୪ ବର୍ଷରେ ଭାରତରେ ହୋଇଛି ୪୦୦ ଥର ଇଣ୍ଟରନେଟ ଶଟ୍‌ଡାଉନ, ପ୍ରତି ଘଣ୍ଟାରେ ୨ କୋଟି କ୍ଷତି

ନୂଆଦିଲ୍ଲୀ: ଭାରତରେ ୨୦୨୧ ବର୍ଷର ଆରମ୍ଭ ଏକାଧିକ ଇଣ୍ଟରନେଟ ଶଟ୍‌ଡାଉନ ସହ ଆରମ୍ଭ ହୋଇଛି। ଚାଷୀ ଆନ୍ଦୋଳନ ହେଉଥିବା ହରିଆଣା ଓ ଦିଲ୍ଲୀ ଏନସିଆର୍‌ରେ ୫ଟି ଏବଂ ଅନ୍ୟାନ୍ୟ ସ୍ଥାନରେ ଚଳିତ ବର୍ଷ ୨ ଥର ଇଣ୍ଟରନେଟ ଶଟ୍‌ଡାଉନ ଦେଖିଛନ୍ତି ଦେଶବାସୀ। ସରକାର ଚାଷୀ ଆନ୍ଦୋଳନ ହେଉଥିବା ସ୍ଥାନର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ବନ୍ଦ କରିବାରୁ ଏହା ସମଗ୍ର ବିଶ୍ୱରେ ଆଲୋଡ଼ନ ମଧ୍ୟ ସୃଷ୍ଟି କରିଛି। ଅନେକ ବଡ଼ବଡ଼ ସେଲେବ୍ରିଟି ଇଣ୍ଟରନେଟ ବନ୍ଦ ବିରୋଧରେ ମତ ଦେବାରୁ […]

dc

Hemant Lenka
  • Published: Friday, 05 February 2021
  • , Updated: 05 February 2021, 05:52 PM IST

ନୂଆଦିଲ୍ଲୀ: ଭାରତରେ ୨୦୨୧ ବର୍ଷର ଆରମ୍ଭ ଏକାଧିକ ଇଣ୍ଟରନେଟ ଶଟ୍‌ଡାଉନ ସହ ଆରମ୍ଭ ହୋଇଛି। ଚାଷୀ ଆନ୍ଦୋଳନ ହେଉଥିବା ହରିଆଣା ଓ ଦିଲ୍ଲୀ ଏନସିଆର୍‌ରେ ୫ଟି ଏବଂ ଅନ୍ୟାନ୍ୟ ସ୍ଥାନରେ ଚଳିତ ବର୍ଷ ୨ ଥର ଇଣ୍ଟରନେଟ ଶଟ୍‌ଡାଉନ ଦେଖିଛନ୍ତି ଦେଶବାସୀ। ସରକାର ଚାଷୀ ଆନ୍ଦୋଳନ ହେଉଥିବା ସ୍ଥାନର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ବନ୍ଦ କରିବାରୁ ଏହା ସମଗ୍ର ବିଶ୍ୱରେ ଆଲୋଡ଼ନ ମଧ୍ୟ ସୃଷ୍ଟି କରିଛି। ଅନେକ ବଡ଼ବଡ଼ ସେଲେବ୍ରିଟି ଇଣ୍ଟରନେଟ ବନ୍ଦ ବିରୋଧରେ ମତ ଦେବାରୁ ଏହାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା।

ତେବେ ହରିଆଣାର ଝଝାର, ସୋନିପତ ଓ ପାଲୱାଲ ଜିଲ୍ଲା ଇଣ୍ଟରନେଟ ଶଟଡାଉନ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।  ଭାରତରେ ଇଣ୍ଟରନେଟ ଶଟଡାଉନ ନୂଆ ନୁହେଁ। ବିଗତ ୪ ବର୍ଷ ମଧ୍ୟରେ ଭାରତରେ ୪୦୦ରୁ ଅଧିକ ଥର ଇଣ୍ଟରନେଟ ଶଟଡାଉନ ଦେଖିବାକୁ ମିଳିଛି।

ସେହିପରି ବିଶ୍ୱର ଦୀର୍ଘତମ ଶଟଡାଉନ ଘଟଣା ଭାରତରେ ହିଁ ଘଟିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ୨୦୧୯ ଅଗଷ୍ଟ ୪ରୁ ୨୦୨୦ ମାର୍ଚ୍ଚ ୪ ଦୀର୍ଘ ୨୨୩ ଦିନ ଯାଏ ଇଣ୍ଟରନେଟ ସେବାକୁ ବନ୍ଦ କରି ରଖାଯାଇଥିଲା। ଫୋର୍ବସର ରିପୋର୍ଟ ଅନୁଯାୟୀ, ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ତୁଳନାରେ ଭାରତରେ ଅଧିକାଂଶ ସମୟ ଇଣ୍ଟରନେଟ୍‌ ଉପରେ କଟକଣା ଲାଗୁ କରାଯାଇଥାଏ।

ଜମ୍ମୁ-କଶ୍ମୀରରେ ପ୍ରାୟତଃ ସବୁବେଳେ ଇଣ୍ଟରନେଟ୍‌ ବନ୍ଦ କରାଯାଇଛି। ଏହା ପଛକୁ ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ହରିଆଣା ଓ ମହାରାଷ୍ଟ୍ର ରହିଛନ୍ତି। ଅଧିକାଂଶ ସ୍ଥାନରେ ଦିନିକିଆ ଇଣ୍ଟରନେଟ ଶଟଡାଉନ ଲାଗୁ କରାଯାଉଥିବା ବେଳେ ୨୦୧୭ରେ ୨୧ ଥର, ୨୦୧୮ରେ ୫ ଥର ଓ ୨୦୧୯ରେ ୬ଥର ୩ ଦିନରୁ ଅଧିକ ସମୟ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା।

ମୋଟ ଉପରେ ଦେଖିବାକୁ ଗଲେ ୨୦୧୭ରେ ୭୯ ଥର, ୨୦୧୮ରେ ୧୩୪ ଥର, ୨୦୧୯ରେ ୧୦୬ ଥର, ୨୦୨୦ରେ ୮୩ ଥର ଓ ୨୦୨୧ରେ ଆଜି ଦିନକ ମଧ୍ୟରେ ୭ ଥର ଇଣ୍ଟରନେଟ ବନ୍ଦ କରାଯାଇ ସାରିଲାଣି।

ଅନ୍ୟପକ୍ଷରେ ଇଣ୍ଟରନେଟ୍ ଶଟଡାଉନ ଯୋଗୁ ଆର୍ଥିକ କ୍ଷତି ମଧ୍ୟ ସହିବାକୁ ପଡ଼ୁଛି। ଗୋଟିଏ ରିପୋର୍ଟ ଅନୁସାରେ, ୨୦୨୦ରେ ଭାରତରେ ୮,୯୨୭ ଘଣ୍ଟା ଇଣ୍ଟରନେଟ ଶଟଡାଉନ ଯୋଗୁ ଦେଶକୁ ୨.୭ ବିଲିୟନ ଡଲାର ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ପ୍ରତି ଡଲାରର ପିଛା ୭୩.୩ ଟଙ୍କାର ହେଲେ ଦେଶକୁ ପ୍ରତି ଘଣ୍ଟାରେ ଇଣ୍ଟରନେଟ୍‌ ବନ୍ଦ ଯୋଗୁ ୨ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ୁଛି।

Related story