ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଉପସ୍ଥାପନ କରିଥିବା ବଜେଟକୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆଜିର ବଜେଟ୍ ଭାଷଣ ଇତିହାସରେ ସବୁଠାରୁ ପୁଞ୍ଜିପତି ଜନିତ ଭାଷଣ। ଆଜି ପର୍ଯ୍ୟନ୍ତ କୌଣସି ଅର୍ଥମନ୍ତ୍ରୀ ବଜେଟ୍ ଭାଷଣ ଉପସ୍ଥାପନ କରିବାରେ ଏହା ଅତ୍ୟନ୍ତ ବ୍ୟତିକ୍ରମ ଏବଂ ପୁଞ୍ଜିପତି ଉର୍ଦ୍ଦିଷ୍ଟ ବୋଲି ଚିଦାମ୍ବରମ କହିଛନ୍ତି। ଆଜିର ସୀତାରମଣଙ୍କ ଭାଷଣରେ କେବଳ ଦୁଇଥର ‘ଗରିବ’ ଶବ୍ଦ ବ୍ୟବହାର ହୋଇଛି ବୋଲି ଚିଦାମ୍ବରମ କହିଛନ୍ତି। ବଜେଟ ପୁସ୍ତିକାର ପାରା ୬ରେ କେବଳ ଦୁଇଥର ଗରିବ ଶବ୍ଦ ରହିଛି। ଏ ଦେଶରେ ଗରିବଙ୍କୁ ମନେପକାଇଥିବାରୁ ଆମେ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ତାତ୍ସଲ୍ୟ କରି କହିଛନ୍ତି ଚିଦାମ୍ବରମ ।
ଲୋକେ ଏହି ପୁଞ୍ଜିପତି ସପକ୍ଷବାଦୀ ବଜେଟକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ସେ କହିଛନ୍ତି । ଗଣମାଧ୍ୟମକୁ ସମ୍ବୋଧିତ କରି ଚିଦାମ୍ବରମ କହିଛନ୍ତି ଯେ, ଏହି ବଜେଟ ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ହତବାକ ମଧ୍ୟ। ଅର୍ଥମନ୍ତ୍ରୀ ଆସନ୍ତା ୨୫ ବର୍ଷ ପାଇଁ ଯୋଜନା କରିଛନ୍ତି। ସରକାର ବର୍ତ୍ତମାନକୁ ଆଦୌ ଗୁରୁତ୍ୱ ଦେଉନଥିବା ଏଥିରୁ ଜଣାପଡ଼ୁଛି ବୋଲି ଚିଦାମ୍ବରମ କହିଛନ୍ତି।
ଚଳିତ ବଜେଟରେ ଲୋକମାନଙ୍କୁ ବୋକା ବନାଯାଇଛି। ସେହିପରି କ୍ରିପୋଟୋ କରେନ୍ସି ବାବଦରେ ଆରବିଆଇ ବଦଳରେ ଅର୍ଥମନ୍ତ୍ରୀ ପରରୋକ୍ଷରେ ଏହାକୁ ରୁ ଆଇନସମ୍ମତ ଭାବେ ଘୋଷଣା କରିଛନ୍ତି । ତେବେ ଏଥିରେ ଦେଶର ୯୯.୯୯ ପ୍ରତିଶତ ଲୋକଙ୍କର କୌଣସି ସ୍ୱାର୍ଥ ହେବ ନାହିଁ ବୋଲି ଚିଦାମ୍ବରମ କହିଛନ୍ତି।