ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

Related story