ଲଣ୍ଡନ: ନିଜ ପ୍ରେମିକ ତଥା ବୟଫ୍ରେଣ୍ଡକୁ ପାଇବା ପାଇଁ ଗାର୍ଲଫ୍ରେଣ୍ଡମାନେ କେତେ କ'ଣ କରିପକାନ୍ତି। କିଏ ଘର ଛାଡି ଚାଲିଆସେ ତ ଆଉ କିଏ କାନ୍ଥ ବାଡ ଡେଇଁ। ସେହିପରି ନିଜ ପ୍ରେମିକଠାରୁ ଗିଫ୍ଟ ବା ଟଙ୍କା ହାସଲ କରିବା ପାଇଁ ପ୍ରେମିକାମାନେ କେତେ କ'ଣ ଉପାୟ କରାଇ ତାଙ୍କୁ ମନାନ୍ତି। କିନ୍ତୁ ନିକଟରେ ଏଭଳି ଜଣେ ଗାର୍ଲଫ୍ରେଣ୍ଡ ସାମ୍ନାକୁ ଆସିଛନ୍ତି ଯିଏ ସମସ୍ତଙ୍କ ଠାରୁ ପୂରା ଭିନ୍ନ। ନିଜ ବୟଫ୍ରେଣ୍ଡ ଠାରୁ ଟଙ୍କା ହାସଲ କରିବାକୁ ଯାଇ ସେ ତାଙ୍କଚ ଦେଇଛନ୍ତି ଅକଥନୀୟ ଅତ୍ୟାଚାର। ସେ ତାଙ୍କ ଉପରେ ଆପ୍ଲାଏ କରିଛନ୍ତି ଥାର୍ଡ ଡିଗ୍ରୀ।
ବ୍ରିଟେନର ସାରା ଡାଭିସ। ଏହି ୩୩ ବର୍ଷୀୟ ମହିଳା ଜଣଙ୍କ ନିଜ ବୟଫ୍ରେଣ୍ଡକୁ ନେଇ କ୍ରୁରତାର ସବୁ ସୀମା ପାର୍ କରିଦେଇଛନ୍ତି। ଏହି ମହିଳା ଜଣକ କେବଳ ତାଙ୍କ ପ୍ରେମିକକୁ ୧୨ଘଣ୍ଟା ଧରି ଅପହରଣ କରିନଥିଲେ ବରଂ ତାଙ୍କୁ ଅଜବ ଉପାୟରେ ନିର୍ଯାତନା ମଧ୍ୟ ଦେଇଥିଲେ। ବୋଟକ୍ସ ଚିକିତ୍ସା ପାଇଁ ଟଙ୍କା ନଦେବାରୁ ସାରା ଡେଭିସ୍ ପ୍ରବଳ ରାଗି ଯାଇଥିଲେ। ଆଉ ଦେଖାଇଥିଲେ କ୍ରୁରପଣ।
୩ଟି ଛୁଆର ମା' ସାରାଙ୍କ ୪୦ ବର୍ଷୀୟ ମାର୍କ କେନେଡି ନାମକ ଜଣେ ବ୍ୟକ୍ତିଙ୍କ ସହ ଅଫେଆର୍ ଥିଲା। ସେ ଦୀର୍ଘ ଦିନ ଧରି ମାର୍କଙ୍କୁ ଡେଟ୍ କରୁଥିଲେ। ସାରା ନିକଟରେ ନିଜ ଓଠରେ ବୋଟକ୍ସ ଚିକିତ୍ସା କରାଇଥିଲେ। ସେ ଚାହୁଁଥିଲେ ଯେ, ତାଙ୍କ ବୟଫ୍ରେଣ୍ଡ ମାର୍କ ତାଙ୍କ ବିୟୁଟି ପାର୍ଲର ଓ ବୋଟକ୍ସ ଚିକିତ୍ସାର ଖର୍ଚ୍ଚ ବହନ କରନ୍ତୁ। କିନ୍ତୁ ଯେତେବେଳେ କେନେଡି ଏହା କରିବାକୁ ମନା କରିଦେଇଥିଲେ ସେତେବେଳେ ସାରା ଚିହିଁକି ଉଠିଥିଲେ।
ସାରା ନିଜ ବୟଫ୍ରେଣ୍ଡକୁ ପାନେ ଦେବା ପାଇଁ ରଚିଥିଲେ ଭୟାନକ ଷଡଯନ୍ତ୍ର। ଡେଲିମେଲ୍ର ରିପୋର୍ଟ ମୁତାବକ, ସାରା ତାଙ୍କ ୨ବର୍ଷର ଝିଅକୁ କେନେଡି ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ସାରା କେନେଡିଙ୍କୁ ଅପହରଣ କରି ଏହା କଥାକୁ ସେ ନିଜ ପାଟିରେ ଯେପରି ସ୍ୱୀକାର କରିବେ ତାହା ଚାହୁଁଥିଲେ। ଏଥିପାଇଁ ସାରା କେନେଡିଙ୍କୁ ୧୨ଘଣ୍ଟା ଧରି ଅପହରଣ କରିଥିଲେ। ଏହି କସମୟରେ ତାଙ୍କ ମୁଣ୍ଡରେ ଗରମ ଫୁଟିଥିବା ପାଣି ଢ଼ାଳି ଥିଲେ ସାରା। କେବଳ ସେତିକି ନୁହେଁ ସିଗାରେଟ ସାହାଯ୍ୟରେ ବୟଫ୍ରେଣ୍ଡର ହାତକୁ ଚେଙ୍କ ମଧ୍ୟ ଦେଇଥିଲେ ସାରା।
ଖାଲି ସେତିକି ନୁହେଁ କେନେଡିଙ୍କୁ ଗଳାକାଟି ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ସେ। କେନେଡିଙ୍କୁ ଛାଡିବା ପାଇଁ ତାଙ୍କ ମା'ଙ୍କ ଠାରୁ ଫୋନ୍ କରି ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ସାରାଙ୍କ ଜଣେ ପୁରୁଷ ବନ୍ଧୁ। ତେବେ କୌଣସି ପ୍ରକାରେ ସେମାନଙ୍କ କବଳରୁ ମୁକ୍ତ ହେବା ପରେ ମାର୍କ କେନେଡି ପୁଲିସ ନିକଟରେ ପହଞ୍ଚି ସେଠାରେ ସାରା ଏବଂ ତାଙ୍କ ବନ୍ଧୁଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହି ମାମଲା କୋର୍ଟରେ ପହଞ୍ଚିଥିଲା। ଶୁଣାଣି ପରେ କେନେଡିଙ୍କ ବିରୋଧରେ ସାରା ଆଣିଥିବା ସମସ୍ତ ଅଭିଯୋଗକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହା ସହିତ ସାରା ଏବଂ ତାଙ୍କ ସହଯୋଗୀ ଯିଏ ତାଙ୍କୁ ଅପହରଣ କରିଥିଲେ ତାଙ୍କୁ ୬ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।
ବାସ୍ତବରେ, କେନେଡି ଏବଂ ସାରା ଗତ ବର୍ଷ ଫେସବୁକରେ ସାକ୍ଷାତ ହୋଇଥିଲେ। ସେବେଠାରୁ ସେମାନେ ଏକାଠି ରହିବାକୁ ଲାଗିଥିଲେ। ଏହି ସମୟରେ, କେନେଡିଙ୍କୁ ତାଙ୍କ ପୌତୃକ ସମ୍ପତ୍ତିରୁ ପ୍ରଚୁର ପରିମାଣର ଅର୍ଥ ପାଇବାର ଥିଲା। ଏଭଳି ପରିସ୍ଥିତିରେ ସାରା ତାଙ୍କର ସମସ୍ତ ଟଙ୍କା ହଡପ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏହି ଷଡଯନ୍ତ୍ର ରଚିଥିଲେ। କେନେଡି ସାରାଙ୍କୁ ଅନେକ ଥର ଟଙ୍କା ଦେଇଥିଲେ, କିନ୍ତୁ ସାରାଙ୍କ ଚାହିଦା ଦିନକୁ ଦିନ ବଢ଼ୁଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।